କିଭ୍‌ ଅଭିମୁଖେ ଋଷର ବିଶାଳ ସେନା, ଆଜି ହିଁ ତୁରନ୍ତ କିଭ୍‌ ଛାଡିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

The Sakala Picture
Published On

କିଭ୍‌ : ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ଷଷ୍ଠ ଦିନରେ ପହଞ୍ଚିଛି । ଫେବ୍ରୁଆରୀ ୨୪ରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ବିପକ୍ଷରେ ସେନା ଅପରେସନ ନିର୍ଦ୍ଦେଶ ଦେବା ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । ଋଷ ୟୁକ୍ରେନ ବିଭିନ୍ନ ସହର ଉପରେ ଆକ୍ରମଣ କରି ନିଜ କବ୍ଜାକୁ ନେବାରେ ଲାଗିଛି । ବିଭିନ୍ନ ସହର ଉପରେ ଆକ୍ରମଣ କରିବା […]

କିଭ୍‌ : ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ଷଷ୍ଠ ଦିନରେ ପହଞ୍ଚିଛି । ଫେବ୍ରୁଆରୀ ୨୪ରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ବିପକ୍ଷରେ ସେନା ଅପରେସନ ନିର୍ଦ୍ଦେଶ ଦେବା ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । ଋଷ ୟୁକ୍ରେନ ବିଭିନ୍ନ ସହର ଉପରେ ଆକ୍ରମଣ କରି ନିଜ କବ୍ଜାକୁ ନେବାରେ ଲାଗିଛି । ବିଭିନ୍ନ ସହର ଉପରେ ଆକ୍ରମଣ କରିବା ପରେ ଏବେ ପୁଟିନଙ୍କ ଟାର୍ଗେଟରେ ୟୁକ୍ରେନ ରାଜଧାନୀ କିଭ୍ । କିଭକୁ ଅକ୍ତିଆର କରିବା ପାଇଁ ଭୟଙ୍କର ଆକ୍ରମଣ କରୁଛି ଋଷ ।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

କିଭ୍‌ ଉପରେ ଋଷର ଆକ୍ରମଣ ମଧ୍ୟରେ ମଧ୍ୟ ଯୁକ୍ରେନ ରାଜଧନାୀ କିଭ୍‌କୁ ନିଜ ଅସ୍ତିଆରକୁ ନେଇ ପାରିନି ପୁଟିନ ସେନା। ଏହାରି ମଧ୍ୟରେ ରୁଷିଆର ବିଶାଳ ସେନା କିଭ ଅଭିମୁଖେ ଅଗ୍ରସର ହେଉଥିବା ସାଟେଲାଇନ ଇମେଜ ଆଜି ପ୍ରକାଶ ପାଇଛି । ଯାହାକୁ ନେଇ ବିଭିନ୍ନ ଦେଶ ଚିନ୍ତା ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ଗେମ ପ୍ଲାନକୁ କେହି ବୁଝି ପାରୁ ନାହାନ୍ତି । ଗୋଟିଏ ପଟେ ଶାନ୍ତି ଆଲୋଚନା କରୁଥିବା ବେଳେ ଅନ୍ୟପଟେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ସାଟେଲାଇନ ଇମେଜରେ ୬୪ କିଲୋମିଟର ପର୍ଯ୍ୟନ୍ତ ଲମ୍ବାରେ ରୁଷ ସେନା କୀଭ ଅଭିମୁଖେ ଯାଉଛନ୍ତ । ଏଥିରେ ସେନା, ଗୋଳାବାରୁଦ, ଟ୍ୟାଙ୍କ, ବାହନ ସବୁ କିଛି ରହିଛି ।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ ଭାରତ ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼ ସହ ଜାହାଜକୁ ନିଜ କବ୍‌ଜାକୁ ନେଲା IRGC

କିଭ୍‌ ଉପରେ ଦଖଲ ପାଇଁ ଋଷ ଆହୁରି ଆକ୍ରମଣାତକ ହୋଇଉଠିଥିବା ବେଳେ କିଭରେ ଥିବା ଭାରତୀୟଙ୍କ ପାଇଁ ଆଲର୍ଟ ଜାରି କରାଯାଇଛି । କେତେବେଳେ କିଛି ବି ଘଟିପାରେ । ଆଜି ହିଁ ତୁରନ୍ତ କିଭ୍‌ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ରେନ୍ ହେଉ କି ବସ୍ ଯେ କୌଣସି ପ୍ରକାର ବାହାରି ଆସିବାକୁ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଛି । ଏହି ନିର୍ଦ୍ଦେଶ ବାବଦରେ ଦୂତାବାସ ଅବଗତ କରିଛି ।

ସୂଚନାଯୋଗ୍ୟ ୟୁକ୍ରେନ୍‌ରେ ପ୍ରାୟ ୨୦ ହଜାର ଭାରତୀୟ ନାଗରିକ ଅଛନ୍ତି। ଏଥିମଧ୍ୟରୁ ଅଧିକ ସେଠାରେ ଡାକ୍ତରୀ ପାଠ ପଢ଼ିବା ପାଇଁ ଯାଇଛନ୍ତି। ଏବେ ଏହି ୨୦ ହଜାର ଭାରତୀୟ ନାଗରିକଙ୍କ ମଧ୍ୟରୁ ୪ ହଜାର ସ୍ୱଦେଶ ଫେରି ସାରିଲେଣ। ଅନ୍ୟ ଫଶି ରହିଥିବା ଭାରତୀୟ ନାଗରିକଙ୍କୁ ବାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ ଗଙ୍ଗା କାର୍ୟ୍ୟକ୍ରମ ଜାରି ରହିଛି। ମଙ୍ଗଳବାର ଭାରତୀୟ ନାଗିରକଙ୍କୁ ନେଇ ଅଷ୍ଟମ ବିମାନ ବୁଡାପେଷ୍ଟରୁ ଦିଲ୍ଳୀ ଆଡକୁ ଯାତ୍ରା କରିଛି।

01 Mar 2022 By The Sakala

କିଭ୍‌ ଅଭିମୁଖେ ଋଷର ବିଶାଳ ସେନା, ଆଜି ହିଁ ତୁରନ୍ତ କିଭ୍‌ ଛାଡିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

କିଭ୍‌ : ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ଷଷ୍ଠ ଦିନରେ ପହଞ୍ଚିଛି । ଫେବ୍ରୁଆରୀ ୨୪ରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ବିପକ୍ଷରେ ସେନା ଅପରେସନ ନିର୍ଦ୍ଦେଶ ଦେବା ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । ଋଷ ୟୁକ୍ରେନ ବିଭିନ୍ନ ସହର ଉପରେ ଆକ୍ରମଣ କରି ନିଜ କବ୍ଜାକୁ ନେବାରେ ଲାଗିଛି । ବିଭିନ୍ନ ସହର ଉପରେ ଆକ୍ରମଣ କରିବା ପରେ ଏବେ ପୁଟିନଙ୍କ ଟାର୍ଗେଟରେ ୟୁକ୍ରେନ ରାଜଧାନୀ କିଭ୍ । କିଭକୁ ଅକ୍ତିଆର କରିବା ପାଇଁ ଭୟଙ୍କର ଆକ୍ରମଣ କରୁଛି ଋଷ ।

କିଭ୍‌ ଉପରେ ଋଷର ଆକ୍ରମଣ ମଧ୍ୟରେ ମଧ୍ୟ ଯୁକ୍ରେନ ରାଜଧନାୀ କିଭ୍‌କୁ ନିଜ ଅସ୍ତିଆରକୁ ନେଇ ପାରିନି ପୁଟିନ ସେନା। ଏହାରି ମଧ୍ୟରେ ରୁଷିଆର ବିଶାଳ ସେନା କିଭ ଅଭିମୁଖେ ଅଗ୍ରସର ହେଉଥିବା ସାଟେଲାଇନ ଇମେଜ ଆଜି ପ୍ରକାଶ ପାଇଛି । ଯାହାକୁ ନେଇ ବିଭିନ୍ନ ଦେଶ ଚିନ୍ତା ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ଗେମ ପ୍ଲାନକୁ କେହି ବୁଝି ପାରୁ ନାହାନ୍ତି । ଗୋଟିଏ ପଟେ ଶାନ୍ତି ଆଲୋଚନା କରୁଥିବା ବେଳେ ଅନ୍ୟପଟେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ସାଟେଲାଇନ ଇମେଜରେ ୬୪ କିଲୋମିଟର ପର୍ଯ୍ୟନ୍ତ ଲମ୍ବାରେ ରୁଷ ସେନା କୀଭ ଅଭିମୁଖେ ଯାଉଛନ୍ତ । ଏଥିରେ ସେନା, ଗୋଳାବାରୁଦ, ଟ୍ୟାଙ୍କ, ବାହନ ସବୁ କିଛି ରହିଛି ।

କିଭ୍‌ ଉପରେ ଦଖଲ ପାଇଁ ଋଷ ଆହୁରି ଆକ୍ରମଣାତକ ହୋଇଉଠିଥିବା ବେଳେ କିଭରେ ଥିବା ଭାରତୀୟଙ୍କ ପାଇଁ ଆଲର୍ଟ ଜାରି କରାଯାଇଛି । କେତେବେଳେ କିଛି ବି ଘଟିପାରେ । ଆଜି ହିଁ ତୁରନ୍ତ କିଭ୍‌ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ରେନ୍ ହେଉ କି ବସ୍ ଯେ କୌଣସି ପ୍ରକାର ବାହାରି ଆସିବାକୁ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଛି । ଏହି ନିର୍ଦ୍ଦେଶ ବାବଦରେ ଦୂତାବାସ ଅବଗତ କରିଛି ।

ସୂଚନାଯୋଗ୍ୟ ୟୁକ୍ରେନ୍‌ରେ ପ୍ରାୟ ୨୦ ହଜାର ଭାରତୀୟ ନାଗରିକ ଅଛନ୍ତି। ଏଥିମଧ୍ୟରୁ ଅଧିକ ସେଠାରେ ଡାକ୍ତରୀ ପାଠ ପଢ଼ିବା ପାଇଁ ଯାଇଛନ୍ତି। ଏବେ ଏହି ୨୦ ହଜାର ଭାରତୀୟ ନାଗରିକଙ୍କ ମଧ୍ୟରୁ ୪ ହଜାର ସ୍ୱଦେଶ ଫେରି ସାରିଲେଣ। ଅନ୍ୟ ଫଶି ରହିଥିବା ଭାରତୀୟ ନାଗରିକଙ୍କୁ ବାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ ଗଙ୍ଗା କାର୍ୟ୍ୟକ୍ରମ ଜାରି ରହିଛି। ମଙ୍ଗଳବାର ଭାରତୀୟ ନାଗିରକଙ୍କୁ ନେଇ ଅଷ୍ଟମ ବିମାନ ବୁଡାପେଷ୍ଟରୁ ଦିଲ୍ଳୀ ଆଡକୁ ଯାତ୍ରା କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର