ପାରିବାରିକ ବିବାଦ: ଆମେରିକାରେ ଭାରତୀୟ ମହିଳା ଏବଂ ତାଙ୍କ ୩ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା କଲା ସ୍ବାମୀ

Madhusudan Das Picture
Published On

ନୂଆଦିଲ୍ଲୀ: ଆମେରିକାର ଜର୍ଜିଆରେ ଜଣେ ଭାରତୀୟଙ୍କ ସମେତ ୪ଜଣଙ୍କୁ ହତ୍ୟା। ପାରିବାରିକ ବିବାଦରୁ ସ୍ୱାମୀ ଗୁଳିରେ ସ୍ତ୍ରୀ ସମେତ ୪ ଜଣ ମୃତ। ନିଜ ପତ୍ନୀ ଏବଂ ତାଙ୍କର ଅନ୍ୟ ତିନି ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା କରିଛି ସ୍ବାମୀ । ଆମେରିକା ଜର୍ଜିଆ ଲରେନ୍ସଭିଲ୍ ସହରରେ ଏହି ଗୁଳିକାଣ୍ଡ ଘଟିଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣା ସମୟରେ ୩ ଜଣ ପିଲା ଘର ଭିତରେ ଥିଲେ । ପିଲାମାନେ ଏକ ଆଲମାରୀ ଭିତରେ ଲୁଚି ରହି ପୁଲିସକୁ ଖବର ଦେଇ ନିଜ ଜୀବନ ବଞ୍ଚାଇଥିଲେ ।ଆଟଲାଣ୍ଟା ସ୍ଥିତ ଭାରତୀୟ ଦୂତାବାସ ଏହି ଘଟଣାର ସ୍ପଷ୍ଟୀକରଣ ଦେବା ସହ ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକ ଥିବା ନିଶ୍ଚିତ କରିଛି ।

ଆହୁରି ପଢ଼ନ୍ତୁ: ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା; ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗରେ ଥାନାରେ ଏତଲା

ପୋଲିସ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ୫୧ ବର୍ଷୀୟ ବିଜୟ କୁମାରଙ୍କୁ ଗିରଫ କରିଛି। ବିଜୟ ନିଜ ପତ୍ନୀ ମୀନୁ ଡୋଗ୍ରା (୪୩) ଏବଂ ଅନ୍ୟ ତିନି ସମ୍ପର୍କୀୟ ଗୌରବ କୁମାର (୩୩), ନିଧି ଚନ୍ଦର (୩୭) ଓ ହରିଶ ଚନ୍ଦର (୩୮)ଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଆଟଲାଣ୍ଟା ସ୍ଥିତ ନିଜ ଘରେ ବିଜୟ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା, ଯାହା ପରେ ସେମାନେ ଅନ୍ୟ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଏବଂ ସେଠାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପୋଲିସ ବିଜୟଙ୍କ ବିରୋଧରେ ହତ୍ୟା ଓ ଶିଶୁଙ୍କ ପ୍ରତି ନିଷ୍ଠୁରତା ଭଳି ସଙ୍ଗୀନ ଦଫା ଲଗାଇଛି।

ଆହୁରି ପଢ଼ନ୍ତୁ: ମହାକାଶରୁ କେମିତି ଦିଶେ ଭାରତ? ଆରବ ସାଗର ଓ ହିମାଳୟ ଉପରୁ ନିଆଯାଇଥିବା ଅପୂର୍ବ ରାତ୍ରି ଦୃଶ୍ୟ ସେୟାର କଲା ISS

ରିପୋର୍ଟ ଅନୁଯାୟୀ, ଯେତେବେଳେ ଘର ଭିତରେ ଗୁଳିକାଣ୍ଡ ଘଟୁଥିଲା, ସେତେବେଳେ ସେଠାରେ ତିନିଜଣ ଶିଶୁ (ବୟସ ୭, ୧୦ ଓ ୧୨ ବର୍ଷ) ଉପସ୍ଥିତ ଥିଲେ। ନିଜ ଜୀବନ ବଞ୍ଚାଇବା ପାଇଁ ପିଲାମାନେ ଏକ ‘କ୍ଲୋଜେଟ୍’ ବା ଘରର କପଡ଼ା ରଖାଯାଉଥିବା ଥାକ ଭିତରେ ଲୁଚି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ବର୍ଷୀୟ ଶିଶୁ ଅତ୍ୟନ୍ତ ସାହସିକତା ଦେଖାଇ ୯୧୧କୁ କଲ୍ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। ବର୍ତ୍ତମାନ ସେମାନଙ୍କୁ ଜଣେ ସମ୍ପର୍କୀୟଙ୍କ ଦାୟିତ୍ୱରେ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଆଗ୍ରାରେ ମହିଳାଙ୍କ ଆତ୍ମହତ୍ୟା: ୪ ବର୍ଷର ଲିଭ୍-ଇନ୍ ସମ୍ପର୍କ ପରେ ବିବାହ କରିବାକୁ ମନା କଲେ ପୋଲିସ କନଷ୍ଟେବଳ

24 Jan 2026 By Madhusudan Das

ପାରିବାରିକ ବିବାଦ: ଆମେରିକାରେ ଭାରତୀୟ ମହିଳା ଏବଂ ତାଙ୍କ ୩ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା କଲା ସ୍ବାମୀ

ନୂଆଦିଲ୍ଲୀ: ଆମେରିକାର ଜର୍ଜିଆରେ ଜଣେ ଭାରତୀୟଙ୍କ ସମେତ ୪ଜଣଙ୍କୁ ହତ୍ୟା। ପାରିବାରିକ ବିବାଦରୁ ସ୍ୱାମୀ ଗୁଳିରେ ସ୍ତ୍ରୀ ସମେତ ୪ ଜଣ ମୃତ। ନିଜ ପତ୍ନୀ ଏବଂ ତାଙ୍କର ଅନ୍ୟ ତିନି ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା କରିଛି ସ୍ବାମୀ । ଆମେରିକା ଜର୍ଜିଆ ଲରେନ୍ସଭିଲ୍ ସହରରେ ଏହି ଗୁଳିକାଣ୍ଡ ଘଟିଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣା ସମୟରେ ୩ ଜଣ ପିଲା ଘର ଭିତରେ ଥିଲେ । ପିଲାମାନେ ଏକ ଆଲମାରୀ ଭିତରେ ଲୁଚି ରହି ପୁଲିସକୁ ଖବର ଦେଇ ନିଜ ଜୀବନ ବଞ୍ଚାଇଥିଲେ ।ଆଟଲାଣ୍ଟା ସ୍ଥିତ ଭାରତୀୟ ଦୂତାବାସ ଏହି ଘଟଣାର ସ୍ପଷ୍ଟୀକରଣ ଦେବା ସହ ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକ ଥିବା ନିଶ୍ଚିତ କରିଛି ।

ପୋଲିସ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ୫୧ ବର୍ଷୀୟ ବିଜୟ କୁମାରଙ୍କୁ ଗିରଫ କରିଛି। ବିଜୟ ନିଜ ପତ୍ନୀ ମୀନୁ ଡୋଗ୍ରା (୪୩) ଏବଂ ଅନ୍ୟ ତିନି ସମ୍ପର୍କୀୟ ଗୌରବ କୁମାର (୩୩), ନିଧି ଚନ୍ଦର (୩୭) ଓ ହରିଶ ଚନ୍ଦର (୩୮)ଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଆଟଲାଣ୍ଟା ସ୍ଥିତ ନିଜ ଘରେ ବିଜୟ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା, ଯାହା ପରେ ସେମାନେ ଅନ୍ୟ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଏବଂ ସେଠାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପୋଲିସ ବିଜୟଙ୍କ ବିରୋଧରେ ହତ୍ୟା ଓ ଶିଶୁଙ୍କ ପ୍ରତି ନିଷ୍ଠୁରତା ଭଳି ସଙ୍ଗୀନ ଦଫା ଲଗାଇଛି।

ରିପୋର୍ଟ ଅନୁଯାୟୀ, ଯେତେବେଳେ ଘର ଭିତରେ ଗୁଳିକାଣ୍ଡ ଘଟୁଥିଲା, ସେତେବେଳେ ସେଠାରେ ତିନିଜଣ ଶିଶୁ (ବୟସ ୭, ୧୦ ଓ ୧୨ ବର୍ଷ) ଉପସ୍ଥିତ ଥିଲେ। ନିଜ ଜୀବନ ବଞ୍ଚାଇବା ପାଇଁ ପିଲାମାନେ ଏକ ‘କ୍ଲୋଜେଟ୍’ ବା ଘରର କପଡ଼ା ରଖାଯାଉଥିବା ଥାକ ଭିତରେ ଲୁଚି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ବର୍ଷୀୟ ଶିଶୁ ଅତ୍ୟନ୍ତ ସାହସିକତା ଦେଖାଇ ୯୧୧କୁ କଲ୍ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। ବର୍ତ୍ତମାନ ସେମାନଙ୍କୁ ଜଣେ ସମ୍ପର୍କୀୟଙ୍କ ଦାୟିତ୍ୱରେ ରଖାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର