ଭାରତୀୟ ବାୟୁସେନାର ୯୧ ତମ ପ୍ରତିଷ୍ଠା ଦିବସରେ ବାୟୁସେନାର ନୂଆ ପ୍ରତୀକ ଉନ୍ମୋଚିତ

The Sakala Picture
Published On

ନୂଆଦିଲ୍ଲୀ: ଆଜି ବାୟୁସେନାର ୯୧ ତମ ପ୍ରତିଷ୍ଠା ଦିବସ । ୧୯୩୨ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ପ୍ରତିଷ୍ଠା ହୋଇଥିଲା ରୟାଲ ଇଣ୍ଡିଆନ୍ ଏୟାର ଫୋର୍ସ । ଯାହା ପରବର୍ତ୍ତୀ ସମୟରେ ୧୯୫୦କୁ ଇଣ୍ଡିଆନ ଏୟାର ଫୋର୍ସ ନାମରେ ନାମିତ ହୋଇଥିଲା। ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜରେ ୯୧ତମ ପ୍ରତିଷ୍ଠା ଦିବସରେ ନିଜର ପରାକାଷ୍ଠା ଓ ବୀରତ୍ବ ଦେଖାଇଛି ବାୟୁସେନା । ସହିଦ ବାୟୁ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଦଆଯିବା ସହ ଏୟାର ଶୋ’ କରାଯାଇଛି। ଏହି ଅବସରରେ […]

ନୂଆଦିଲ୍ଲୀ: ଆଜି ବାୟୁସେନାର ୯୧ ତମ ପ୍ରତିଷ୍ଠା ଦିବସ । ୧୯୩୨ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ପ୍ରତିଷ୍ଠା ହୋଇଥିଲା ରୟାଲ ଇଣ୍ଡିଆନ୍ ଏୟାର ଫୋର୍ସ । ଯାହା ପରବର୍ତ୍ତୀ ସମୟରେ ୧୯୫୦କୁ ଇଣ୍ଡିଆନ ଏୟାର ଫୋର୍ସ ନାମରେ ନାମିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲା: SIT କଲା ୪୦ କର୍ମଚାରୀଙ୍କୁ ଜେରା, ୩ଟି ଅଭିଯୋଗ ପରେ ବି ରୁଜୁ ହୋଇନି FIR

ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜରେ ୯୧ତମ ପ୍ରତିଷ୍ଠା ଦିବସରେ ନିଜର ପରାକାଷ୍ଠା ଓ ବୀରତ୍ବ ଦେଖାଇଛି ବାୟୁସେନା । ସହିଦ ବାୟୁ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଦଆଯିବା ସହ ଏୟାର ଶୋ’ କରାଯାଇଛି। ଏହି ଅବସରରେ ବମରଉଲି ବାୟୁସେନା ଷ୍ଟେସନରେ ବାୟୁସେନାର ନୂଆ ପ୍ରତୀକ ଉନ୍ମୋଚନ କରିଛନ୍ତି ବାୟୁସେନା ମୁଖ୍ୟ ମାର୍ଶାଲ୍ ବିବେକ ରାମ ଚୌଧରୀ।

ଆହୁରି ପଢ଼ନ୍ତୁ: ପଦ୍ମ ପୁରସ୍କାର ୨୦୨୬: ଅଲକା ୟାଗ୍ନିକ, ରୋହିତ ଶର୍ମା ଏବଂ ଆର. ମାଧବନଙ୍କ ସମେତ ୬୫ ଜଣଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଆହୁରି ପଢ଼ନ୍ତୁ: ରାମ ମନ୍ଦିର ଟ୍ରଷ୍ଟକୁ ଆର୍ଥିକ ହିସାବ ମାଗିଲା ପିଏମଓ: ଏସଆଇଟି ତଦନ୍ତର ବାହାନା ଦେଖାଇ ତଥ୍ୟ ଦେବାକୁ ମନା କଲା ଟ୍ରଷ୍ଟ

ନୂଆ କରି ଉନ୍ମୋଚିତ ହୋଇଥିବା ପ୍ରତୀକ ରେ ହିମାଳୟୀ ଇଗଲକୁ ଘେରି ରହିଥିବା ହାଲୁକା ନୀଳ ରଙ୍ଗର ଏକ ରିଙ୍ଗ୍ ରହିଛି। ଏଥିରେ ଦେବାନଗରୀ ଅକ୍ଷରରେ “ଭାରତୀୟ ବାୟୁ ସେନା” ଲେଖା ଯାଇଛି। ଆଇଏଏଫର ମୂଳ ଆଭିମୁଖ୍ୟ ବା ଲକ୍ଷ୍ୟ “ନବଃ ସ୍ପର୍ଶମ୍ ଦୀପ୍ତମ୍” ହିମାଳୟ ଇଗଲ ତଳେ ସୁବର୍ଣ୍ଣ ଦେବନାଗରୀରେ ଲେଖାଯାଇଛି। ଭାରତୀୟ ବାୟୁସେନାର ମୂଲ୍ୟବୋଧକୁ ଭଲ ଭାବରେ ପ୍ରତିଫଳିତ କରିବା ପାଇଁ ଏହି ନୂଆ ପ୍ରତୀକର ଉନ୍ମୋଚନ କରାଯାଇଛି। ଏହା ଏୟାର୍ ଫୋର୍ସ କ୍ରିଷ୍ଟ୍, ପତାକାର ଉପର ଡାହାଣ କୋଣରେ ପ୍ରତିଫଳିତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ପ୍ରେସ ବିବୃତ୍ତିରେ କହିଛି।

ପୁରୁଣା ପ୍ରତୀକ ବଦଳିବା ପରେ ଏହାକୁ ସେଣ୍ଟ୍ରାଲ ଏୟାର କମାଣ୍ଡ ସଂଗ୍ରହାଳୟରେ ସୁରକ୍ଷିତ ରଖାଯିବ। ସ୍ଵାଧୀନତା ପରେ ୧୯୫୧ରେ ବାୟୁସେନା ପତାକା ପ୍ରସ୍ତୁତ କରାଯାଇଥିଲା। ତେବେ ଏଥିରେ ବ୍ରିଟିଶ ଯୁଗର ଛାପ ରହିଥିବାରୁ ଏହାକୁ ବଦଳାଯାଇଛି। ବର୍ତ୍ତମାନର ନୂଆ ପତାକାର ରଙ୍ଗ ନୀଳ। ଏହାର ଉପର ବାମ ପାର୍ଶ୍ୱରେ ତ୍ରିରଙ୍ଗା ଥିବାବେଳେ ଡାହାଣ ପାର୍ଶ୍ଵରେ ବାୟୁସେନାର ଗୋଲାକାର ପ୍ରତୀକ ରହିଛି ।

08 Oct 2023 By The Sakala

ଭାରତୀୟ ବାୟୁସେନାର ୯୧ ତମ ପ୍ରତିଷ୍ଠା ଦିବସରେ ବାୟୁସେନାର ନୂଆ ପ୍ରତୀକ ଉନ୍ମୋଚିତ

ନୂଆଦିଲ୍ଲୀ: ଆଜି ବାୟୁସେନାର ୯୧ ତମ ପ୍ରତିଷ୍ଠା ଦିବସ । ୧୯୩୨ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ପ୍ରତିଷ୍ଠା ହୋଇଥିଲା ରୟାଲ ଇଣ୍ଡିଆନ୍ ଏୟାର ଫୋର୍ସ । ଯାହା ପରବର୍ତ୍ତୀ ସମୟରେ ୧୯୫୦କୁ ଇଣ୍ଡିଆନ ଏୟାର ଫୋର୍ସ ନାମରେ ନାମିତ ହୋଇଥିଲା।

ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜରେ ୯୧ତମ ପ୍ରତିଷ୍ଠା ଦିବସରେ ନିଜର ପରାକାଷ୍ଠା ଓ ବୀରତ୍ବ ଦେଖାଇଛି ବାୟୁସେନା । ସହିଦ ବାୟୁ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଦଆଯିବା ସହ ଏୟାର ଶୋ’ କରାଯାଇଛି। ଏହି ଅବସରରେ ବମରଉଲି ବାୟୁସେନା ଷ୍ଟେସନରେ ବାୟୁସେନାର ନୂଆ ପ୍ରତୀକ ଉନ୍ମୋଚନ କରିଛନ୍ତି ବାୟୁସେନା ମୁଖ୍ୟ ମାର୍ଶାଲ୍ ବିବେକ ରାମ ଚୌଧରୀ।

ନୂଆ କରି ଉନ୍ମୋଚିତ ହୋଇଥିବା ପ୍ରତୀକ ରେ ହିମାଳୟୀ ଇଗଲକୁ ଘେରି ରହିଥିବା ହାଲୁକା ନୀଳ ରଙ୍ଗର ଏକ ରିଙ୍ଗ୍ ରହିଛି। ଏଥିରେ ଦେବାନଗରୀ ଅକ୍ଷରରେ “ଭାରତୀୟ ବାୟୁ ସେନା” ଲେଖା ଯାଇଛି। ଆଇଏଏଫର ମୂଳ ଆଭିମୁଖ୍ୟ ବା ଲକ୍ଷ୍ୟ “ନବଃ ସ୍ପର୍ଶମ୍ ଦୀପ୍ତମ୍” ହିମାଳୟ ଇଗଲ ତଳେ ସୁବର୍ଣ୍ଣ ଦେବନାଗରୀରେ ଲେଖାଯାଇଛି। ଭାରତୀୟ ବାୟୁସେନାର ମୂଲ୍ୟବୋଧକୁ ଭଲ ଭାବରେ ପ୍ରତିଫଳିତ କରିବା ପାଇଁ ଏହି ନୂଆ ପ୍ରତୀକର ଉନ୍ମୋଚନ କରାଯାଇଛି। ଏହା ଏୟାର୍ ଫୋର୍ସ କ୍ରିଷ୍ଟ୍, ପତାକାର ଉପର ଡାହାଣ କୋଣରେ ପ୍ରତିଫଳିତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ପ୍ରେସ ବିବୃତ୍ତିରେ କହିଛି।

ପୁରୁଣା ପ୍ରତୀକ ବଦଳିବା ପରେ ଏହାକୁ ସେଣ୍ଟ୍ରାଲ ଏୟାର କମାଣ୍ଡ ସଂଗ୍ରହାଳୟରେ ସୁରକ୍ଷିତ ରଖାଯିବ। ସ୍ଵାଧୀନତା ପରେ ୧୯୫୧ରେ ବାୟୁସେନା ପତାକା ପ୍ରସ୍ତୁତ କରାଯାଇଥିଲା। ତେବେ ଏଥିରେ ବ୍ରିଟିଶ ଯୁଗର ଛାପ ରହିଥିବାରୁ ଏହାକୁ ବଦଳାଯାଇଛି। ବର୍ତ୍ତମାନର ନୂଆ ପତାକାର ରଙ୍ଗ ନୀଳ। ଏହାର ଉପର ବାମ ପାର୍ଶ୍ୱରେ ତ୍ରିରଙ୍ଗା ଥିବାବେଳେ ଡାହାଣ ପାର୍ଶ୍ଵରେ ବାୟୁସେନାର ଗୋଲାକାର ପ୍ରତୀକ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର