ପୁଣି ଚିନ୍ତା ବଢାଇଲା କରୋନା : ଦିନକରେ ପ୍ରାୟ ୪୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ପୁଣିଥରେ କରୋନା ସଂକ୍ରମଣ ଚିନ୍ତା ବଢାଇଛି। କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ପୁଣି ହଠାତ ବୃଦ୍ଧି ପାଇଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଗତକାଲି ପ୍ରାୟ ୩୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୪୦ ହଜାର ଛୁଇଁବାକୁ ବସିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ […]

ନୂଆଦିଲ୍ଲୀ : ଦେଶରେ ପୁଣିଥରେ କରୋନା ସଂକ୍ରମଣ ଚିନ୍ତା ବଢାଇଛି। କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ପୁଣି ହଠାତ ବୃଦ୍ଧି ପାଇଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଗତକାଲି ପ୍ରାୟ ୩୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୪୦ ହଜାର ଛୁଇଁବାକୁ ବସିଛି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି: ଇରାନ ଓ ଇସ୍ରାଏଲ ଆକାଶପଥ ବନ୍ଦ, ମଝି ଆକାଶରୁ ଫେରିଲା ଏୟାର ଇଣ୍ଡିଆ ବିମାନ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯,୭୨୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାହା ଚଳିତ ବର୍ଷ (୨୦୨୧)ରେ  ପ୍ରଥମଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକଙ୍କ  ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ କରୋନା ଆଉ ୧୫୪ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୫୯,୩୭୦କୁ ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ସୁଦ୍ଧା  ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୫,୧୪,୩୩୧ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୧,୧୦,୮୩, ୬୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଦେଶର ଆକ୍ଟିଭ କେସ୍‌ ସଂଖ୍ୟା ୨, ୭୧,୨୮୨ ରହିଛି।

ଆହୁରି ପଢ଼ନ୍ତୁ: ଶ୍ୱଶୁର ଘରେ ବିଶ୍ୱାସଘାତକତା! କ୍ଷମା ମାଗି ଘରକୁ ଆସିଲା ଜ୍ୱାଇଁ, ନିଶା ଦେଇ ଲୁଟିନେଲା ୨ କୋଟିର ସୁନା-ରୁପା


ମହାରାଷ୍ଟ୍ରରେ କରୋନା ସଂକ୍ରମଣ ମାଡ଼ି ଚାଲିଥିବାରୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ହେଲେ କେବଳ ମହାରାଷ୍ଟ୍ର ନୁହେଁ, ଦିଲ୍ଲୀ, ପଞ୍ଜାବ, ତାମିଲନାଡୁ ଭଳି ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ ବଢ଼ିବା ଆରମ୍ଭ ହୋଇଛି।

ମହାରାଷ୍ଟ୍ରର କରୋନା ସ୍ଥିତି ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଏଠାକାର ଅଧିକାଂଶ ସ୍ଥାନରେ ଲକଡାଉନ, ଶଟଡାଉନ ଓ ନାଇଟ କର୍ଫ୍ୟୁ ଲାଗିଥିଲେ ହେଁ ପ୍ରତିଦିନ ସଂକ୍ରମଣହାର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ଆଉ ୨୫,୮୩୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ କରୋନା ୫୮ ଜଣଙ୍କ ମୁଣ୍ଡ ନେଇଛି। ଗତକାଲି ଏଠାରେ ୨୩,୧୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାର ଅର୍ଥ ପ୍ରତିଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରାଜ୍ୟରେ ଏଯାଏ ମୋଟ ୨୩,୯୬,୩୪୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧,୭୫,୫୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp