ରୁଷିଆରୁ ତେଲ କିଣି ଭାରତକୁ ମିଳିଛି ୩୫ ହଜାର କୋଟିର ଫାଇଦା

The Sakala Picture
Published On

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ଆନ୍ତର୍ଜାତିକ ବଜାରରେ ଅଶୋଧିତ ପେଟ୍ରୋଲିୟମର ଯୋଗାଣ ଏବଂ ମୂଲ୍ୟ ଅସ୍ବାଭବିକ ସ୍ତରରେ ପହଞ୍ଚିଥିଲା। ବ୍ୟାରେଲ ପିଛା ୬୦ ରୁ ୭୦ ଡଲାର ରହିଥିବା ପେଟ୍ରୋଲିୟମ ୧୦୦ ଡଲାର ପାର୍‌ କରିବା ସହିତ ତୈଳ ବିକ୍ରି ପାଇଁ ଆମେରିକା, ରୁଷ ଏବଂ ସାଉଦି ଆରବ ଭଳି ସର୍ବାଧିକ ଯୋଗାଣକାରୀ ରାଷ୍ଟ୍ରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଥିଲା। ହେଲେ ଏହି ସମୟରେ ଭାରତ ଏବଂ ରୁଷ ମଧ୍ୟରେ ତେଲ କିଣାକୁ ନେଇ ଯେଉଁ ବୁଝାମଣା […]

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ଆନ୍ତର୍ଜାତିକ ବଜାରରେ ଅଶୋଧିତ ପେଟ୍ରୋଲିୟମର ଯୋଗାଣ ଏବଂ ମୂଲ୍ୟ ଅସ୍ବାଭବିକ ସ୍ତରରେ ପହଞ୍ଚିଥିଲା। ବ୍ୟାରେଲ ପିଛା ୬୦ ରୁ ୭୦ ଡଲାର ରହିଥିବା ପେଟ୍ରୋଲିୟମ ୧୦୦ ଡଲାର ପାର୍‌ କରିବା ସହିତ ତୈଳ ବିକ୍ରି ପାଇଁ ଆମେରିକା, ରୁଷ ଏବଂ ସାଉଦି ଆରବ ଭଳି ସର୍ବାଧିକ ଯୋଗାଣକାରୀ ରାଷ୍ଟ୍ରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଥିଲା। ହେଲେ ଏହି ସମୟରେ ଭାରତ ଏବଂ ରୁଷ ମଧ୍ୟରେ ତେଲ କିଣାକୁ ନେଇ ଯେଉଁ ବୁଝାମଣା ହୋଇଥିଲା ତାହା ଆଜି ଦେଶ ପାଇଁ ଲାଭଯୁକ୍ତ ସାବ୍ୟସ୍ତ ହୋଇଛି।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ଆନ୍ତର୍ଜାତିକ ବଜାରରେ ତେଲ ଦର ବୃଦ୍ଧିକୁ ନେଇ ଏବେ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ରହିଛି। ଏହାର ପ୍ରଭାବ ଭାରତରେ ମଧ୍ୟ ଅନୁଭୂତ ହୋଇଛି। କିନ୍ତୁ ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତରେ କମ୍‌ ପ୍ରଭାବ ରହିଛି। ପଡ଼ୋଶୀ ପାକିସ୍ତାନରେ ଏବେ ମୁଦ୍ରାସ୍ଫୀତି ୨୭ ପ୍ରତିଶତରେ ପହଞ୍ଚିଥିଲା ବେଳେ ଭାରତରେ ଏହି ହାର ୭ ପ୍ରତିଶତ ରହିଛି। କୋଭିଡ ସମୟ ଠାରୁ ୟୁକ୍ରେନ-ରୁଷ ଯୁଦ୍ଧ ପର୍ଯ୍ୟନ୍ତ ବିଭିନ୍ନ ସ୍ଥିତିରେ ଭାରତ ତେଲ ଆମଦାନୀ ପାଇଁ ଯେଉଁ କେତେକ ପଦକ୍ଷେପ ନେଇଛି ସାଂପ୍ରତିକ ସ୍ଥିତିରେ ତାହାର ପ୍ରଭାବ ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ ଅନୁକୂଳ ରହିଛି। କୋଭିଡ ସମୟରେ ଆମେରିକୀୟ କ୍ରୁଡ ମୂଲ୍ୟ ଶୂନ ଡଲାରରେ ପହଞ୍ଚିଥିଲା ବେଳେ ଭାରତ ପ୍ରଚୁର ପରିମାଣର ତେଲ ମହଜୁଦ ରଖି ପ୍ରାୟ ୨୫ ହଜାର କୋଟି ଟଙ୍କାର ଫାଇଦା ଉଠାଇପାରିଛି। ସେହିପରି ରୁଷିଆ ଠାରୁ ଭାରତ ରିଆତି ଦରରେ ତେଲ କିଣି ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୪.୩ ବିଲିୟନ ଡଲାର ବା ୩୫ ହଜାର କୋଟି ଟଙ୍କା ସଞ୍ଚୟ କରିପାରିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ମୋଟ ତେଲ ଆମଦାନୀ ବାବଦ ପରିମାଣ ୬୨.୨ ବିଲିୟନ ଡଲାର ରହିଥିଲା। କିନ୍ତୁ ୟୁକ୍ରେନ ସଙ୍କଟକୁ ଏବଂ ଅନ୍ୟ କେତେକ କାରଣକୁ ନେଇ ଏହି ପରିମାଣ ୨୦୨୧-୨୨ ସୁଦ୍ଧା ୧୧୯ ବିଲିୟନ ଡଲାରରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଯଦି ରୁଷିଆରୁ ଭାରତ ରିଆତି ଦରରେ ତେଲ କିଣିବାକୁ ସୁଯୋଗ ପାଇ ନଥାଆନ୍ତା ତେବେ ୨୦୨୨-୨୩ରେ ଏହି ପରିମାଣ ଆହୁରି ଅଧିକ ହୋଇଥାଆନ୍ତା। କିନ୍ତୁ ଭାରତ ଇତିମଧ୍ୟରେ ପାଖାପାଖି ୩୫ ହଜାର କୋଟି ଟଙ୍କାର ଫାଇଦା ଉଠାଇପାରିଛି। ଏହି ପରିମାଣର ଫାଇଦାକୁ ବିଚାରକୁ ନେଲେ ଭାରତ ରୁଷ ଠାରୁ କିଣିଥିବା ଅତ୍ୟାଧୁନିକ ଏସ-୪୦୦ ମିସାଇଲ ମାଗଣାରେ ପାଇଯାଇଛି ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି। ରୁଷ ଠାରୁ ୫ ୟୁନିଟ ଏସ-୪୦୦ ମିସାଇଲ ସିଷ୍ଟମ କ୍ରୟ କରିବାକୁ ଭାରତ ଚୁକ୍ତି କରିଥିବା ବେଳେ ଏହାର ମୂଲ୍ୟ ୫.୪୩ ବିଲିୟନ ଡଲାର ବା ପ୍ରାୟ ୪୦ ହଜାର କୋଟି ଟଙ୍କା ରହିଛି। କିନ୍ତୁ ରୁଷରୁ ଶସ୍ତାରେ ତେଲ କିଣି ଭାରତ ୩୫ ହଜାର କୋଟି ଟଙ୍କାର ଫାଇଦା ପାଇଥିବାରୁ ଭାରତକୁ ଏସ-୪୦୦ ମିସାଇଲ ମାଗଣାରେ ମିଳିଯାଇଛି ବୋଲି ସେମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର