ଖଲିସ୍ତାନୀ ଆତଙ୍କବାଦୀ ହତ୍ୟାକୁ ନେଇ ବିବାଦ: କାନାଡା ହାଇ କମିଶନରଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଲା ଭାରତ

The Sakala Picture
Published On

ନୂଆଦିଲ୍ଲୀ: ଯେସାକୁ ତେସାରେ ଜବାବ ଦେଲା ଭାରତ । ଭାରତୀୟ କୁଟନୀତିଜ୍ଞଙ୍କୁ ବହିଷ୍କାର ପରେ କାନାଡ଼ା ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିଛି ଭାରତ । ଭାରତରେ ଅବସ୍ଥାପିତ କାନାଡାର ହାଇ କମିଶନରଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତାଙ୍କୁ ଭାରତ ଛାଡିବାକୁ ପାଞ୍ଚ ଦିନ ସମୟ ଦିଆଯାଇଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜରର ହତ୍ୟା ମାମଲାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାରତ-କାନାଡା । ନିଜରର ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତିର ଅଭିଯୋଗ କରି […]

ନୂଆଦିଲ୍ଲୀ: ଯେସାକୁ ତେସାରେ ଜବାବ ଦେଲା ଭାରତ । ଭାରତୀୟ କୁଟନୀତିଜ୍ଞଙ୍କୁ ବହିଷ୍କାର ପରେ କାନାଡ଼ା ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିଛି ଭାରତ । ଭାରତରେ ଅବସ୍ଥାପିତ କାନାଡାର ହାଇ କମିଶନରଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତାଙ୍କୁ ଭାରତ ଛାଡିବାକୁ ପାଞ୍ଚ ଦିନ ସମୟ ଦିଆଯାଇଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜରର ହତ୍ୟା ମାମଲାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାରତ-କାନାଡା ।

ଆହୁରି ପଢ଼ନ୍ତୁ: ୯ ମହଲାରୁ ଡେଇଁ ୩ ଭଉଣୀଙ୍କ ଆତ୍ମହତ୍ୟା: ଡାଏରୀରୁ ମିଳିଲା ‘କୋରିଆନ୍ ଗେମ୍’ ଲିଙ୍କ୍, ଲେଖିଥିଲେ- ‘I Am Really Sorry Papa’

ନିଜରର ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତିର ଅଭିଯୋଗ କରି କାନାଡା ସୋମବାର ଭାରତର ଏକ ସିନିୟର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବାର ନିର୍ଦେଶ ଦେଇଥିଲା। କାନାଡାର ଏହି କାର୍ଯ୍ୟାନୁଷ୍ଠାନର ଜବାବରେ ଭାରତ ମଧ୍ୟ କାନାଡାର ଜଣେ ବରିଷ୍ଠ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଦେଇଛି।ଭାରତରେ କାନାଡାର ହାଇ କମିଶନର ଥିବା କାମେରୁନ ମ୍ୟାକେଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମନ କରିଛି। କେବଳ ଏତିକି ନୁହେଁ ଭାରତ କାନାଡା ହାଇ କମିଶନରଙ୍କୁ କହିଛି ଯେ କାନାଡାର ରାଷ୍ଟ୍ରଦୂତ ପାଞ୍ଚ ଦିନ ମଧ୍ୟରେ ଭାରତ ଛାଡନ୍ତୁ।

ଆହୁରି ପଢ଼ନ୍ତୁ: SpaceX ସହ ମିଶିଲା xAI: ୧.୨୫ ଟ୍ରିଲିୟନ ଡଲାରର IPO ପାଇଁ ଇଲନ୍ ମସ୍କଙ୍କ ବଡ଼ ଯୋଜନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp