ବ୍ରହ୍ମାକୁମାରୀ ମୁଖ୍ୟ ପ୍ରଶାସିକା ଦାଦୀ ହୃଦୟମୋହିନୀଜୀଙ୍କ ପରଲୋକ

The Sakala Picture
Published On

କଟକ: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ଦାଦୀ ହୃଦୟମୋହିନୀଜୀଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ ୯୩ ବର୍ଷ ହୋଇଥିଲା ଏବଂ ମୁମ୍ବାଇ ସେଫି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପାର୍ଥବ ଶରୀରକୁ ଏୟାର ଆମ୍ବୁଲାନସ୍ ମାଧ୍ୟମରେ ଶାନ୍ତିବନ ମାଉଣ୍ଟଆବୁ ରାଜସ୍ଥାନକୁ ନିଆଯାଇଛି। ମାର୍ଚ୍ଚ ୧୩ରେ ଅନ୍ତିମ ସଂସ୍କାର କରାଯିବ। ଦାଦୀଜୀଙ୍କ ନିଧନ ସମାଚାର ପାଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଶୋକ ପ୍ରକାଶ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। […]

କଟକ: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ଦାଦୀ ହୃଦୟମୋହିନୀଜୀଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ ୯୩ ବର୍ଷ ହୋଇଥିଲା ଏବଂ ମୁମ୍ବାଇ ସେଫି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପାର୍ଥବ ଶରୀରକୁ ଏୟାର ଆମ୍ବୁଲାନସ୍ ମାଧ୍ୟମରେ ଶାନ୍ତିବନ ମାଉଣ୍ଟଆବୁ ରାଜସ୍ଥାନକୁ ନିଆଯାଇଛି। ମାର୍ଚ୍ଚ ୧୩ରେ ଅନ୍ତିମ ସଂସ୍କାର କରାଯିବ। ଦାଦୀଜୀଙ୍କ ନିଧନ ସମାଚାର ପାଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଶୋକ ପ୍ରକାଶ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ କେବଳ ବାହାନା, ମୋଦୀ ସରକାରଙ୍କ ଅସଲ ଉଦ୍ଦେଶ୍ୟ ଆଉ କିଛି : ସୋନିଆ ଗାନ୍ଧୀ

ଦାଦୀ ୧୯୨୮ରେ କରାଚୀରେ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୬୯ରୁ ୨୦୧୬ ପର୍ଯ୍ୟନ୍ତ ପରମାତ୍ମାଙ୍କ ସନ୍ଦେଶବାହକର ଭୂମିକା ତୁଲାଇଥିଲେ। ମୁଖ୍ୟ ପ୍ରଶାସିକା ଦାଦୀ ଜାନକୀଜୀଙ୍କ ନିଧନ ପରେ ୨୭ ମାର୍ଚ୍ଚ ୨୦୨୦ରୁ ମୁଖ୍ୟ ପ୍ରଶାସିକା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଦାଦୀଜୀ ବିଶ୍ୱର ଅନେକ ଦେଶ ବିଦେଶକୁ ଯାଇ ଆଧ୍ୟାତ୍ମିକ ସନ୍ଦେଶ ଦେଇଥିଲେ। ତାଙ୍କୁ ନର୍ଥ ଓଡିଶା ବିଶ୍ୱ ବିଦ୍ୟାଳୟ ତରଫରୁ ୨୦୧୭ ମାର୍ଚ୍ଚ ୨୮ରେ ଡଃ. ଅଫ୍ ଲିଟେରଚର୍ ଉପାଧିରେ ସମ୍ମାନିତ କରାଯାଇଥିଲା। ସେ ଜଣେ ଶାନ୍ତିପ୍ରିୟ ବ୍ୟକ୍ତିତ୍ବ ଥିଲେ। ସେ ଏହି ଅନୁଷ୍ଠାନରେ ବାଲ୍ୟ ଅବସ୍ଥାରୁ ନିଜ ଜୀବନକୁ ୮ ବର୍ଷ ବୟସରୁ ସମର୍ପଣ କରିଥିଲେ। ଦାଦୀଜୀ୧୪ ବର୍ଷ ପର୍ଯ୍ୟନ୍ତ ହାଇଦ୍ରାବାଦ୍ ସିନ୍ଧ୍ ପ୍ରଦେଶରେ କଠିନ ଯୋଗ ସାଧନା, ତପସ୍ୟା କରୁଥିଲେ। ସେ କେବେ ବି କୌଣସି ପରିସ୍ଥିତିରେ ବିଚଳିତ ହେଉନଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ବରକୁ ପାଉଥିଲା ଭଲ, ଇର୍ଷାରେ ବିବାହ ପୂର୍ବରୁ ଭାବୀ କନ୍ୟା ଉପରକୁ ଏସିଡ୍ ଫିଙ୍ଗିଲା ପଡ଼ୋଶୀ ଯୁବତୀ

12 Mar 2021 By The Sakala

ବ୍ରହ୍ମାକୁମାରୀ ମୁଖ୍ୟ ପ୍ରଶାସିକା ଦାଦୀ ହୃଦୟମୋହିନୀଜୀଙ୍କ ପରଲୋକ

କଟକ: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ଦାଦୀ ହୃଦୟମୋହିନୀଜୀଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ ୯୩ ବର୍ଷ ହୋଇଥିଲା ଏବଂ ମୁମ୍ବାଇ ସେଫି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପାର୍ଥବ ଶରୀରକୁ ଏୟାର ଆମ୍ବୁଲାନସ୍ ମାଧ୍ୟମରେ ଶାନ୍ତିବନ ମାଉଣ୍ଟଆବୁ ରାଜସ୍ଥାନକୁ ନିଆଯାଇଛି। ମାର୍ଚ୍ଚ ୧୩ରେ ଅନ୍ତିମ ସଂସ୍କାର କରାଯିବ। ଦାଦୀଜୀଙ୍କ ନିଧନ ସମାଚାର ପାଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଶୋକ ପ୍ରକାଶ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଦାଦୀ ୧୯୨୮ରେ କରାଚୀରେ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୬୯ରୁ ୨୦୧୬ ପର୍ଯ୍ୟନ୍ତ ପରମାତ୍ମାଙ୍କ ସନ୍ଦେଶବାହକର ଭୂମିକା ତୁଲାଇଥିଲେ। ମୁଖ୍ୟ ପ୍ରଶାସିକା ଦାଦୀ ଜାନକୀଜୀଙ୍କ ନିଧନ ପରେ ୨୭ ମାର୍ଚ୍ଚ ୨୦୨୦ରୁ ମୁଖ୍ୟ ପ୍ରଶାସିକା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଦାଦୀଜୀ ବିଶ୍ୱର ଅନେକ ଦେଶ ବିଦେଶକୁ ଯାଇ ଆଧ୍ୟାତ୍ମିକ ସନ୍ଦେଶ ଦେଇଥିଲେ। ତାଙ୍କୁ ନର୍ଥ ଓଡିଶା ବିଶ୍ୱ ବିଦ୍ୟାଳୟ ତରଫରୁ ୨୦୧୭ ମାର୍ଚ୍ଚ ୨୮ରେ ଡଃ. ଅଫ୍ ଲିଟେରଚର୍ ଉପାଧିରେ ସମ୍ମାନିତ କରାଯାଇଥିଲା। ସେ ଜଣେ ଶାନ୍ତିପ୍ରିୟ ବ୍ୟକ୍ତିତ୍ବ ଥିଲେ। ସେ ଏହି ଅନୁଷ୍ଠାନରେ ବାଲ୍ୟ ଅବସ୍ଥାରୁ ନିଜ ଜୀବନକୁ ୮ ବର୍ଷ ବୟସରୁ ସମର୍ପଣ କରିଥିଲେ। ଦାଦୀଜୀ୧୪ ବର୍ଷ ପର୍ଯ୍ୟନ୍ତ ହାଇଦ୍ରାବାଦ୍ ସିନ୍ଧ୍ ପ୍ରଦେଶରେ କଠିନ ଯୋଗ ସାଧନା, ତପସ୍ୟା କରୁଥିଲେ। ସେ କେବେ ବି କୌଣସି ପରିସ୍ଥିତିରେ ବିଚଳିତ ହେଉନଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର