କରୋନା କବଳରେ ହଂକଂ: ବିଶ୍ବ ତୁଳନାରେ ମୃତ୍ୟୁ ୫ ଗୁଣ ଅଧିକ, ଶବ ରଖିବାକୁ ମିଳୁନି ସ୍ଥାନ

The Sakala Picture
Published On

ଭିକ୍ଟୋରିଆ: କରୋନା ମହାମାରୀ ହଂକଂରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଏଠାରେ ଭୂତାଣୁ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଦକ୍ଷିଣ କୋରିଆ ପରେ ହଂକଂ ବିଶ୍ବର ଦ୍ବିତୀୟ ହଟସ୍ପଟ ବନିଯାଇଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ପାର କରିଛି । ଏଥିରୁ ୭ ଲକ୍ଷ ସଂକ୍ରମିତ ଚଳିତ ମାସରେ ଚିହ୍ନଟ ହୋଇଛନ୍ତି। ତେବେ କରୋନା ମୃତ୍ୟୁସଂଖ୍ୟା ଦେଶର ଚିନ୍ତା ବଢାଇଛି। ମୃତ୍ୟୁସଂଖ୍ୟା ଏତେ ମାତ୍ରାରେ ବୃଦ୍ଧିପାଇଛି ଯେ ଅନ୍ତିମ ସଂସ୍କାର ପାଇଁ କଫିନ ଅଭାବ ଦେଖାଦେଇଛି। […]

ଭିକ୍ଟୋରିଆ: କରୋନା ମହାମାରୀ ହଂକଂରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଏଠାରେ ଭୂତାଣୁ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଦକ୍ଷିଣ କୋରିଆ ପରେ ହଂକଂ ବିଶ୍ବର ଦ୍ବିତୀୟ ହଟସ୍ପଟ ବନିଯାଇଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ପାର କରିଛି । ଏଥିରୁ ୭ ଲକ୍ଷ ସଂକ୍ରମିତ ଚଳିତ ମାସରେ ଚିହ୍ନଟ ହୋଇଛନ୍ତି। ତେବେ କରୋନା ମୃତ୍ୟୁସଂଖ୍ୟା ଦେଶର ଚିନ୍ତା ବଢାଇଛି। ମୃତ୍ୟୁସଂଖ୍ୟା ଏତେ ମାତ୍ରାରେ ବୃଦ୍ଧିପାଇଛି ଯେ ଅନ୍ତିମ ସଂସ୍କାର ପାଇଁ କଫିନ ଅଭାବ ଦେଖାଦେଇଛି। ଶବ ରଖିବାକୁ ମଧ୍ୟ ସ୍ଥାନନାହିଁ । ଏଥୁଯୋଗୁଁ ରେଫ୍ରିଜେରେଟର ସିଫି କଣ୍ଟେନରରେ ଶବ ରଖାଯାଉଛି । ମଶାଣି ୨୪ ଘଣ୍ଟା ଖୋଲା ରହିଛି । ୨୩୦୦ ଶବକୁ ରଖିବା ପାଇଁ ପାର୍କିଂ ନିକଟରେ ୫୦ କଣ୍ଟେନରର ସୁବିଧା କରାଯାଇଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

ଦେଶରୁ ଦିନକୁ ହରାହାରି ୨୨ ହଜାର ନୂଆ ମାମଲା ଆସୁଛି। ଅକ୍ସଫୋର୍ଟ ୟୁନିଭର୍ସିଟିର ତଥ୍ୟ ଅନୁଯାୟୀ ହଂକଂ ମୃତ୍ୟୁହାର ଆମେରିକାର ଶୀର୍ଷ ସଂକ୍ରମଣ ସମୟଠାରୁ ତିନି ଗୁଣ ଅଧିକ। ନୂଆ ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁହାର ୧୪ ପ୍ରତିଶତ ଅଧିକ। ଏହ। ବିଶ୍ବର (୦.୨୮ ପ୍ରତିଶତ) ଠାରୁ ୫ ଗୁଣ ଅଧିକ ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଜଳୁଛି ବିଦ୍ରୋହର ନିଆଁ: ଜେଏଏସି (JAAC)ର ଲଙ୍ଗ୍ ମାର୍ଚ୍ଚ ବେଳେ ହିଂସାତ୍ମକ ସଂଘର୍ଷ

ଦକ୍ଷିଣ କୋରିଆରୁ ସବୁଠାରୁ ଅଧିକ ୩.୮୫ ଲକ୍ଷ ରୋଗୀ ଚିହ୍ନଟ ହେଉଛନ୍ତି, କିନ୍ତୁ ସେଠାରେ ମୃତ୍ୟୁହାର ମାତ୍ର ୦.୦୮ ପ୍ରତିଶତ ରହିଛି। ଜାନୁଆରୀ ୧ରୁ ଏ ପର୍ଯ୍ୟନ୍ତ ହଂକଂରେ ୫ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ପ୍ରାଣ ହରାଇଲେଣି । ଏହା ପୂର୍ବରୁ ୨୦୨୦ ଏବଂ ୨୦୨୧ରେ ମାତ୍ର ୨୦୦ ଲୋକ ପ୍ରାଣ ହରାଇଥିଲେ । ଏହି ଲହରରେ ୭୦ ବର୍ଷରୁ ଊର୍ଦ୍ଧ୍ବ ୮୭ ପ୍ରତିଶତ ଲୋକ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ଚୀନ୍‌ରେ ମଧ୍ୟ କରୋନା ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି । ଏଠାରେ ଗତ ୧୫ ତାରିଖରେ ସର୍ବାଧୂକ ୫,୦୨୮ ମାମଲା ଚିହ୍ନଟ ହୋଇଥିଲା। କରୋନାର ନୂଆ ଭାରିଆଣ୍ଟ ବିଏ.୨ ଚୀନ୍‌ର ନିଦ ହଜାଇ ଦେଇଛି। ଯେକୌଣସି ଉପାୟ ଅବଲମ୍ବନ କରି ସଂକ୍ରମଣ ରୋକିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: 'ନୋ ବିଗ୍ ଡିଲ୍' ରୁ 'ସମ୍ପୂର୍ଣ୍ଣ ବିନାଶ': ଇରାନର ଆପାଚେ ହେଲିକପ୍ଟର ଆକ୍ରମଣ ପରେ କାହିଁକି ବଦଳିଲା ଟ୍ରମ୍ପଙ୍କ ମିଜାଜ?

22 Mar 2022 By The Sakala

କରୋନା କବଳରେ ହଂକଂ: ବିଶ୍ବ ତୁଳନାରେ ମୃତ୍ୟୁ ୫ ଗୁଣ ଅଧିକ, ଶବ ରଖିବାକୁ ମିଳୁନି ସ୍ଥାନ

ଭିକ୍ଟୋରିଆ: କରୋନା ମହାମାରୀ ହଂକଂରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଏଠାରେ ଭୂତାଣୁ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଦକ୍ଷିଣ କୋରିଆ ପରେ ହଂକଂ ବିଶ୍ବର ଦ୍ବିତୀୟ ହଟସ୍ପଟ ବନିଯାଇଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ପାର କରିଛି । ଏଥିରୁ ୭ ଲକ୍ଷ ସଂକ୍ରମିତ ଚଳିତ ମାସରେ ଚିହ୍ନଟ ହୋଇଛନ୍ତି। ତେବେ କରୋନା ମୃତ୍ୟୁସଂଖ୍ୟା ଦେଶର ଚିନ୍ତା ବଢାଇଛି। ମୃତ୍ୟୁସଂଖ୍ୟା ଏତେ ମାତ୍ରାରେ ବୃଦ୍ଧିପାଇଛି ଯେ ଅନ୍ତିମ ସଂସ୍କାର ପାଇଁ କଫିନ ଅଭାବ ଦେଖାଦେଇଛି। ଶବ ରଖିବାକୁ ମଧ୍ୟ ସ୍ଥାନନାହିଁ । ଏଥୁଯୋଗୁଁ ରେଫ୍ରିଜେରେଟର ସିଫି କଣ୍ଟେନରରେ ଶବ ରଖାଯାଉଛି । ମଶାଣି ୨୪ ଘଣ୍ଟା ଖୋଲା ରହିଛି । ୨୩୦୦ ଶବକୁ ରଖିବା ପାଇଁ ପାର୍କିଂ ନିକଟରେ ୫୦ କଣ୍ଟେନରର ସୁବିଧା କରାଯାଇଛି।

ଦେଶରୁ ଦିନକୁ ହରାହାରି ୨୨ ହଜାର ନୂଆ ମାମଲା ଆସୁଛି। ଅକ୍ସଫୋର୍ଟ ୟୁନିଭର୍ସିଟିର ତଥ୍ୟ ଅନୁଯାୟୀ ହଂକଂ ମୃତ୍ୟୁହାର ଆମେରିକାର ଶୀର୍ଷ ସଂକ୍ରମଣ ସମୟଠାରୁ ତିନି ଗୁଣ ଅଧିକ। ନୂଆ ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁହାର ୧୪ ପ୍ରତିଶତ ଅଧିକ। ଏହ। ବିଶ୍ବର (୦.୨୮ ପ୍ରତିଶତ) ଠାରୁ ୫ ଗୁଣ ଅଧିକ ।

ଦକ୍ଷିଣ କୋରିଆରୁ ସବୁଠାରୁ ଅଧିକ ୩.୮୫ ଲକ୍ଷ ରୋଗୀ ଚିହ୍ନଟ ହେଉଛନ୍ତି, କିନ୍ତୁ ସେଠାରେ ମୃତ୍ୟୁହାର ମାତ୍ର ୦.୦୮ ପ୍ରତିଶତ ରହିଛି। ଜାନୁଆରୀ ୧ରୁ ଏ ପର୍ଯ୍ୟନ୍ତ ହଂକଂରେ ୫ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ପ୍ରାଣ ହରାଇଲେଣି । ଏହା ପୂର୍ବରୁ ୨୦୨୦ ଏବଂ ୨୦୨୧ରେ ମାତ୍ର ୨୦୦ ଲୋକ ପ୍ରାଣ ହରାଇଥିଲେ । ଏହି ଲହରରେ ୭୦ ବର୍ଷରୁ ଊର୍ଦ୍ଧ୍ବ ୮୭ ପ୍ରତିଶତ ଲୋକ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ଚୀନ୍‌ରେ ମଧ୍ୟ କରୋନା ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି । ଏଠାରେ ଗତ ୧୫ ତାରିଖରେ ସର୍ବାଧୂକ ୫,୦୨୮ ମାମଲା ଚିହ୍ନଟ ହୋଇଥିଲା। କରୋନାର ନୂଆ ଭାରିଆଣ୍ଟ ବିଏ.୨ ଚୀନ୍‌ର ନିଦ ହଜାଇ ଦେଇଛି। ଯେକୌଣସି ଉପାୟ ଅବଲମ୍ବନ କରି ସଂକ୍ରମଣ ରୋକିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର