ଗାନ୍ଧୀ ପରିବାର ସହ ଜଡିତ ରାଜୀବ ଗାନ୍ଧୀ ଫାଉଣ୍ଡେସନର ‘ଏଫ୍‌ସିଆର୍‌ଏ’ ଲାଇସେନ୍ସ ରଦ୍ଦ କଲେ କେନ୍ଦ୍ର ସରକାର

The Sakala Picture
Published On

ନୂଆଦିଲ୍ଲୀ : କେନ୍ଦ୍ର ସରକାର ରବିବାର ଗାନ୍ଧୀ ପରିବାର ସହ ଜଡିତ ଏକ ଅଣ ସରକାରୀ ସଂସ୍ଥା ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୂଚନା ଅନୁସାରେ ଗୃହ ମନ୍ତ୍ରାଳୟ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ରଦ୍ଦ କରିଛି । ଗୃହ ମନ୍ତ୍ରାଳୟର କାର୍ଯ୍ୟାନୁଷ୍ଠାନ ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ ଆନୁସାରେ କରାଯାଇଛି । ସଂଗଠନ ଉପରେ ବିଦେଶୀ ପାଣ୍ଠିର ଉଲ୍ଲଘଂନର ଅଭିଯୋଗ ରହିଥିବା ବେଳେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗୃହ ମନ୍ତ୍ରାଳୟର […]

ନୂଆଦିଲ୍ଲୀ : କେନ୍ଦ୍ର ସରକାର ରବିବାର ଗାନ୍ଧୀ ପରିବାର ସହ ଜଡିତ ଏକ ଅଣ ସରକାରୀ ସଂସ୍ଥା ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୂଚନା ଅନୁସାରେ ଗୃହ ମନ୍ତ୍ରାଳୟ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ରଦ୍ଦ କରିଛି । ଗୃହ ମନ୍ତ୍ରାଳୟର କାର୍ଯ୍ୟାନୁଷ୍ଠାନ ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ ଆନୁସାରେ କରାଯାଇଛି । ସଂଗଠନ ଉପରେ ବିଦେଶୀ ପାଣ୍ଠିର ଉଲ୍ଲଘଂନର ଅଭିଯୋଗ ରହିଥିବା ବେଳେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ବିଶ୍ୱ ପ୍ରତିରକ୍ଷା ବଜେଟ୍‌ରେ ଭାରତର ବଡ଼ ଲମ୍ଫ: ୯୨.୧ ବିଲିୟନ ଡଲାର ଖର୍ଚ୍ଚ ସହ ପଞ୍ଚମ ସର୍ବବୃହତ୍ ସାମରିକ ଶକ୍ତି ପାଲଟିଲା ଭାରତ

ଗୃହ ମନ୍ତ୍ରାଳୟର ସୂଚନା ଅନୁସାରେ, ୨୦୨୦ ଜୁଲାଇରେ ଏକ କମିଟି ଗଠନ କରାଯାଇଥିଲା। ଏହାର ରିପୋର୍ଟ ଆଧାରରେ ଏହି ନଷ୍ପତ୍ତି ନିଆଯାଇଛି। ଏନେଇ ରାଜୀବ ଗାନ୍ଧୀ ଫାଉଣ୍ଡେସନର କାର୍ଯ୍ୟାଳୟକୁ ନୋଟିସ ପଠାଇଦିଆଯାଇଛି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଅଧ୍ୟକ୍ଷ। ଏହାର ଅନ୍ୟତମ ଟ୍ରଷ୍ଟି ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଏହି ସଂଗଠନ ୧୯୯୧ରେ ସ୍ଥାପନା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଇରାନକୁ ଘେରିବାକୁ ଆମେରିକାର ବଡ଼ ଚକ୍ରବ୍ୟୁହ: ସେଣ୍ଟକମର ଘାତକ ଆକ୍ରମଣ ଯୋଜନା ଓ ହୋର୍ମୁଜରେ ନୂଆ ମେଣ୍ଟ

ସୂଚନାଯୋଗ୍ୟ, ସମ୍ଭାବ୍ୟ ‘ମନି ଲଣ୍ଡରିଙ୍ଗ୍‌ ଆକ୍ଟ୍‌’, ‘ଇନ୍‌କମ୍ ଟ୍ୟାକ୍ସ୍‌’ ଓ ‘ଏଫ୍‌ସିଆର୍‌ଏ’ ଉଲ୍ଲଂଘନ ହୋଇଥିବା ସନ୍ଦେହରେ ଗାନ୍ଧୀ ପରିବାରର ୩ଟି ଫାଉଣ୍ଡେସନ୍‌ ଉ‌ପରେ ତଦନ୍ତ କରିବା ଲାଗି କେନ୍ଦ୍ର ସରକାର ପ୍ରବର୍ତ୍ତନ ନିର୍ଦେଶାଳୟର ଜଣେ ଅଧିକାରୀଙ୍କ ନେତୃତ୍ବରେ ଏକ ‘ଇଣ୍ଟର୍‌-ମିନିଷ୍ଟରିଆଲ୍‌ କମିଟି’ ଗଠନ କରିଥିଲେ। ଗାନ୍ଧୀ ପରିବାରର ତିନୋଟି ଫାଉଣ୍ଡେସନ୍‌ ହେଉଛି: ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌, ରାଜୀବ ଗାନ୍ଧୀ ଚାରିଟେବଲ୍‌ ଟ୍ରଷ୍ଟ୍‌ ଓ ଇନ୍ଦିରା ଗାନ୍ଧୀ ମେମୋରିଆଲ୍‌ ଟ୍ରଷ୍ଟ୍‌।

ଆହୁରି ପଢ଼ନ୍ତୁ: ବିଶ୍ୱ ଇନ୍ଧନ ସଙ୍କଟ: ଦେଶରେ ୯୯୩ ଟଙ୍କା ମହଙ୍ଗା ହେଲା କମର୍ସିଆଲ୍ LPG ଗ୍ୟାସ୍ ସିଲିଣ୍ଡର

ଏହି ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌ ସଂସ୍ଥା ବିରୋଧରେ ବିଦେଶୀ ପାଣ୍ଠିରେ ଅନିୟମିତତା ହୋଇଥିବା ଅଭିଯୋଗ ଜୁନ୍ ୨୦୨୦ରେ ବିଜେପି ଆଣିଥିଲା । ତତ୍କାଳୀନ ଆଇନ ମନ୍ତ୍ରୀ ତଥା ବିଜେପି ନେତା ରବି ଶଙ୍କର ପ୍ରସାଦ ଦାବି କରିଥିଲେ ଯେ ଚୀନ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଅର୍ଥ ପ୍ରଦାନ କରିଛି। ନିୟମ ଅନୁଯାୟୀ ସରକାରଙ୍କ ବିନା ଅନୁମତିରେ କୌଣସି ଦଳ ବିଦେଶରୁ ଟଙ୍କା ନେଇ ପାରିବେ ନାହିଁ। ଏହି ଦାନ ପାଇଁ ସରକାରଙ୍କ ଅନୁମୋଦନ ନିଆଯାଇଛି କି ନାହିଁ କଂଗ୍ରେସ ସ୍ପଷ୍ଟ କରିବା ଉଚିତ ବୋଲି ସେ କହିଥିଲେ।

ଉଲ୍ଲେଖଯୋଗ୍ୟ ୧୯୯୧ରେ ଗଠିତ ‘ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌’ ସେହି ବର୍ଷରୁ ୨୦୦୯ ପର୍ୟ୍ୟନ୍ତ ସ୍ବାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ମହିଳା ଓ ଶିଶୁ, ଶାରିରୀକ ଅକ୍ଷମ ଆଦି ଅନେକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ କାର୍ୟ୍ୟ କରିଥିଲା। କିନ୍ତୁ, ୨୦୧୦ରୁ ଶିକ୍ଷା ‌କ୍ଷେତ୍ରରେ ଧ୍ୟାନ ଦେବା ପାଇଁ ଫାଉଣ୍ଡେସନ୍‌ ନିଷ୍ପତ୍ତି ଗ୍ରହଣ କରିଥିବା କଥା ତା’ର ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି।ରାଜୀବ ଗାନ୍ଧୀ ଫାଉଣ୍ଡେସନର ୨୦୦୫-୦୬ରେ ଦାତାମାନାଙ୍କ ଏକ ତାଲିକା ରହିଛି। ଏଥିରେ ଚୀନ୍‌ର ଦୂତାବାସ ତରଫରୁ ଦାନ କରାଯାଇଥିବା ସ୍ପଷ୍ଟ ଭାବେ ଲେଖାଯାଇଥିବା ବିଜେପି ନେତା ଦାବି କରିଥିଲେ। ଚୀନ୍‌ରୁ ଏହି ଫାଉଣ୍ଡେସନ୍‌କୁ ୯୦ ଲକ୍ଷ ଟଙ୍କା ଅର୍ଥ ପ୍ରଦାନ କରାଯାଇଥିବା ସେ ଅଭିଯୋଗ କରିଥିଲେ।

23 Oct 2022 By The Sakala

ଗାନ୍ଧୀ ପରିବାର ସହ ଜଡିତ ରାଜୀବ ଗାନ୍ଧୀ ଫାଉଣ୍ଡେସନର ‘ଏଫ୍‌ସିଆର୍‌ଏ’ ଲାଇସେନ୍ସ ରଦ୍ଦ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ରବିବାର ଗାନ୍ଧୀ ପରିବାର ସହ ଜଡିତ ଏକ ଅଣ ସରକାରୀ ସଂସ୍ଥା ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୂଚନା ଅନୁସାରେ ଗୃହ ମନ୍ତ୍ରାଳୟ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ରଦ୍ଦ କରିଛି । ଗୃହ ମନ୍ତ୍ରାଳୟର କାର୍ଯ୍ୟାନୁଷ୍ଠାନ ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ ଆନୁସାରେ କରାଯାଇଛି । ସଂଗଠନ ଉପରେ ବିଦେଶୀ ପାଣ୍ଠିର ଉଲ୍ଲଘଂନର ଅଭିଯୋଗ ରହିଥିବା ବେଳେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଗୃହ ମନ୍ତ୍ରାଳୟର ସୂଚନା ଅନୁସାରେ, ୨୦୨୦ ଜୁଲାଇରେ ଏକ କମିଟି ଗଠନ କରାଯାଇଥିଲା। ଏହାର ରିପୋର୍ଟ ଆଧାରରେ ଏହି ନଷ୍ପତ୍ତି ନିଆଯାଇଛି। ଏନେଇ ରାଜୀବ ଗାନ୍ଧୀ ଫାଉଣ୍ଡେସନର କାର୍ଯ୍ୟାଳୟକୁ ନୋଟିସ ପଠାଇଦିଆଯାଇଛି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଅଧ୍ୟକ୍ଷ। ଏହାର ଅନ୍ୟତମ ଟ୍ରଷ୍ଟି ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଏହି ସଂଗଠନ ୧୯୯୧ରେ ସ୍ଥାପନା କରାଯାଇଥିଲା।

ସୂଚନାଯୋଗ୍ୟ, ସମ୍ଭାବ୍ୟ ‘ମନି ଲଣ୍ଡରିଙ୍ଗ୍‌ ଆକ୍ଟ୍‌’, ‘ଇନ୍‌କମ୍ ଟ୍ୟାକ୍ସ୍‌’ ଓ ‘ଏଫ୍‌ସିଆର୍‌ଏ’ ଉଲ୍ଲଂଘନ ହୋଇଥିବା ସନ୍ଦେହରେ ଗାନ୍ଧୀ ପରିବାରର ୩ଟି ଫାଉଣ୍ଡେସନ୍‌ ଉ‌ପରେ ତଦନ୍ତ କରିବା ଲାଗି କେନ୍ଦ୍ର ସରକାର ପ୍ରବର୍ତ୍ତନ ନିର୍ଦେଶାଳୟର ଜଣେ ଅଧିକାରୀଙ୍କ ନେତୃତ୍ବରେ ଏକ ‘ଇଣ୍ଟର୍‌-ମିନିଷ୍ଟରିଆଲ୍‌ କମିଟି’ ଗଠନ କରିଥିଲେ। ଗାନ୍ଧୀ ପରିବାରର ତିନୋଟି ଫାଉଣ୍ଡେସନ୍‌ ହେଉଛି: ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌, ରାଜୀବ ଗାନ୍ଧୀ ଚାରିଟେବଲ୍‌ ଟ୍ରଷ୍ଟ୍‌ ଓ ଇନ୍ଦିରା ଗାନ୍ଧୀ ମେମୋରିଆଲ୍‌ ଟ୍ରଷ୍ଟ୍‌।

ଏହି ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌ ସଂସ୍ଥା ବିରୋଧରେ ବିଦେଶୀ ପାଣ୍ଠିରେ ଅନିୟମିତତା ହୋଇଥିବା ଅଭିଯୋଗ ଜୁନ୍ ୨୦୨୦ରେ ବିଜେପି ଆଣିଥିଲା । ତତ୍କାଳୀନ ଆଇନ ମନ୍ତ୍ରୀ ତଥା ବିଜେପି ନେତା ରବି ଶଙ୍କର ପ୍ରସାଦ ଦାବି କରିଥିଲେ ଯେ ଚୀନ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଅର୍ଥ ପ୍ରଦାନ କରିଛି। ନିୟମ ଅନୁଯାୟୀ ସରକାରଙ୍କ ବିନା ଅନୁମତିରେ କୌଣସି ଦଳ ବିଦେଶରୁ ଟଙ୍କା ନେଇ ପାରିବେ ନାହିଁ। ଏହି ଦାନ ପାଇଁ ସରକାରଙ୍କ ଅନୁମୋଦନ ନିଆଯାଇଛି କି ନାହିଁ କଂଗ୍ରେସ ସ୍ପଷ୍ଟ କରିବା ଉଚିତ ବୋଲି ସେ କହିଥିଲେ।

ଉଲ୍ଲେଖଯୋଗ୍ୟ ୧୯୯୧ରେ ଗଠିତ ‘ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌’ ସେହି ବର୍ଷରୁ ୨୦୦୯ ପର୍ୟ୍ୟନ୍ତ ସ୍ବାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ମହିଳା ଓ ଶିଶୁ, ଶାରିରୀକ ଅକ୍ଷମ ଆଦି ଅନେକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ କାର୍ୟ୍ୟ କରିଥିଲା। କିନ୍ତୁ, ୨୦୧୦ରୁ ଶିକ୍ଷା ‌କ୍ଷେତ୍ରରେ ଧ୍ୟାନ ଦେବା ପାଇଁ ଫାଉଣ୍ଡେସନ୍‌ ନିଷ୍ପତ୍ତି ଗ୍ରହଣ କରିଥିବା କଥା ତା’ର ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି।ରାଜୀବ ଗାନ୍ଧୀ ଫାଉଣ୍ଡେସନର ୨୦୦୫-୦୬ରେ ଦାତାମାନାଙ୍କ ଏକ ତାଲିକା ରହିଛି। ଏଥିରେ ଚୀନ୍‌ର ଦୂତାବାସ ତରଫରୁ ଦାନ କରାଯାଇଥିବା ସ୍ପଷ୍ଟ ଭାବେ ଲେଖାଯାଇଥିବା ବିଜେପି ନେତା ଦାବି କରିଥିଲେ। ଚୀନ୍‌ରୁ ଏହି ଫାଉଣ୍ଡେସନ୍‌କୁ ୯୦ ଲକ୍ଷ ଟଙ୍କା ଅର୍ଥ ପ୍ରଦାନ କରାଯାଇଥିବା ସେ ଅଭିଯୋଗ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର