୨୦୨୪-୨୫ ପାଇଁ ଅପରିବର୍ତ୍ତିତ ରହିଲା ଇପିଏଫ ସୁଧହାର

The Sakala Picture
Published On

ନୂଆଦିଲ୍ଲୀ:ପିଏଫ୍ ଆକାଉଣ୍ଟ ଧାରକଙ୍କ ପାଇଁ ଖୁସି ଖବର । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସରକାର ପିଏଫ ଉପରେ ୮.୨୫% ସୁଧ ଦେବାକୁ ଅନୁମୋଦନ କରିଛନ୍ତି। ଏହାର ଅର୍ଥ ଯେଉଁ ଲୋକଙ୍କର ଦରମାରୁ PF କଟାଯାଏ, ସେମାନଙ୍କ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ୮.୨୫ ପ୍ରତିଶତ ହାରରେ ସୁଧ ମିଳିବ। ଏହି ନିଷ୍ପତ୍ତି ଦ୍ୱାରା ୭ କୋଟିରୁ ଅଧିକ କର୍ମଚାରୀ ଲାଭବାନ ହେବେ। EPFO ଫେବ୍ରୁଆରୀରେ ଏହି ସୁଧ ହାର ପାଇଁ ପ୍ରସ୍ତାବ ପଠାଇଥିଲା, ଯାହାକୁ […]

ନୂଆଦିଲ୍ଲୀ:ପିଏଫ୍ ଆକାଉଣ୍ଟ ଧାରକଙ୍କ ପାଇଁ ଖୁସି ଖବର । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସରକାର ପିଏଫ ଉପରେ ୮.୨୫% ସୁଧ ଦେବାକୁ ଅନୁମୋଦନ କରିଛନ୍ତି। ଏହାର ଅର୍ଥ ଯେଉଁ ଲୋକଙ୍କର ଦରମାରୁ PF କଟାଯାଏ, ସେମାନଙ୍କ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ୮.୨୫ ପ୍ରତିଶତ ହାରରେ ସୁଧ ମିଳିବ। ଏହି ନିଷ୍ପତ୍ତି ଦ୍ୱାରା ୭ କୋଟିରୁ ଅଧିକ କର୍ମଚାରୀ ଲାଭବାନ ହେବେ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

EPFO ଫେବ୍ରୁଆରୀରେ ଏହି ସୁଧ ହାର ପାଇଁ ପ୍ରସ୍ତାବ ପଠାଇଥିଲା, ଯାହାକୁ ଏବେ ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ କରିଛି। ଏବେ ଖୁବ୍ ଶୀଘ୍ର ସୁଧ ରାଶି ସମସ୍ତ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ।କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO)ର ସୁଧ ହାର ଉପରେ ନିଷ୍ପତ୍ତି ଫେବୃଆରୀ ୨୦୨୪ରେ ଶ୍ରମ ମନ୍ତ୍ରୀ ମନସୁଖ ମଣ୍ଡାଭିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ଏକ ବୈଠକରେ ନିଆଯାଇଥିଲା। ଏହି ବୈଠକରେ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସୁଧ ହାର ୮.୨୫% ବଜାୟ ରଖିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା।ଏହା ପରେ ଏହାକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ଅର୍ଥ ମନ୍ତ୍ରଣାଳୟକୁ ପଠାଯାଇଥିଲା, ଯାହା ଏବେ ଏହାକୁ ଅନୁମୋଦନ କରିଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର