୪୪ ହଜାର କୋଟି ଋଣ ନେଇ ଚଳିତ ବର୍ଷ ବିଧାନସଭା ନିର୍ବାଚନ ମୈଦାନକୁ ଓହ୍ଲାଇବେ ୪ ରାଜ୍ୟ

The Sakala Picture
Published On

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ସୁଦ୍ଧା ୫ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟଗୁଡିକ ବଜାରରୁ ବିପୁଳ ଋଣ କରିବାକୁ ଯାଉଛନ୍ତି। ୪ଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ତେଲଙ୍ଗାନା ପ୍ରାୟ ୪୪ ହଜାର କୋଟି ଟଙ୍କାର ଋଣ ନେଇ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଭାରତୀୟ ରିଝର୍ବ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଜାରି ଅକ୍ଟୋବର-ଡିସେମ୍ବରର ତ୍ରୈମାସିକ ଋଣ କ୍ୟାଲେଣ୍ଡରରୁ ଏହା ଜଣାପଡ଼ିଛି। ଏହି ତିନି ମାସରେ ସବୁ ରାଜ୍ୟ ୨.୩୭ ଲକ୍ଷ କୋଟ […]

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ସୁଦ୍ଧା ୫ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟଗୁଡିକ ବଜାରରୁ ବିପୁଳ ଋଣ କରିବାକୁ ଯାଉଛନ୍ତି। ୪ଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ତେଲଙ୍ଗାନା ପ୍ରାୟ ୪୪ ହଜାର କୋଟି ଟଙ୍କାର ଋଣ ନେଇ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଭାରତୀୟ ରିଝର୍ବ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଜାରି ଅକ୍ଟୋବର-ଡିସେମ୍ବରର ତ୍ରୈମାସିକ ଋଣ କ୍ୟାଲେଣ୍ଡରରୁ ଏହା ଜଣାପଡ଼ିଛି। ଏହି ତିନି ମାସରେ ସବୁ ରାଜ୍ୟ ୨.୩୭ ଲକ୍ଷ କୋଟ ଟଙ୍କାର ଋଣ ଆଣିବା ପାଇଁ ବଣ୍ଡ ବଜାରକୁ ଯାଉଛନ୍ତି। ଏଥିରୁ ନିର୍ବାଚନ ଅଭିମୁଖେ ଯାଉଥିବା ୪ ରାଜ୍ୟ କେବଳ ୧୮.୫୬ ପ୍ରତିଶତ ଋଣ ନେବେ।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

ସୂଚନା ଅନୁଯାୟୀ ଗୁଜରାଟ ମଧ୍ୟ ୬ ହଜାର କୋଟି ଟଙ୍କାର ଋଣ ନେବ। ଗୁଜରାଟ ତୁଳନାରେ ମଧ୍ୟପ୍ରଦେଶ ୨୫୦% ଅଧିକ ଋଣ ନେଉଛି। ମଧ୍ୟପ୍ରଦେଶ ଏପ୍ରିଲରୁ ଅଗଷ୍ଟ ପର୍ଯ୍ୟନ୍ତ ଯେତିକି ଋଣ ନେଇଥିଲା ତାଠାରୁ ୧୭୨% ଅଧିକ ଋଣ ଆଗାମୀ ତିନି ମାସରେ ନେବାକୁ ଯାଉଛି। ସେହିପରି ରାଜସ୍ଥାନ ନିର୍ବାଚନ ପ୍ରତିଶ୍ରୁତି ଲାଗି ଏ ପର୍ଯ୍ୟନ୍ତ ୧,୭୧୨ କୋଟି ଟଙ୍କା ଋଣ ନେଲାଣି। ଛତିଶଗଡ଼ ୧୦୦%ରୁ ଅଧିକ ଏବଂ ତେଲଙ୍ଗାନା ଅଧିକ ୧୪% ଋଣ ନେବାକୁ ଯାଉଛନ୍ତି। ରାଜ୍ୟ ସରକାରମାନେ ଋଣ ନେଇ ଭିତ୍ତିଭୂମିର ବିକାଶ ଦିଗରେ ଖର୍ଚ୍ଚ କରୁଛନ୍ତି। ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ଚାହୁଁଛନ୍ତି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ପଞ୍ଚାୟତର ତୋଗଲକି ଫରମାନ: ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଏକଘରକିଆ ନିର୍ଦ୍ଦେଶ

ମଧ୍ୟପ୍ରଦେଶରେ ବଜେଟ ଆକଳନଠାରୁ ଅଧିକ ଘୋଷଣା ହୋଇ ସାରିଲାଣି। ଏହାକୁ କାର୍ଯ୍ୟକାରୀ ମଧ୍ୟ କରାଗଲାଣି। ଏହାକୁ ଜାରି ରଖିବା ପାଇଁ ଋଣ ଜରୁରୀ। ଋଣକୁ ନେଇ ଅନୁଶାସନରେ ଥିବା ଛତିଶଗଡ଼ ସରକାର ନିର୍ବାଚନୀ ବର୍ଷରେ ଯୋଜନା ପରେ ଯୋଜନା ଘୋଷଣା କରି ଚାଲିଛନ୍ତି। ସେହିପରି ପଞ୍ଜାବ ପରେ ରାଜସ୍ଥାନ ସର୍ବାଧିକ ଋଣ ଭାରରେ ବୁଡ଼ି ରହିଛି। ନିର୍ବାଚନ ପାଇଁ ଅନେକ ଘୋଷଣା କରିବାକୁ ମଧ୍ୟ ଚାପ ରହିଛି। ପୂର୍ବ ଘୋଷଣା ଯୋଗୁଁ ତେଲଙ୍ଗାନାରେ ଆର୍ଥିକ ବୋଝ ବଢ଼ିଛି।

ଆହୁରି ପଢ଼ନ୍ତୁ: '୩ ଝିଅ ହେଲେଣି, ଏବେ ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଦିଅ': ଶାଶୁଘରର ନିର୍ଯାତନା ସହି ନପାରି ଜୀବନ ହାରିଲେ ମହିଳା

03 Oct 2023 By The Sakala

୪୪ ହଜାର କୋଟି ଋଣ ନେଇ ଚଳିତ ବର୍ଷ ବିଧାନସଭା ନିର୍ବାଚନ ମୈଦାନକୁ ଓହ୍ଲାଇବେ ୪ ରାଜ୍ୟ

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ସୁଦ୍ଧା ୫ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟଗୁଡିକ ବଜାରରୁ ବିପୁଳ ଋଣ କରିବାକୁ ଯାଉଛନ୍ତି। ୪ଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ତେଲଙ୍ଗାନା ପ୍ରାୟ ୪୪ ହଜାର କୋଟି ଟଙ୍କାର ଋଣ ନେଇ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଭାରତୀୟ ରିଝର୍ବ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଜାରି ଅକ୍ଟୋବର-ଡିସେମ୍ବରର ତ୍ରୈମାସିକ ଋଣ କ୍ୟାଲେଣ୍ଡରରୁ ଏହା ଜଣାପଡ଼ିଛି। ଏହି ତିନି ମାସରେ ସବୁ ରାଜ୍ୟ ୨.୩୭ ଲକ୍ଷ କୋଟ ଟଙ୍କାର ଋଣ ଆଣିବା ପାଇଁ ବଣ୍ଡ ବଜାରକୁ ଯାଉଛନ୍ତି। ଏଥିରୁ ନିର୍ବାଚନ ଅଭିମୁଖେ ଯାଉଥିବା ୪ ରାଜ୍ୟ କେବଳ ୧୮.୫୬ ପ୍ରତିଶତ ଋଣ ନେବେ।

ସୂଚନା ଅନୁଯାୟୀ ଗୁଜରାଟ ମଧ୍ୟ ୬ ହଜାର କୋଟି ଟଙ୍କାର ଋଣ ନେବ। ଗୁଜରାଟ ତୁଳନାରେ ମଧ୍ୟପ୍ରଦେଶ ୨୫୦% ଅଧିକ ଋଣ ନେଉଛି। ମଧ୍ୟପ୍ରଦେଶ ଏପ୍ରିଲରୁ ଅଗଷ୍ଟ ପର୍ଯ୍ୟନ୍ତ ଯେତିକି ଋଣ ନେଇଥିଲା ତାଠାରୁ ୧୭୨% ଅଧିକ ଋଣ ଆଗାମୀ ତିନି ମାସରେ ନେବାକୁ ଯାଉଛି। ସେହିପରି ରାଜସ୍ଥାନ ନିର୍ବାଚନ ପ୍ରତିଶ୍ରୁତି ଲାଗି ଏ ପର୍ଯ୍ୟନ୍ତ ୧,୭୧୨ କୋଟି ଟଙ୍କା ଋଣ ନେଲାଣି। ଛତିଶଗଡ଼ ୧୦୦%ରୁ ଅଧିକ ଏବଂ ତେଲଙ୍ଗାନା ଅଧିକ ୧୪% ଋଣ ନେବାକୁ ଯାଉଛନ୍ତି। ରାଜ୍ୟ ସରକାରମାନେ ଋଣ ନେଇ ଭିତ୍ତିଭୂମିର ବିକାଶ ଦିଗରେ ଖର୍ଚ୍ଚ କରୁଛନ୍ତି। ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ଚାହୁଁଛନ୍ତି।

ମଧ୍ୟପ୍ରଦେଶରେ ବଜେଟ ଆକଳନଠାରୁ ଅଧିକ ଘୋଷଣା ହୋଇ ସାରିଲାଣି। ଏହାକୁ କାର୍ଯ୍ୟକାରୀ ମଧ୍ୟ କରାଗଲାଣି। ଏହାକୁ ଜାରି ରଖିବା ପାଇଁ ଋଣ ଜରୁରୀ। ଋଣକୁ ନେଇ ଅନୁଶାସନରେ ଥିବା ଛତିଶଗଡ଼ ସରକାର ନିର୍ବାଚନୀ ବର୍ଷରେ ଯୋଜନା ପରେ ଯୋଜନା ଘୋଷଣା କରି ଚାଲିଛନ୍ତି। ସେହିପରି ପଞ୍ଜାବ ପରେ ରାଜସ୍ଥାନ ସର୍ବାଧିକ ଋଣ ଭାରରେ ବୁଡ଼ି ରହିଛି। ନିର୍ବାଚନ ପାଇଁ ଅନେକ ଘୋଷଣା କରିବାକୁ ମଧ୍ୟ ଚାପ ରହିଛି। ପୂର୍ବ ଘୋଷଣା ଯୋଗୁଁ ତେଲଙ୍ଗାନାରେ ଆର୍ଥିକ ବୋଝ ବଢ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର