ଉଜ୍ୱଳା ହିତାଧିକାରୀଙ୍କ ପାଇଁ ଖୁସି ଖବର, ପ୍ରତି ଗ୍ୟାସ ସିଲିଣ୍ଡର ପିଛା ମିଳିବ ୨୦୦ ଟଙ୍କା ସବସିଡି

The Sakala Picture
Published On

ନୂଆଦିଲ୍ଲୀ : ଦେଶବାସୀଙ୍କୁ ବଡ ଆଶ୍ୱସ୍ତି ଦେଇ କେନ୍ଦ୍ର ସରକାର ତେଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିଛନ୍ତି । ତେଲ ଦର ବୃଦ୍ଧି ସହ ଦେଶବାସୀଙ୍କ ପାଇଁ ଆଉ ଆଉ ଏକ ବଡ ଚିନ୍ତା ରହିଥିଲା ମହଙ୍ଗା ଗ୍ୟାସ ସିଲିଣ୍ଡର। କାରଣ ରନ୍ଧନ ଗ୍ୟାସ ଦର ଏକ ହଜାର ପାର୍‌ କରିଯାଇଥିଲା। ଯାହା ଦେଶବାସୀଙ୍କ ପାଇଁ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ଆଜି କେମନ୍ଦ୍ର ସରକାର ତେଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ […]

ନୂଆଦିଲ୍ଲୀ : ଦେଶବାସୀଙ୍କୁ ବଡ ଆଶ୍ୱସ୍ତି ଦେଇ କେନ୍ଦ୍ର ସରକାର ତେଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିଛନ୍ତି । ତେଲ ଦର ବୃଦ୍ଧି ସହ ଦେଶବାସୀଙ୍କ ପାଇଁ ଆଉ ଆଉ ଏକ ବଡ ଚିନ୍ତା ରହିଥିଲା ମହଙ୍ଗା ଗ୍ୟାସ ସିଲିଣ୍ଡର। କାରଣ ରନ୍ଧନ ଗ୍ୟାସ ଦର ଏକ ହଜାର ପାର୍‌ କରିଯାଇଥିଲା। ଯାହା ଦେଶବାସୀଙ୍କ ପାଇଁ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ଆଜି କେମନ୍ଦ୍ର ସରକାର ତେଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିବା ସହ ଗ୍ୟାସ୍‌ ଦରକୁ ନେଇ ମଧ୍ୟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏଣିକି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସାମିଲ ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ମିଳିବ। ବାର୍ଷିକ ୧୨ଟି ସିଲିଣ୍ଡର ଉପରେ ଏପରି ସବସିଡି ମିଳିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ କରି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରି କହିଛନ୍ତି, ‘ଆମେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୯ କୋଟିରୁ ଅଧିକ ଲାଭାର୍ଥୀଙ୍କୁ ୨୦୦ ଟଙ୍କା ପ୍ରତି ଗ୍ୟାସ ସିଲିଣ୍ଡର (୧୨ଟି ସିଲିଣ୍ଡର ଯାଏଁ)ର ସବସିଡି ପ୍ରଦାନ କରିବେ। ଏହାଦ୍ୱାରା ଆମ ମାଆ, ଭଉଣୀଙ୍କୁ ବହୁ ଉପକୃତ ହେବେ’।ଏହି ନୂଆ ସବସିଡି ଯୋଗୁ କେନ୍ଦ୍ର ସରକାର ବାର୍ଷିକ ପ୍ରାୟ ୬,୧୦୦ କୋଟି ଟଙ୍କାର ରାଜସ୍ୱ ହରାଇବେ। ଏଥିସହ ଆମେ ବିଭିନ୍ନ ଦେଶରୁ ଆସୁଥିବା କଞ୍ଚା ମାଲ ଉପରୁ ମଧ୍ୟ ସୀମା ଶୁଳ୍କ ହ୍ରାସ କରାଯିବ। ଏହାଦ୍ୱାରା ଗୋଟିଏ ଜିନିଷର ଚୂଡ଼ାନ୍ତ ମୂଲ୍ୟ ହ୍ରାସ ପାଇବ।”

ଅନ୍ୟପଟେ କେନ୍ଦ୍ର ସରକାର ଲୁହା ଓ ଇସ୍ପାତ ଉପରୁ ମଧ୍ୟ ସୀମା ଶୁଳକ ହ୍ରାସ ନେଇ ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ଦେଶରେ ଲୁହା ଓ ଇସ୍ପାତ ସାମଗ୍ରୀର ଦର କମିବ । ଅନ୍ୟପକ୍ଷରେ ସିମେଣ୍ଟ ଦର ହ୍ରାସ ଓ ଯୋଗାଣ ବୃଦ୍ଧି ଲାଗି ପଦକ୍ଷେପ ନିଆଯାଉଛି । ଏ ସଂପର୍କିତ ସରକାରୀ ବିଜ୍ଞପ୍ତି ଆଜି ରାତିରେ ହିଁ ପ୍ରକାଶ ପାଇବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

21 May 2022 By The Sakala

https://www.thesakala.in/national-international/good-news-for-ujjwala-beneficiaries-they-will-get-subsidy-of-rs-200-per-gas-cylinder/article-11776
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର