ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍

The Sakala Picture
Published On

ନୂଆଦିଲ୍ଲୀ : ପାର୍ବଣ ପୂର୍ବରୁ ରେଳ କର୍ମଚାରୀଙ୍କ ପାଇଁ ପୂଜା ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ୨୦୨୧-୨୧ ଆର୍ଥିକ ବର୍ଷ ପାଇଁ ଅଣ-ଗେଜେଟେଡ୍ ରେଳ କର୍ମଚାରୀ (ଆରପିଏଫ୍ / ଆରପିଏସ୍ଏଫ୍ କର୍ମଚାରୀଙ୍କ ବ୍ୟତୀତ) ଙ୍କୁ ୭୮ ଦିନର ବୋନସ୍ ଦିଆଯିବ। ଏହି ନିଷ୍ପତ୍ତି ଦ୍ବାରା ପ୍ରାୟ ୧୧.୫୬ ଲକ୍ଷ ଅଣ-ଗେଜେଟେଡ୍ ରେଳ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ୧,୯୮୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ କ୍ୟାବିନେଟ ବୈଠକ ପରେ  କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। Union […]

ନୂଆଦିଲ୍ଲୀ : ପାର୍ବଣ ପୂର୍ବରୁ ରେଳ କର୍ମଚାରୀଙ୍କ ପାଇଁ ପୂଜା ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ୨୦୨୧-୨୧ ଆର୍ଥିକ ବର୍ଷ ପାଇଁ ଅଣ-ଗେଜେଟେଡ୍ ରେଳ କର୍ମଚାରୀ (ଆରପିଏଫ୍ / ଆରପିଏସ୍ଏଫ୍ କର୍ମଚାରୀଙ୍କ ବ୍ୟତୀତ) ଙ୍କୁ ୭୮ ଦିନର ବୋନସ୍ ଦିଆଯିବ। ଏହି ନିଷ୍ପତ୍ତି ଦ୍ବାରା ପ୍ରାୟ ୧୧.୫୬ ଲକ୍ଷ ଅଣ-ଗେଜେଟେଡ୍ ରେଳ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ୧,୯୮୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ କ୍ୟାବିନେଟ ବୈଠକ ପରେ  କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ମଧ୍ୟରେ ୨ ସପ୍ତାହର ଅସ୍ତ୍ରବିରତି ଘୋଷଣା: ହରମୁଜ୍ ପ୍ରଣାଳୀ ଖୋଲିବାକୁ ରାଜି ହେଲା ତେହେରାନ, ତୈଳ ଦରରେ ବଡ଼ ହ୍ରାସ

ରେଳବାଇ ଏହାର କର୍ମଚାରୀମାନଙ୍କୁ ପ୍ରତିବର୍ଷ ବୋନସ ପ୍ରଦାନ କରିଆସୁଛି। ଗତ ବର୍ଷ କରୋନା ସଙ୍କଟ ସମୟରେ ରେଳ କର୍ମଚାରୀମାନେ ୭୮ ଦିନ ବୋନସ ପାଇଥିଲେ। ରେଳବାଇ ହେଉଛି କେନ୍ଦ୍ର ସରକାରଙ୍କ ପ୍ରଥମ ମନ୍ତ୍ରଣାଳୟ ଯେଉଁଠାରେ ୧୯୭୯-୮୦ ମସିହାରେ Productivity Linked Bonus (PLB) ଲାଗୁ କରାଯାଇଥିଲା । ଏହା ଦୁଇଟି ସ୍ବୀକୃତିପ୍ରାପ୍ତ ଫେଡେରେସନ ଯଥା ଅଲ ଇଣ୍ଡିଆ ରେଳବାଇ ଫେଡେରେସନ ଏବଂ ନ୍ୟାସନାଲ ଫେଡେରେସନ୍ ଅଫ ଇଣ୍ଡିଆନ ରେଲୱେ ଓ କ୍ୟାବିନେଟର ଅନୁମୋଦନ କ୍ରମେ ବିକଶିତ ହୋଇଥିଲା । ଏହି ଯୋଜନାରେ ପ୍ରତି ତିନି ବର୍ଷରେ ଏକ ସମୀକ୍ଷା କରାଯାଏ ।

ଅନ୍ୟପଟେ ଆଜି କ୍ୟାବିନେଟ ବୈଠକରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେଥି ମଧ୍ୟରୁ MITRA ସ୍କିମକୁ ବୁଧବାର ଦିନ ମଞ୍ଜୁରି ପ୍ରଦାନ କରିଛି କ୍ୟାବିନେଟ୍ । ଏହି ଯୋଜନା ଅଧିନରେ ସାରା ଦେଶରେ ୭ ମେଗା ଟେକ୍ସଟାଇଲ୍ ଇନଭେଷ୍ଟମେଣ୍ଟ ପାର୍କ ତିଆରି କରାଯିବ।କପଡା ଉଦ୍ୟୋଗରେ ରପ୍ତାନୀକୁ ପ୍ରେତ୍ସାହନ ଦେବା ଲାଗି ସରକାର ୭ଟି ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ୬ଟି ନିଷ୍ପତ୍ତି ହୋଇଥିବା ବେଳେ ଆଜି ଆଉ ଗୋଟିଏ ନିଷ୍ପତ୍ତି ହୋଇଛି । ୭ଟି ଟେକ୍ସଟାଇଲ୍ ପାର୍କ ଲାଗି ୧୦ ରାଜ୍ୟ ଇଚ୍ଛା ପ୍ରକାଶ କରିଛନ୍ତି । ଏହି ପାର୍କ ତିଆରି ହେଲେ ୭ ଲକ୍ଷ ପ୍ରତ୍ୟକ୍ଷ ଓ ପରାେକ୍ଷ ଭାବେ ୧୪ ଲକ୍ଷ ରୋଜଗାର ସୃଷ୍ଟି ହେବ । ଏହି ପାର୍କ ୧୦୦୦ ଏକରର ପରିବ୍ୟାପ୍ତ ହେବାକୁ ଥିବା ବେଳେ ତିଆରି ପାଇଁ ପାଖାପାଖି ୧୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ୍ କହିଛନ୍ତି।

06 Oct 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର