ଆସାମ-ମେଘାଳୟରେ ବନ୍ୟା ବିତ୍ପାତ : ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି

The Sakala Picture
Published On

ଦିଶପୁର : ଆସାମ ଏବଂ ମେଘାଳୟରେ ପ୍ରବଳ ବର୍ଷା ଲାଗିରହିଛି। ଏଥିଯୋଗୁଁ ବନ୍ୟା ଆସିଛି। ଗତ ଦୁଇ ଦିନରେ ବନ୍ୟା ଏବଂ ଭୂସ୍ଖଳନ ଜିନିତ ଘଟଣାରେ ଆସାମର ୧୨ ଜଣ ଏବଂ ମେଘାଳୟର ୧୯ ଜଣ ଲୋକ ପ୍ରାଣ ହରାଇଛନ୍ତି। ଆସାମର ୨୮ ଜିଲ୍ଲାର ୧୯ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାୟ ଲକ୍ଷେ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ନିଆଯାଇଛି। ରାଜ୍ୟର ହୋଜଇ ଜିଲ୍ଲାରେ ବନ୍ୟା ପ୍ରଭାବିତ ଲୋକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡି ଯାଇଛି। […]

ଦିଶପୁର : ଆସାମ ଏବଂ ମେଘାଳୟରେ ପ୍ରବଳ ବର୍ଷା ଲାଗିରହିଛି। ଏଥିଯୋଗୁଁ ବନ୍ୟା ଆସିଛି। ଗତ ଦୁଇ ଦିନରେ ବନ୍ୟା ଏବଂ ଭୂସ୍ଖଳନ ଜିନିତ ଘଟଣାରେ ଆସାମର ୧୨ ଜଣ ଏବଂ ମେଘାଳୟର ୧୯ ଜଣ ଲୋକ ପ୍ରାଣ ହରାଇଛନ୍ତି। ଆସାମର ୨୮ ଜିଲ୍ଲାର ୧୯ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାୟ ଲକ୍ଷେ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ନିଆଯାଇଛି। ରାଜ୍ୟର ହୋଜଇ ଜିଲ୍ଲାରେ ବନ୍ୟା ପ୍ରଭାବିତ ଲୋକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡି ଯାଇଛି।

ଆହୁରି ପଢ଼ନ୍ତୁ: ୧୦ ଦିନରେ ଚତୁର୍ଥ ଥର ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଭୁବନେଶ୍ୱରରେ ୧୦୦ ପାର୍ କଲା ଡିଜେଲ

ଏହି ଦୁର୍ଘଟଣାରେ ୩ ଶିଶୁ ନିଖୋଜ ଥିବାବେଳେ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ ମେଘାଳୟର ମୌସିନରାମ ଏବଂ ଚେରାପୁଞ୍ଜିରେ ୧୯୪୦ ପରେ ସର୍ବାଧିକ ବର୍ଷା ହୋଇଛି। ମୌସିନରାମରେ ଗତ ୨୪ ଘଣ୍ଟାରେ ୧୦୦୩.୬ ମିମି ବର୍ଷା ହୋଇଥିଲା। ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: କର୍ଣ୍ଣାଟକ ରାଜନୀତିରେ ବଡ଼ ପରିବର୍ତ୍ତନ: ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟାଙ୍କ ଇସ୍ତଫା, ଡି.କେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ଆସାମର ପ୍ରାୟ ୩ ହଜାର ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି। ୪୩ ହଜାର ହେକ୍ଟରରୁ ଅଧିକ କ୍ଷେତ ବରବାଦ ହୋଇଯାଇଛି। ଅନେକ ଅଞ୍ଚଳରେ ବ୍ରହ୍ମପୂତ୍ର, ଗୋରାଙ୍ଗ, କୋପିଲି, ମାନସ ଏଭଂ ପଗଲାଡିଆ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଛି। ଦକ୍ଷିଣ ଆସାମକୁ ତ୍ରିପୁରା ଏବଂ ମିଜୋରାମ ସହ ଯୋଡ଼ୁଥିବା ଏକ ରାସ୍ତା ଭୂସ୍ଖଳନରେ ଧସି ଯାଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରରେ ବିଷାକ୍ତ ମଦ ପିଇ ୧୫ ମୃତ, ଅନେକ ଗୁରୁତର; ଅଭିଯୁକ୍ତ ଗିରଫ

19 Jun 2022 By The Sakala

ଆସାମ-ମେଘାଳୟରେ ବନ୍ୟା ବିତ୍ପାତ : ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି

ଦିଶପୁର : ଆସାମ ଏବଂ ମେଘାଳୟରେ ପ୍ରବଳ ବର୍ଷା ଲାଗିରହିଛି। ଏଥିଯୋଗୁଁ ବନ୍ୟା ଆସିଛି। ଗତ ଦୁଇ ଦିନରେ ବନ୍ୟା ଏବଂ ଭୂସ୍ଖଳନ ଜିନିତ ଘଟଣାରେ ଆସାମର ୧୨ ଜଣ ଏବଂ ମେଘାଳୟର ୧୯ ଜଣ ଲୋକ ପ୍ରାଣ ହରାଇଛନ୍ତି। ଆସାମର ୨୮ ଜିଲ୍ଲାର ୧୯ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାୟ ଲକ୍ଷେ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ନିଆଯାଇଛି। ରାଜ୍ୟର ହୋଜଇ ଜିଲ୍ଲାରେ ବନ୍ୟା ପ୍ରଭାବିତ ଲୋକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡି ଯାଇଛି।

ଏହି ଦୁର୍ଘଟଣାରେ ୩ ଶିଶୁ ନିଖୋଜ ଥିବାବେଳେ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ ମେଘାଳୟର ମୌସିନରାମ ଏବଂ ଚେରାପୁଞ୍ଜିରେ ୧୯୪୦ ପରେ ସର୍ବାଧିକ ବର୍ଷା ହୋଇଛି। ମୌସିନରାମରେ ଗତ ୨୪ ଘଣ୍ଟାରେ ୧୦୦୩.୬ ମିମି ବର୍ଷା ହୋଇଥିଲା। ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି।

ଆସାମର ପ୍ରାୟ ୩ ହଜାର ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି। ୪୩ ହଜାର ହେକ୍ଟରରୁ ଅଧିକ କ୍ଷେତ ବରବାଦ ହୋଇଯାଇଛି। ଅନେକ ଅଞ୍ଚଳରେ ବ୍ରହ୍ମପୂତ୍ର, ଗୋରାଙ୍ଗ, କୋପିଲି, ମାନସ ଏଭଂ ପଗଲାଡିଆ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଛି। ଦକ୍ଷିଣ ଆସାମକୁ ତ୍ରିପୁରା ଏବଂ ମିଜୋରାମ ସହ ଯୋଡ଼ୁଥିବା ଏକ ରାସ୍ତା ଭୂସ୍ଖଳନରେ ଧସି ଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର