ମନୋରଞ୍ଜନ
ଓଡ଼ିଶା
ଅଟୋକୁ ଧକ୍କା ଦେଲା ଟ୍ରକ, ମାଆପୁଅଙ୍କ ସମେତ ୫ ଜଣଙ୍କ ମୃତ୍ୟୁ
ପାଟନା: ବିହାରର ଶେଖପୁରାରେ ମଙ୍ଗଳବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ମାଆ ଏବଂ ପୁଅ ମଧ୍ୟ ଅଛନ୍ତି। ଏକ ଟ୍ରକ୍ ଏକ ଅଟୋ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଶେଖପୁରା ଥାନା ଅନ୍ତର୍ଗତ ଏକସାରି ବିଘା ନିକଟରେ ଘଟିଛି ଏହି ଦୁର୍ଘଟଣା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ୭ରୁ ୮ ଜଣ ଆହତଙ୍କୁ ଚିକିତ୍ସା ପାଇଁ ପାବାପୁରୀ ପଠାଯାଇଥିଲା। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ସମସ୍ତ ଲୋକ ଏକ ଅଟୋରେ ଯାତ୍ରା କରୁଥିଲେ । ସାମ୍ନାରୁ ଆସୁଥିବା ଏକ ଟ୍ରକ୍ ସହିତ ଦୁର୍ଘଟଣା ହେବା ଫଳରେ ମାଆପୁଅଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି ।
ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅଟୋରେ ୧୨-୧୩ ଜଣ ଲୋକ ଥିଲେ। ଘଟଣା ପରେ ଟ୍ରକଟିକୁ ଜବତ କରାଯାଇଛି। ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି।






