ଦୀପାବଳି ପୂର୍ବରୁ ଆନ୍ଧ୍ରପ୍ରଦେଶର ଏକ ବାଣ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ଦୁଇ ମୃତ

The Sakala Picture
Published On

ଆନ୍ଧ୍ରପ୍ରଦେଶ: ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶର ଏକ ବାଣ ଦୋକାନରେ ଲାଗିଲା ନିଆଁ । ଆନ୍ଧ୍ରପ୍ରଦେଶ ବିଜୟୱାଡାର ଗାନ୍ଧୀ ନଗର ଜିମ୍ ଖାନା ଗ୍ରାଉଣ୍ଡରେ ଥିବା ଏକ ବାଣ ଦୋକାନରେ ନିଆଁ ଲାଗିଯାଇଛି । ଆଜି ସକାଳୁ ଏହି ଘଟଣା ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡରେ ଦୁଇ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଲାଗି ଲାଗି ବାଣ ଦୋକାନ ଥିବାରୁ ଅଗ୍ନିକାଣ୍ଡରେ ୩ଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି […]

ଆନ୍ଧ୍ରପ୍ରଦେଶ: ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶର ଏକ ବାଣ ଦୋକାନରେ ଲାଗିଲା ନିଆଁ । ଆନ୍ଧ୍ରପ୍ରଦେଶ ବିଜୟୱାଡାର ଗାନ୍ଧୀ ନଗର ଜିମ୍ ଖାନା ଗ୍ରାଉଣ୍ଡରେ ଥିବା ଏକ ବାଣ ଦୋକାନରେ ନିଆଁ ଲାଗିଯାଇଛି । ଆଜି ସକାଳୁ ଏହି ଘଟଣା ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡରେ ଦୁଇ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଲାଗି ଲାଗି ବାଣ ଦୋକାନ ଥିବାରୁ ଅଗ୍ନିକାଣ୍ଡରେ ୩ଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଅନ୍ୟ ଦୋକାନଗୁଡିକୁ ନିଆଁ ଲାଗିବାରୁ ରକ୍ଷା କରିଛନ୍ତି ।

ଆହୁରି ପଢ଼ନ୍ତୁ: ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେଲେ କୋର୍ଟ କରିବେ ହସ୍ତକ୍ଷେପ: ସିଜେଆଇ ସୂର୍ଯ୍ୟ କାନ୍ତ

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଗ୍ନିକାଣ୍ଡ ଘଟିଥିବା ବାଣ ଦୋକାନର ଠିକ ବିପରୀତ ଦିଗରେ ଏକ ପେଟ୍ରୋଲ ଟାଙ୍କି ଥିଲା, ମାତ୍ର ଯଥାଶୀଘ୍ର ନିଆଁକୁ ଆୟତ କରାଯାଇଥିବାରୁ ପେଟ୍ରୋଲ ଟାଙ୍କିଟି ନିଆଁ ଲାଗିବାରୁ ବଞ୍ଚିଯାଇଥିଲା । ପେଟ୍ରୋଲ ଟାଙ୍କି ପାଖରେ ବାଣ ଦୋକାନ ଦେବାପାଇଁ ଅନୁମତି ଦିଆଯାଇଥିବାରୁ ଘଟଣାସ୍ଥଳରେ ସ୍ଥାନୀୟବାସିନ୍ଦା ଉତ୍ତେଜନା ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ନିଶା କାରବାର ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ସାମାଜିକ କର୍ମୀଙ୍କୁ ହତ୍ୟା: ଫେସବୁକ୍ ଲାଇଭ୍‌ରେ କଏଦ ହେଲା ଲୋମଟାଙ୍କୁରା ଦୃଶ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର