ଯୋଗଗୁରୁ ରାମଦେବଙ୍କ ପାଇଁ ବଢ଼ିଲା ଅଡ଼ୁଆ: କରୋନା ଡ୍ୟୁଟି କରୁଥିବା ସମସ୍ତ ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀ ଜୁନ ୧ରେ କଳା ବ୍ୟାଜ୍ ପିନ୍ଧି କରିବେ କାମ

The Sakala Picture
Published On

ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବଙ୍କ ପାଇଁ ବଢ଼ୁଛି ଅଡ଼ୁଆ ।  କରୋନାର ଟିକାକରଣ ଏବଂ ଏଲୋପାଥିକୁ ନେଇ ରାମଦେବ ଦେଇଥିବା ମନ୍ତବ୍ୟକୁ ଡାକ୍ତରମାନେ ବିରୋଧ କରିଛନ୍ତି। ଫଳରେ ରାମଦେବଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ରାମଦେବଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ସଂଘ ବିରୋଧକୁ ଅଧିକ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି। ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମଏ) ପରେ ଫେଡେରେଶନ ଅଫ ଅଲ ଇଣ୍ଡିଆ ମେଡିକାଲ ଆସୋସିଏଶନ (ଏଫଏଆଇଏମଏ) ରାମଦେବଙ୍କୁ ଆଇନଗତ ନୋଟିସ ପଠାଇଛି। […]

ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବଙ୍କ ପାଇଁ ବଢ଼ୁଛି ଅଡ଼ୁଆ ।  କରୋନାର ଟିକାକରଣ ଏବଂ ଏଲୋପାଥିକୁ ନେଇ ରାମଦେବ ଦେଇଥିବା ମନ୍ତବ୍ୟକୁ ଡାକ୍ତରମାନେ ବିରୋଧ କରିଛନ୍ତି। ଫଳରେ ରାମଦେବଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ରାମଦେବଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ସଂଘ ବିରୋଧକୁ ଅଧିକ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି।

ଆହୁରି ପଢ଼ନ୍ତୁ: ଇରାନରେ ଘନୀଭୂତ ହେଉଛି ତୈଳ ସଙ୍କଟ: ଆମେରିକାର କଟକଣା ଯୋଗୁଁ ତୈଳ କୂଅ ବନ୍ଦ ହେବା ଆଶଙ୍କା

ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମଏ) ପରେ ଫେଡେରେଶନ ଅଫ ଅଲ ଇଣ୍ଡିଆ ମେଡିକାଲ ଆସୋସିଏଶନ (ଏଫଏଆଇଏମଏ) ରାମଦେବଙ୍କୁ ଆଇନଗତ ନୋଟିସ ପଠାଇଛି। ଫେଡେରେଶନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ଇଣ୍ଡିଆର ଅଧ୍ୟକ୍ଷ ଡା. ମନଷ କହିଛନ୍ତି ଯେ, ସଂସ୍ଥା ସହିତ ଜଡ଼ିତ ଦେଶର ସମସ୍ତ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ଜୁନ ୧କୁ କଳାଦିବସ ଭାବେ ପାଳନ କରିବେ। ଏହି ଦିନ ଦେଶବ୍ୟାପୀ ସମସ୍ତ ଡାକ୍ତରମାନେ କଳାବ୍ୟାଜ ପରିଧାନ କରି ନିଜର କାର୍ଯ୍ୟ କରିବେ। କରୋନା ଡ୍ୟୁଟି କରୁଥିବା ସମସ୍ତ ଡାକ୍ତର, ନର୍ସ ଏବଂ ପାରାମେଡିକାଲ କର୍ମଚାରୀ ପିପିଇ କିଟ୍‌ ଉପରେ କଳାବ୍ୟାଜ ବାନ୍ଧି କାମ କରିବେ। ଏହା ସହିତ ହ୍ବାଟ୍‌ସଆପ୍‌ରେ ନିଜର ଡିପିକୁ କଳା କରିବେ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ନଦିଆ, ପାନିହାଟି ଏବଂ ୨୪ ପ୍ରଗଣାରେ ମତଦାନ ବେଳେ ହିଂସା, ଟିଏମସି-ବିଜେପି ମୁହାଁମୁହିଁ

30 May 2021 By The Sakala

ଯୋଗଗୁରୁ ରାମଦେବଙ୍କ ପାଇଁ ବଢ଼ିଲା ଅଡ଼ୁଆ: କରୋନା ଡ୍ୟୁଟି କରୁଥିବା ସମସ୍ତ ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀ ଜୁନ ୧ରେ କଳା ବ୍ୟାଜ୍ ପିନ୍ଧି କରିବେ କାମ

ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବଙ୍କ ପାଇଁ ବଢ଼ୁଛି ଅଡ଼ୁଆ ।  କରୋନାର ଟିକାକରଣ ଏବଂ ଏଲୋପାଥିକୁ ନେଇ ରାମଦେବ ଦେଇଥିବା ମନ୍ତବ୍ୟକୁ ଡାକ୍ତରମାନେ ବିରୋଧ କରିଛନ୍ତି। ଫଳରେ ରାମଦେବଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ରାମଦେବଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ସଂଘ ବିରୋଧକୁ ଅଧିକ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି।

ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମଏ) ପରେ ଫେଡେରେଶନ ଅଫ ଅଲ ଇଣ୍ଡିଆ ମେଡିକାଲ ଆସୋସିଏଶନ (ଏଫଏଆଇଏମଏ) ରାମଦେବଙ୍କୁ ଆଇନଗତ ନୋଟିସ ପଠାଇଛି। ଫେଡେରେଶନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ଇଣ୍ଡିଆର ଅଧ୍ୟକ୍ଷ ଡା. ମନଷ କହିଛନ୍ତି ଯେ, ସଂସ୍ଥା ସହିତ ଜଡ଼ିତ ଦେଶର ସମସ୍ତ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ଜୁନ ୧କୁ କଳାଦିବସ ଭାବେ ପାଳନ କରିବେ। ଏହି ଦିନ ଦେଶବ୍ୟାପୀ ସମସ୍ତ ଡାକ୍ତରମାନେ କଳାବ୍ୟାଜ ପରିଧାନ କରି ନିଜର କାର୍ଯ୍ୟ କରିବେ। କରୋନା ଡ୍ୟୁଟି କରୁଥିବା ସମସ୍ତ ଡାକ୍ତର, ନର୍ସ ଏବଂ ପାରାମେଡିକାଲ କର୍ମଚାରୀ ପିପିଇ କିଟ୍‌ ଉପରେ କଳାବ୍ୟାଜ ବାନ୍ଧି କାମ କରିବେ। ଏହା ସହିତ ହ୍ବାଟ୍‌ସଆପ୍‌ରେ ନିଜର ଡିପିକୁ କଳା କରିବେ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର