ଘାରିଲାଣି ତୃତୀୟ ବିଶ୍ବଯୁଦ୍ଧ ଭୟ: ୟୁକ୍ରେନ ପ୍ରସଙ୍ଗରେ ଆମେରିକା-ରୁଷିଆ ମୁହାଁମୁହିଁ

The Sakala Picture
Published On

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ଇତିମଧ୍ୟରେ ୩ ବର୍ଷ ପୂରିବାକୁ ଯାଉଛି। ୨୦୨୨ ଫେବୃଆରୀ ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଥମିବା ପରିବର୍ତ୍ତେ ଆହୁରି ତୀବ୍ର ହେବାର ଆଶଙ୍କା ବଢାଇଛି। ଉଭୟ ପକ୍ଷ ମଧ୍ୟରେ ବୁଝାମଣା କରାଇ ଯୁଦ୍ଧ ବିରତି ଲାଗି ବହୁବାର ଉଦ୍ୟମ ହୋଇଛ। କିନ୍ତୁ କୌଣସି ସକାରାତ୍ମକ ଫଳ ମିଳିପାରି ନାହିଁ। ବରଂ ସାଂପ୍ରତିକ ସ୍ଥିତି ଏହି ଯୁଦ୍ଧକୁ ତୃତୀୟ ବିଶ୍ବଯୁଦ୍ଧ ରୂପ ଦେବାର ଆଶଙ୍କା […]

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ଇତିମଧ୍ୟରେ ୩ ବର୍ଷ ପୂରିବାକୁ ଯାଉଛି। ୨୦୨୨ ଫେବୃଆରୀ ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଥମିବା ପରିବର୍ତ୍ତେ ଆହୁରି ତୀବ୍ର ହେବାର ଆଶଙ୍କା ବଢାଇଛି। ଉଭୟ ପକ୍ଷ ମଧ୍ୟରେ ବୁଝାମଣା କରାଇ ଯୁଦ୍ଧ ବିରତି ଲାଗି ବହୁବାର ଉଦ୍ୟମ ହୋଇଛ। କିନ୍ତୁ କୌଣସି ସକାରାତ୍ମକ ଫଳ ମିଳିପାରି ନାହିଁ। ବରଂ ସାଂପ୍ରତିକ ସ୍ଥିତି ଏହି ଯୁଦ୍ଧକୁ ତୃତୀୟ ବିଶ୍ବଯୁଦ୍ଧ ରୂପ ଦେବାର ଆଶଙ୍କା ବଢାଇଛି। କାରଣ ୟୁକ୍ରେନ ପ୍ରସଙ୍ଗକୁ ନେଇ ଆମେରିକା ଏବଂ ରୁଷ ପରୋକ୍ଷରେ ମୁହାଁମୁହିଁ ହୋଇଛନ୍ତି। ରୁଷ ବିପକ୍ଷରେ ୟୁକ୍ରେନ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇଙ୍ଗିତ କରିଥିଲା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମଧ୍ୟ ଏହାର କଡ଼ା ଜବାବ ରଖିଛନ୍ତି। ଯଦି ୟୁକ୍ରେନ ରୁଷର ଆଭ୍ୟନ୍ତରୀଣ ଅଞ୍ଚଳରେ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରେ ତେବେ ଏଥିପାଇଁ ଆମେରିକା ଏବଂ ନାଟୋ ସହଯୋଗୀ ରାଷ୍ଟ୍ରମାନଙ୍କୁ ଠିକଣା ଜବାବ ଦିଆଯିବ ବୋଲି ପୁତିନ ଚେତାବନୀ ଦେଇଛନ୍ତି। ଏହିକ୍ରମରେ ପୁତିନ ବ୍ରିଟେନର ୬ କୂଟନୀତିଜ୍ଞଙ୍କୁ ରୁଷର ବିଦା କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ନୋଏଡା ବିମାନବନ୍ଦରରେ ଅବତରଣ କଲା ରୁଷିଆର ସାମରିକ ବିମାନ

ଏଭଳି ସ୍ଥିତି ଆଗାମୀ ଦିନରେ ତୃତୀୟ ବିଶ୍ବଯୁଦ୍ଧ ପାଇଁ ପଥ ଉନ୍ମୁକ୍ତ କରିପାରେ ବୋଲି ଆନ୍ତର୍ଜାତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ବ୍ରିଟେନ ପ୍ରଧାନମନ୍ତ୍ରୀ କେର୍‌ ଷ୍ଟାର୍ମର ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହ୍ବାଇଟ୍‌ ହାଉସ୍‌ରେ ଭେଟିଥିଲା ବେଳେ ସେଠାରେ ୟୁକ୍ରେନ ପ୍ରସଙ୍ଗକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସମୟରେ ରୁଷ ବିପକ୍ଷରେ ଦୂରଗାମୀ ତଥା ଶକ୍ତିଶାଳୀ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ନାଟୋ ରାଷ୍ଟ୍ର ୟୁକ୍ରେନକୁ ଅନୁମତି ଦିଅନ୍ତୁ ବୋଲି ବାଇଡେନ ଷ୍ଟାର୍ମରଙ୍କୁ କହିଥିଲେ। ରୁଷ ବିରୋଧୀ ଲଢେଇ ପାଇଁ ଆମେରିକା ଠାରୁ ଆରମ୍ଭ କରି ବ୍ରିଟେନ, ଫ୍ରାନ୍ସ ଏବଂ ଅନ୍ୟ ନାଟୋ ସଦସ୍ୟ ରାଷ୍ଟ୍ର ୟୁକ୍ରେନକୁ ଅତ୍ୟାଧୁନିକ ଯୁଦ୍ଧ ସରଞ୍ଜାମ ଯୋଗାଇ ଦେଉଥିଲା ବେଳେ ଏଥିରେ ଆମେରିକାର ଶକ୍ତିଶାଳୀ ‘ଆର୍ମି ଟାକ୍ଟିକାଲ ମିଜାଇଲ ସିଷ୍ଟମ( ଏଟିଏସିଏମଏସ୍‌)ଏବଂ ବ୍ରିଟେନର ‘ଷ୍ଟର୍ମ ସାଡୋ’ ଦୂରଗାମୀ କ୍ଷେପଣାସ୍ତ୍ର ସାମିଲ ରହିଛି। କିନ୍ତୁ ଏଗୁଡିକର ବ୍ୟବହାର ଲାଗି ପ୍ରତିବନ୍ଧକ ରହିଥିଲା ବେଳେ ଏହାକୁ ହଟାଇ ଦେବାକୁ ବାଇଡେନ ଷ୍ଟାର୍ମରଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। କେବଳ ଏହି ଦୁଇ ରାଷ୍ଟ୍ର ନୁହନ୍ତି, ଅନ୍ୟାନ୍ୟ ନାଟୋ ରାଷ୍ଟ୍ରଙ୍କ ପକ୍ଷରୁ ୟୁକ୍ରେନକୁ ଦିଆଯାଇଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ମଧ୍ୟ ବ୍ୟବହାର କରିବାକୁ ୟୁକ୍ରେନକୁ ଅନୁମତି ଦେବାକୁ ମଧ୍ୟ ଆଲୋଚନା ହୋଇଥିବା କୁହାଯାଇଛି। ଏଭଳି ସ୍ଥିତିରେ ରାଷ୍ଟ୍ରପତି ପୁତିନ କ୍ଷୁବ୍ଧ ହେବା ସହିତ ଆମେରିକା ସମେତ ଏହାର ସହଯୋଗୀ ୟୁରୋପୀୟ ରାଷ୍ଟ୍ରମାନଙ୍କ ବିରୋଧରେ ଶକ୍ତ ପଦକ୍ଷେପ ନେବାକୁ ଧମକ ଦେଇଛନ୍ତି। ଯଦି ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କ ଦ୍ବାରା ପରୋକ୍ଷରେ ରୁଷିଆର ସାର୍ବଭୈାମତ୍ବ କ୍ଷୁଣ୍ଣ ହୁଏ ତେବେ ରୁଷ ଏହିସବୁ ରାଷ୍ଟ୍ରମାନଙ୍କୁ ଠିକଣା ଜବାବ ଦେବାକୁ ପଛେଇବ ନାହିଁ ଏବଂ ଠିକଣା ସମୟରେ ଜବାବ ଦେବ ବୋଲି ପୁତିନ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ବଡ଼ ସୁରକ୍ଷା ତ୍ରୁଟି: ବିନା ଇମିଗ୍ରେସନରେ ମ୍ୟୁନିକ୍ ଉଡ଼ିଲେ ୩ ଇଟାଲୀୟ ଯାତ୍ରୀ, ଗୃହ ମନ୍ତ୍ରଣାଳୟର ଜରୁରୀ ବୈଠକ

 

ଆହୁରି ପଢ଼ନ୍ତୁ: ଲିଥୁଆନିଆ ଆକାଶରେ ନାଟୋର ଗର୍ଜନ: ସନ୍ଦିଗ୍ଧ ଡ୍ରୋନକୁ ଗୁଳି କରି ଖସାଇଲା ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର