ଘାରିଲାଣି ମିଛ ଖବର ଚିନ୍ତା; ଭୁଲ୍ ତଥ୍ୟ ପାଇଁ ଦାୟୀ ରହିବେ ଗଣମାଧ୍ୟମ ସଂପାଦକ, ମାଲିକ…
ନୂଆଦିଲ୍ଲୀ: ମିଛ ଖବର ବା ଫେକ୍ ନ୍ୟୁଜ୍ ପରିବେଷଣ ଗଣତନ୍ତ୍ର ଓ ଆଇନ୍ ବ୍ୟବସ୍ଥା ପ୍ରତି ବିପଦ। ଏହାକୁ ରୋକିବା ଲାଗି ଠୋସ ଓ କଡ଼ା ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଗଣମାଧ୍ୟମ ସଂସ୍ଥା ଏଥିପାଇଁ ଫ୍ୟାକ୍ଟ ଚେକିଂ ବ୍ୟବସ୍ଥା କରନ୍ତୁ। ମିଛ ବା ଫେକ୍ ଖବର ପରିବେଷଣ କରୁଥିବା ଗଣମାଧ୍ୟମ ସଂସ୍ଥା ପାଇଁ ଦଣ୍ଡ ବ୍ୟବସ୍ଥା ମଧ୍ୟ ହେଉ। ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଂକ୍ରାନ୍ତ ସଂସଦୀୟ କମିଟି ସରକାରଙ୍କୁ ଏଭଳି ସୁପାରିସ କରିଛି। କମିଟି ଏହାର […]
ନୂଆଦିଲ୍ଲୀ: ମିଛ ଖବର ବା ଫେକ୍ ନ୍ୟୁଜ୍ ପରିବେଷଣ ଗଣତନ୍ତ୍ର ଓ ଆଇନ୍ ବ୍ୟବସ୍ଥା ପ୍ରତି ବିପଦ। ଏହାକୁ ରୋକିବା ଲାଗି ଠୋସ ଓ କଡ଼ା ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଗଣମାଧ୍ୟମ ସଂସ୍ଥା ଏଥିପାଇଁ ଫ୍ୟାକ୍ଟ ଚେକିଂ ବ୍ୟବସ୍ଥା କରନ୍ତୁ। ମିଛ ବା ଫେକ୍ ଖବର ପରିବେଷଣ କରୁଥିବା ଗଣମାଧ୍ୟମ ସଂସ୍ଥା ପାଇଁ ଦଣ୍ଡ ବ୍ୟବସ୍ଥା ମଧ୍ୟ ହେଉ। ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଂକ୍ରାନ୍ତ ସଂସଦୀୟ କମିଟି ସରକାରଙ୍କୁ ଏଭଳି ସୁପାରିସ କରିଛି। କମିଟି ଏହାର ରିପୋର୍ଟ ଲୋକସଭା ବାଚସ୍ପତିଙ୍କୁ ଦେଇଛି ଏବଂ ସଂସଦର ଆଗାମୀ ଅଧିବେଶନରେ ଏସଂପର୍କରେ ସରକାର ବିଲ ଆଗତ କରିପାରନ୍ତି ବୋଲି ଖବର ମିଳିଛି।
କମିଟିର ଅଧ୍ୟକ୍ଷ ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସୁପାରିସ କମିଟି ବୈଠକରେ ସର୍ବସମ୍ମତକ୍ରମେ ଗୃହୀତ ହୋଇଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦେଇ ସେ ଏକ ମିଥ୍ୟା ଖବରର କ୍ଲିପ୍ ମଧ୍ୟ ଲଗାଇଛନ୍ତି, ଯେଉଁଥିରେ ମିଥ୍ୟା ଖବର ଜରିଆରେ ସରକାରୀ ଦଳକୁ ଟା॥େର୍ଗଟ କରାଯାଇଛି। ଏହାର ଉଦାହରଣ ଦେଇ ସେ କହିଛନ୍ତି ଯେ ଏହା ଏକ ଗୁରୁତର ପ୍ରସଙ୍ଗ ହୋଇଥିବାରୁ ଏହାକୁ ନିୟନ୍ତ୍ରଣ କରାଯିବାର ଆବଶ୍ୟକତା ରହିଛି। ଦୁବେ ‘ଏକ୍ସ’ରେ କହିଛନ୍ତି ଆହୁରି ଯେ ଭାରତକୁ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା ଓ ଥାଇଲାଣ୍ଡରେ ପରିଣତ ହେବାକୁ ଦିଆଯିବ ନାହିଁ। ଲୋକମାନଙ୍କୁ ବିଭ୍ରାନ୍ତ କରିବା ଲାଗି ଯେଉଁମାନେ ରାଷ୍ଟ୍ର-ବିରୋଧୀ ଏଜେଣ୍ଡା ଚଳାଇଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାୁଷ୍ଠାନ ଗ୍ରହଣ କରାଯିବ। ଖବର ସତ୍ୟ ଉପରେ ଆଧାରିତ ହେବା ଜରୁରୀ।
ମିଳିଥିବା ରିପୋର୍ଟ ଅନୁଯାୟୀ ମିଥ୍ୟା ଖବର ପରିବେଷଣ କରୁଥିବା ଗଣମାଧ୍ୟମଗୁଡିକୁ ଏଥର ଜରିମାନା ଦେବାକୁ ହେବ। ଦେଶର ସମସ୍ତ ପ୍ରିଣ୍ଟ, ଇଲେକଟ୍ରୋନିକ ଏବଂ ଡିଜିଟାଲ ମିଡିଆ ପାଇଁ ଫାକ୍ଟ ଚେକିଂ ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବାକୁ ସୁପାରିସ କରାଯାଇଛି। ସଂପାଦକ ଏବଂ ସଂପାଦକୀୟ ବିଭାଗର କଣ୍ଟେଣ୍ଟ ହେଡ୍ଙ୍କୁ ମିଥ୍ୟା ଖବର ପାଇଁ ଉତ୍ତରଦାୟୀ କରିବା ଲାଗି ରିପୋର୍ଟରେ କୁହାଯାଇଛି। ବିଫଳତା ପାଇଁ ସଂସ୍ଥାର ମାଲିକ ଓ ପ୍ରକାଶକଙ୍କୁ ମଧ୍ୟ ଦାୟୀ କରାଯାଉ। ସମ୍ବାଦପତ୍ର ଓ ଇଲେକଟ୍ରୋନିକ ଗଣମଧ୍ୟମ ଉପରେ ନଜର ରଖିବା ଲାଗି ଆଇନରେ ଆବଶ୍ୟକ ସଂଶୋଧନ କରାଯିବାର ମଧ୍ୟ ଆବଶ୍ୟକତା ରହିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ପ୍ରସ୍ତୁତ କେଣ୍ଟଣ୍ଟକୁ ରୋକିବା ମଧ୍ୟ ଜରୁରି। ତେେବ ଗଣମାଧ୍ୟମ ଓ ଅନ୍ୟ ସଂସ୍ଥା ସହିତ ବ୍ୟାପକ ବିଚାର ଆଲୋଚନା କରାଯାଇ ସହମତି ଭିତ୍ତିରେ ଏଭଳି କଟକଣା କରାଯାଉ ବୋଲି ରିପୋର୍ଟରେ କୁହାଯାଇଛି।