ଟ୍ୱିଟରର ନୂଆ ସିଇଓ ମସ୍କଙ୍କ ପୋଷା କୁକୁର : କହିଲେ- ଅନ୍ୟମାନଙ୍କ ଠାରୁ ଏହା ଭଲ

The Sakala Picture
Published On

ନୂଆଦିଲ୍ଲୀ : ଟ୍ୱିଟର ମାଲିକ ହେବା ପରେ ଏଲନ୍‌ ମସ୍କ୍‌ ଅନେକ କିଛି ପରିବର୍ତ୍ତନ କରୁଛନ୍ତି। ପ୍ରଥମେ ସେ ଟ୍ୱିଟରର ବହୁ କର୍ମଚାରୀମାନଙ୍କୁ ଛଟେଇ କରିଥିଲେ, ଏହାପରେ ବଡ ବଡ ପଦବୀରେ ଥିବା ଅଧିକାରମାନଙ୍କୁ ମଧ୍ୟ ବାହର କରିଥିଲେ। ନିଜେ ଟ୍ବିଟର ସିଇଓ ପଦରେ ମଧ୍ୟ ବସିଥିଲେ। କିନ୍ତୁ ଏବେ ଟ୍ବିଟରକୁ ନୂଆ ସିଇଓ ମିଳିଯାଇଥିବା କହିଛନ୍ତି ଏଲନ୍‌ ମସ୍କ୍‌। ଏନେଇ ସେ ଟ୍ବିଟରରେ ମଧ୍ୟ ଘୋଷଣା କରିବା ସହ ନୁଆ ଟ୍ବିଟର ସିଇଓଙ୍କ ଫଟୋ ପୋଷ୍ଟ […]

ନୂଆଦିଲ୍ଲୀ : ଟ୍ୱିଟର ମାଲିକ ହେବା ପରେ ଏଲନ୍‌ ମସ୍କ୍‌ ଅନେକ କିଛି ପରିବର୍ତ୍ତନ କରୁଛନ୍ତି। ପ୍ରଥମେ ସେ ଟ୍ୱିଟରର ବହୁ କର୍ମଚାରୀମାନଙ୍କୁ ଛଟେଇ କରିଥିଲେ, ଏହାପରେ ବଡ ବଡ ପଦବୀରେ ଥିବା ଅଧିକାରମାନଙ୍କୁ ମଧ୍ୟ ବାହର କରିଥିଲେ। ନିଜେ ଟ୍ବିଟର ସିଇଓ ପଦରେ ମଧ୍ୟ ବସିଥିଲେ। କିନ୍ତୁ ଏବେ ଟ୍ବିଟରକୁ ନୂଆ ସିଇଓ ମିଳିଯାଇଥିବା କହିଛନ୍ତି ଏଲନ୍‌ ମସ୍କ୍‌। ଏନେଇ ସେ ଟ୍ବିଟରରେ ମଧ୍ୟ ଘୋଷଣା କରିବା ସହ ନୁଆ ଟ୍ବିଟର ସିଇଓଙ୍କ ଫଟୋ ପୋଷ୍ଟ କରିଛନ୍ତି। ତେବେ ସବୁଠୁ ମଜାଦାର କଥା ହେଉଛି ଟ୍ବିଟର ନୂଆ ସିଇଓ ମଣିଷ ନୁହେଁ, ଗୋଟେ କୁକୁର। ତାହା ପୁଣି ଏଲନ୍‌ ମସ୍କ୍‌ଙ୍କ ପୋଷା କୁକୁର। ଏହାର ନାମ ଫ୍ଲୋକି ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ


ମସ୍କ ଅନୁଭବ କରିଛନ୍ତି କି ତାଙ୍କ କୁକୁର ଫ୍ଲୋକି ଅନ୍ୟ ସିଇଓଙ୍କ ତୁଳନାରେ ବେଶ୍ ଭଲ । ଅର୍ଥାତ ମସ୍କ ଏଭଳି କହି ସିଧା ସଳଖ ପରାଗ ଅଗ୍ରୱାଲଙ୍କୁ ଟାର୍ଗେଟ୍ କରିଛନ୍ତି । ସୂଚନା ଥାଉକି ୪୪ ବିଲିୟନ ଡଲାର ଦେଇ ମସ୍କ ଟ୍ୱିଟରକୁ କିଣିବାର ମାତ୍ର କିଛିଦିନ ମଧ୍ୟରେ ସିଇଓ ପଦରେ ଥିବା ପରାଗ ଅଗ୍ରୱାଲଙ୍କୁ କମ୍ପାନୀରୁ ବାହାର କରିଦେଇଥିଲେ । କେବଳ ଅଗ୍ରୱାଲ ନୁହଁନ୍ତି ଅନେକ ପୁରୁଣା କର୍ମଚାରୀଙ୍କୁ ମଧ୍ୟ ଛଟେଇ କରିଦେଇଥିଲେ ମସ୍କ ।


ଏଲନ ମସ୍କ ସିଇଓ ଚେୟାରରେ ଫ୍ଲୋକିକୁ ବସାଇ ତାର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଫ୍ଲୋକି କଳାରଙ୍ଗର ଟି ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହି ସାର୍ଟ ଉପରେ ସିଇଓ ବୋଲି ଲେଖାଯାଇଛି । ଫ୍ଲୋକି ବସିଥିବା ଚେୟାର ସାମ୍ନାରେ ପଡିଥିବା ଟେବୁଲରେ କିଛି ଡକ୍ୟୁମେଣ୍ଟ ରହିଛି । ଏହି ଫଟୋ ସେୟାର କରି ମସ୍କ ଲେଖିଛନ୍ତି କି ସିଇଓ ।


ଫଟୋ ସେୟାର୍‌ କରି ମସ୍କ୍‌ ଲେଖିଛନ୍ତି, ‘ଟୁଇଟର୍‌’ର ନୂଆ ‘ସିଇଓ’ ବଡ଼ ଅଦ୍ଭୁତ। ଅନ୍ୟ ଏକ ‘ଟୁଇଟ୍‌’ରେ ସେ ଲେଖିଛନ୍ତି, ଅନ୍ୟ ବ୍ୟକ୍ତି ଅପେକ୍ଷା ‘ଟୁଇଟର୍‌’ର ନୂଆ ‘ସିଇଓ’ ଯଥେଷ୍ଟ ଭଲ। ସୂଚନାଯୋଗ୍ୟ, ସେ ‘ଟୁଇଟର୍‌’ର ପୂର୍ବତନ ‘ସିଇଓ’ ପରାଗ ଅଗ୍ରୱାଲ୍‌ଙ୍କୁ ଦର୍ଶାଇବା ପାଇଁ ‘ଅନ୍ୟ ବ୍ୟକ୍ତି’ ଲେଖିଛନ୍ତି। ସେହିପରି, ‌‘ଫ୍ଲୋକି’ ଚଷମା ଓ ଫର୍ମାଲ୍‌ ପୋଷାକ ପିନ୍ଧି ଚେୟାର୍‌ରେ ବସିଥିବା ଆଉ ଏକ ଫଟୋ ମଧ୍ୟ ମସ୍କ୍‌ ସେୟାର୍‌ କରିଛନ୍ତି। ସୂଚନାଯୋଗ୍ୟ, ଆନୁଷ୍ଠାନିକ ଭାବେ ନୁହେଁ, କେବଳ କ‌ୌତୁକ ପାଇଁ ମସ୍କ୍‌ ‘ଫ୍ଲୋକି’କୁ ‘ଟୁଇଟର୍‌’ର ‘ସିଇଓ’ ବୋଲି ଉଲ୍ଲେଖ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର