ଖାଇବା ତେଲ ମହଙ୍ଗା , ସୋୟାବିନ୍ ତେଲ ବର୍ଷକରେ ଦୁଇଗୁଣ ବଢ଼ିଛି

The Sakala Picture
Published On

ନୂଆଦିଲ୍ଲୀ,୯ା୫(ଏଜେନ୍ସି): ସମ୍ପ୍ରତି ବିଶ୍ୱ କରୋନା ସଂକ୍ରମଣର ସଙ୍କଟରେ ଲୋକେ ରୋଜଗାର ହରାଉଛନ୍ତି। ଏଭଳି ସମୟରେ ବଜାରରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଉଚ୍ଚ ଦର ଗ୍ରାହକଙ୍କ ଉପରେ ‘ବୋଝ ଉପରେ ନଳିତା ବିଡ଼ା’ ସଦୃଶ ହୋଇଛି। ଦର ବୃଦ୍ଧି ଜନିତ ମହଙ୍ଗା ମାଡ଼ ଗ୍ରାହକଙ୍କୁ ବିଚଳିତ କରିଦେଇଛି। ପରିସ୍ଥିତି ଏଭଳି ହୋଇଛି ବର୍ତ୍ତମାନ ବଜାରରେ ଅତ୍ୟାବଶ୍ୟକ ସମାଗ୍ରୀ ମଧ୍ୟରେ ଖାଇବା ତେଲ ଦର ଅହେତୁକ ବୃର୍ଦ୍ଧି ଘଟିଛି। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସୋୟାବିନ୍ ତେଲର ମୂଲ୍ୟ ପ୍ରାୟ […]

ନୂଆଦିଲ୍ଲୀ,୯ା୫(ଏଜେନ୍ସି): ସମ୍ପ୍ରତି ବିଶ୍ୱ କରୋନା ସଂକ୍ରମଣର ସଙ୍କଟରେ ଲୋକେ ରୋଜଗାର ହରାଉଛନ୍ତି। ଏଭଳି ସମୟରେ ବଜାରରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଉଚ୍ଚ ଦର ଗ୍ରାହକଙ୍କ ଉପରେ ‘ବୋଝ ଉପରେ ନଳିତା ବିଡ଼ା’ ସଦୃଶ ହୋଇଛି। ଦର ବୃଦ୍ଧି ଜନିତ ମହଙ୍ଗା ମାଡ଼ ଗ୍ରାହକଙ୍କୁ ବିଚଳିତ କରିଦେଇଛି। ପରିସ୍ଥିତି ଏଭଳି ହୋଇଛି ବର୍ତ୍ତମାନ ବଜାରରେ ଅତ୍ୟାବଶ୍ୟକ ସମାଗ୍ରୀ ମଧ୍ୟରେ ଖାଇବା ତେଲ ଦର ଅହେତୁକ ବୃର୍ଦ୍ଧି ଘଟିଛି। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସୋୟାବିନ୍ ତେଲର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ବଢ଼ୀଯାଇଛି। ଏଥିସହ ଏହି ମହଙ୍ଗା ମାଡ଼ରୁ ସୋରିଷ, ବାଦାମ, ସୂର୍ଯ୍ୟମୁଖୀ ତେଲ ବାଦ୍‌ପଡ଼ିନାହିଁ।

ଆହୁରି ପଢ଼ନ୍ତୁ: ମିରଟ ହତ୍ୟାକାଣ୍ଡର ବଡ଼ ଖୁଲାସା: ଅର୍ଚିତା ନୁହେଁ, ମୃତ ମହିଳା ହେଲେ ତୁର୍କମେନିସ୍ତାନର 'ମହବତ'

ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ, ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲର ମୂଲ୍ୟ ବୃଦ୍ଧି ହେତୁ ଦେଶରେ ଏଭଳି ଦର ବୃଦ୍ଧି ଘଟୁଛି। ଗତ ବର୍ଷ ମେ’ ମାସରେ ସୋୟାବିନ୍ ତେଲର ଖୁଚୁରା ମୂଲ୍ୟ ଲିଟର ପିଛା ୯୦ରୁ ୯୫ ଟଙ୍କା ମଧ୍ୟରେ ରହିଥିଲା, ଯାହା ବର୍ତ୍ତମାନ ଲିଟର ପିଛା ୧୭୦ ଟଙ୍କାରେ ପହଞ୍ଚିଛି। ଏହାର ମୁଖ୍ୟ କାରଣ ହେଉଛି, ଭାରତ ସମେତ ଅନେକ ଦେଶରେ ସୋୟାବିନ ଉତ୍ପାଦନରେ ହ୍ରାସ। ମାଲେସିଆ ଏବଂ ଇଣ୍ଡୋନେସିଆ ପରି ପ୍ରମୁଖ ଖଜୁରୀ ତେଲ ଉତ୍ପାଦନକାରୀଙ୍କ ଆଡୁ ଯୋଗାଣ ଜନିତ ପ୍ରତିବନ୍ଧକ। ଏଡାଛଡା ଚାହିଦା ଏବଂ ଯୋଗାଣ ମଧ୍ୟରେ ବ୍ୟବଧାନ ହେତୁ ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲର ମୂଲ୍ୟ ବୃଦ୍ଧି ପାଉଛି। ସୋରିଷ ତେଲର ମୂଲ୍ୟ ଲିଟର ପିଛା ୧୩୫ ଟଙ୍କାରୁ ୨୨୦ ଟଙ୍କାକୁ ବୃଦ୍ଧି ପାଇଛି। ସୋୟାବିନ୍ ତେଲ ମୂଲ୍ୟରେ ଯଦିବା ବୃର୍ଦ୍ଧି ଘଟୁଛି ଏହାର ଲାଭ ମଧ୍ୟପ୍ରଦେଶ ସମେତ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ସୋୟାବିନ୍ ଉତ୍ପାଦନ କରୁଥିବା କୃଷକଙ୍କୁ ସାମାନ୍ୟ ମିଳିନାହିଁ। ହଳଦିଆ ମୋଜା ରୋଗ ହେତୁ ଚଳିତଥର ଅମଳ ହ୍ରାସ ହୋଇଛି।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

ଏକ ବର୍ଷ ପୂର୍ବେ ସୋୟାବିନ କ୍ୱିଣ୍ଟାଲ ପିଛା ୨୯୦୦ଟଙ୍କା (କିଲୋଗ୍ରାମ ପିଛା ୨୯ ଟଙ୍କା) ରେ ବିକ୍ରି ହୋଇଥିଲା, କିନ୍ତୁ ଚଳିତବର୍ଷ ଏହା କିଲୋଗ୍ରାମ ପିଛା ୨୦ ଟଙ୍କାରେ ବିକ୍ରି ହୋଇଥିବା ସେହୋରର ଜଣେ କୃଷକ ଏମଏସ ମେୱାଡା କୁହନ୍ତି। ଅବଶ୍ୟ ଏଥର ସୋରିଷ ଚାଷୀମାନେ ଭଲ ମୂଲ୍ୟ ପାଇଛନ୍ତି। ଗତବର୍ଷ ସୋରିଷ ଚାଷୀମାନେ କିଲୋଗ୍ରାମ ପିଛା ୪୦ ଟଙ୍କା ପାଇଥିବାବେଳେ ଚଳିତ ବର୍ଷ କିଲୋଗ୍ରାମ ପିଛା ୭୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ପାଇଛନ୍ତି। ଏଥିସହ ଭୋପାଳ ମୁଦ୍ରା ବ୍ୟବସାୟୀ ଫେଡେରେଶନର ସାଧାରଣ ସମ୍ପାଦକ ଅନୁପମ ଅଗ୍ରୱାଲ କହିଛନ୍ତି ଯେ, ଅନ୍ତର୍ଜାତୀୟ ବଜାରରେ ବାଦାମ ତେଲର ମୂଲ୍ୟ ବୃଦ୍ଧି ପାଉଛି। ଖାଇବା ତେଲ କ୍ଷେତ୍ରରେ, ଭାରତ ନିଶ୍ଚିତ ଭାବରେ ବିଦେଶରୁ ଆସୁଥିବା ଅଶୋଧିତ ଖାଇବା ତେଲର ଅଧାରୁ ତିନି ଚତୁର୍ଥାଂଶ ପୂରଣ କରେ। ଭାରତରେ ଖାଇବା ତେଲର ଚାହିଦାର ଏକ ବହୁତ କମ୍ ଅଂଶ ଘରୋଇ ଯୋଗାଣ ଦ୍ୱାରା ପୂରଣ ହୋଇଥାଏ। ବିଶୋଧିତ ତେଲରେ ଯୋଗାଯାଇଥିବା ଅନେକ ଅତ୍ୟାବଶ୍ୟକ ରାସାୟନିକ ପଦାର୍ଥ ଯୋଗାଣ ହେତୁ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ବିବାଦ ଯୋଗୁଁ ଦୁବାଇରେ ଅଟକି ରହିଥିଲେ ଭାରତୀୟ ତାରକା, ଘରକୁ ଫେରି ଜଣାଇଲେ ନିଜର ଭୟଙ୍କର ଅନୁଭୂତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp