ପୁଣି ବୃଦ୍ଧି ପାଉଛି କରୋନା: ଦେଶର ୨୪ ଘଣ୍ଟାରେ ୨୩ ହଜାର ଟପିଲା ପଜିଟିଭଙ୍କ ସଂଖ୍ଯା, ମହାରାଷ୍ଟ୍ରରୁ କେବଳ ୧୪ ହଜାର ନୂଆ ଆକ୍ରାନ୍ତ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ପୁଣି ବୃଦ୍ଧି ପାଇବେ ଲାଗିଛି। ଦୈନିକ ସଂକ୍ରମଣ ମଧ୍ଯ ବଢ଼ି ଚାଲିଛି । ଗତକାଲି ୨୨ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୨୩ ହଜାର ଟପିଛି । ଭାରତରେ ଗତ ୨୪ ଘଣ୍ଟାରେ ୨୩ହଜାର ୨୮୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୮ ହଜାର ୩୦୬କୁ ବୃଦ୍ଧି […]

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ପୁଣି ବୃଦ୍ଧି ପାଇବେ ଲାଗିଛି। ଦୈନିକ ସଂକ୍ରମଣ ମଧ୍ଯ ବଢ଼ି ଚାଲିଛି । ଗତକାଲି ୨୨ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୨୩ ହଜାର ଟପିଛି । ଭାରତରେ ଗତ ୨୪ ଘଣ୍ଟାରେ ୨୩ହଜାର ୨୮୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୮ ହଜାର ୩୦୬କୁ ବୃଦ୍ଧି ପାଇଛି। ଦେଶରେ ଏବେ ୧ ଲକ୍ଷ ୯୭ ହଜାର ୨୩୭ ଜଣ ସକ୍ରିୟ ରୋଗୀ ଥିବାବେଳେ ୧୦,୯୫୩,୩୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ଚିନ୍ତା ବଢ଼ାଇଛି । ଗତ ୨୪ ଘଣ୍ଟାରେ କେବଳ ମହାରାଷ୍ଟ୍ରରୁ ୧୪ହଜାର ୩୧୭ ପଜିଟିଭ୍ ବାହାରିଛନ୍ତି । ନାଗପୁରରେ ବଢୁଥିବାରୁ ସେଠାରେ ସପ୍ତାହେ ଲକଡାଉନ୍ ଘୋଷଣା କରାଯାଇଛି । ସେହିପରି କେରଳ, ପଞ୍ଜାବ, ଗୁଜରାଟ ଆଜି ରାଜ୍ୟରେ ମଧ୍ଯ  ସଂକ୍ରମଣ ବ୍ୟାପୁଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର