କରୋନାକୁ ନେଇ ହଂକଂ ବିଶ୍ବବିଦ୍ୟାଳୟର ରିପୋର୍ଟ: ଚୀନ୍‌ରେ ଯାଇପାରେ ୨୦ ଲକ୍ଷ ଲୋକଙ୍କ ଜୀବନ!

The Sakala Picture
Published On

ନୂଆଦିଲ୍ଲୀ(ଏଜେନ୍ସି): ଚୀନ୍‌ରେ କରୋନା ସ୍ଥିତି ଦିନକୁ ଦିନ ବେହାଲ ହେବାକୁ ଲାଗିଛି। ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସିବା ସହିତ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ନୂଆ ବର୍ଷକୁ ନେଇ ଲୋକେ ଛୁଟି ମନାଇବାକୁ ପରିଭ୍ରମଣରେ ବାହାରିଛନ୍ତି। ଏବେ ଚୀନ୍ ରେ କରୋନା କଟକଣା ହଟାଇ ଦିଆଯାଇଥିବାରୁ ସବୁଠି ଲୋକଙ୍କ ଗହଳି ବଢିବାରେ ଲାଗିଛି। ଏହାମଧ୍ୟରେ ଚୀନକୁ ନେଇ ହଂକଂ ବିଶ୍ବବିଦ୍ୟାଳୟ ପକ୍ଷରୁ ଯେଉଁ ରିପୋର୍ଟ ଦିଆଯାଇଛି ତାହା ସମସ୍ତଙ୍କ ନିଦ ହଜାଇ […]

ନୂଆଦିଲ୍ଲୀ(ଏଜେନ୍ସି): ଚୀନ୍‌ରେ କରୋନା ସ୍ଥିତି ଦିନକୁ ଦିନ ବେହାଲ ହେବାକୁ ଲାଗିଛି। ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସିବା ସହିତ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ନୂଆ ବର୍ଷକୁ ନେଇ ଲୋକେ ଛୁଟି ମନାଇବାକୁ ପରିଭ୍ରମଣରେ ବାହାରିଛନ୍ତି। ଏବେ ଚୀନ୍ ରେ କରୋନା କଟକଣା ହଟାଇ ଦିଆଯାଇଥିବାରୁ ସବୁଠି ଲୋକଙ୍କ ଗହଳି ବଢିବାରେ ଲାଗିଛି। ଏହାମଧ୍ୟରେ ଚୀନକୁ ନେଇ ହଂକଂ ବିଶ୍ବବିଦ୍ୟାଳୟ ପକ୍ଷରୁ ଯେଉଁ ରିପୋର୍ଟ ଦିଆଯାଇଛି ତାହା ସମସ୍ତଙ୍କ ନିଦ ହଜାଇ ଦେବ। ଚୀନ୍ ରେ ସଂକ୍ରମଣ ବଢିବା ସହିତ ନୂଆ ପ୍ରଜାତିର ଭୂତାଣୁ ସୃଷ୍ଟି ହେବାକୁ ବେଶୀ ସମୟ ଲାଗିବ ନାହିଁ। ସ୍ଥିତି ଏଭଳି ହେବ ଯେ ପ୍ରତି ୧୦୦୦ ଜଣରେ ପ୍ରାୟ ୬୪୮ ଜଣ ସଂକ୍ରମିତ ହେବେ । ଯଦ୍ବାରା ଚୀନ୍ ରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଏକପ୍ରକାର ଭୁଷୁଡି ପଡ଼ିବ। ଫଳରେ ଏଠାରେ ୧୦ ରୁ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ଏହି ରିପୋର୍ଟରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

୧୪୦ କୋଟି ଜନସଂଖ୍ୟାର ଏହି ଦେଶରେ ଗତ ତିନି ବର୍ଷ ମଧ୍ୟରେ ଟିକାକରଣ ବ୍ୟବସ୍ଥାକୁ ସୁଦୃଢ କରାଯାଇପାରି ନଥିଲା ବେଳେ ବୁଷ୍ଟର ଡୋଜ୍ ପାଇଁ ମଧ୍ୟ ବ୍ୟବସ୍ଥା ହୋଇନି। ଫଳରେ ଲୋକଙ୍କ ମଧ୍ୟରେ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇନାହିଁ। ଯାହାକୁ ନେଇ ଏବେ ମଧ୍ୟ ସଂକ୍ରମଣ ଲାଗି ରହିଛି। ତୀବ୍ର ବିରୋଧର ଶିକାର ହୋଇ କରୋନା କଟକଣା ହଟାଇଥିବା ଚୀନର ସ୍ଥିତି ଆଗକୁ ଗମ୍ଭୀର ହେବାକୁ ଯାଉଛି ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି ବେଜିଂରେ କରୋନା ପ୍ରଭାବ ଥମିବାର ନା ଧରୁନି। ସଂକ୍ରମଣ ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏଥିଯୋଗୁଁ ଅନ୍ତିମ ସଂସ୍କାର ଲାଗି ଶବଦାହ ଗୃହ ଆଗରେ ଲମ୍ବା ଧାଡ଼ି ଲାଗିଛି। ଲୋକେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରି ରହୁଛନ୍ତି। ସ୍ଥିତି ଏପରି ହୋଇଛି ଯେ ଅନ୍ତିମ ସଂସ୍କାର ପାଇଁ ଶନିବାର ଲୋକେ ମୁହାଁମୁହିଁ ହୋଇଛନ୍ତି। ଅନେକ ଶ୍ରମିକ ଏବଂ ଡ୍ରାଇଭର କରୋନାରେ ସଂକ୍ରମିତ ହେଉଥିବାରୁ ଲୋକେ ନିଜେ ଶବ ନେଇ ଶବଦାହ ଗୃହକୁ ପହଞ୍ଚୁଛନ୍ତି। ପାର୍ଲର, ରେଷ୍ଟୁରାଣ୍ଟ ଏବଂ କୋରିୟର ଆଦି କ୍ଷେତ୍ରରେ ମଧ୍ୟ କର୍ମଚାରୀ ଅଭାବ ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଅନ୍ୟପକ୍ଷରେ କରୋନାକୁ ନେଇ ଆମେରିକାରେ ପୁଣି ଭୟ ବଢ଼ିବାରେ ଲାଗିଛି। ଆମେରିକାରେ ଏବେ କରୋନା ଫ୍ଳୁ ବଢିବାରେ ଲାଗିଛି। ଏଥିପାଇଁ ଲୋକେ ପୁଣିଥରେ ମାସ୍କ ପିନ୍ଧିବା ଆରମ୍ଭ କରିଦେଇଛନ୍ତି। ଏଠାରେ କୋଭିଡ୍ ଫ୍ଳୁ ସହିତ ‘ଆରଏସଭି(ରେସପିଟୋରୀ ସିନସାଇଟାଲ ଭାଇରସ୍) ସଂକ୍ରମଣ ବଢିବାରେ ଲାଗିଛି। ଯାହାକୁ ନେଇ ଆମେରିକାରେ ସଂକ୍ରମଣ ହାର ୨୬ ପ୍ରତିଶତ ଛୁଇଁବା ସହିତ ହସ୍ପିଟାଲଗୁଡିକରେ ରୋଗୀଙ୍କ ସଂଖ୍ୟା ମଧ୍ୟ ୨୪ ପ୍ରତିଶତ ବଢିଛି। ଆମେରିକା ଏବଂ ଚୀନ ବ୍ୟତୀତ ଯଦି ଅନ୍ୟ ରାଷ୍ଟ୍ରମାନଙ୍କୁ ସଂକ୍ରମଣ ବ୍ୟାପେ ତେବେ ବିଶ୍ବସ୍ତରରେ ପୁଣି ସ୍ଥିତି ଅଣାୟତ ହୋଇପଡ଼ିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର