ବିଶ୍ବରେ ବଢୁଛି କରୋନା ମାମଲା, ମାସକରେ ୧୫ ଲକ୍ଷ ରୋଗୀ ଚିହ୍ନଟ

The Sakala Picture
Published On

ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନା ପୁଣି କାୟା ବିସ୍ତାର କରିବାରେ ଲାଗିଛି। ମାସକରେ ନୂଆ ରୋଗୀସଂଖ୍ୟା ୮୦ ପ୍ରତିଶତ ବୃଦ୍ଧି ପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି। ଜୁଲାଇ ୧୦ରୁ ଅଗଷ୍ଟ ୬ ମଧ୍ୟରେ ୧୫ ଲକ୍ଷ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବ ମାସ ତୁଳନାରେ ୮୦ ପ୍ରତିଶତ ଅଧିକ। ମାତ୍ର ଏହି ସମୟରେ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି। ପୂର୍ବ ମାସ ତୁଳନାରେ ୫୭ ପ୍ରତିଶତ କମ୍‌ ରୋଗୀ […]

ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନା ପୁଣି କାୟା ବିସ୍ତାର କରିବାରେ ଲାଗିଛି। ମାସକରେ ନୂଆ ରୋଗୀସଂଖ୍ୟା ୮୦ ପ୍ରତିଶତ ବୃଦ୍ଧି ପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି। ଜୁଲାଇ ୧୦ରୁ ଅଗଷ୍ଟ ୬ ମଧ୍ୟରେ ୧୫ ଲକ୍ଷ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବ ମାସ ତୁଳନାରେ ୮୦ ପ୍ରତିଶତ ଅଧିକ। ମାତ୍ର ଏହି ସମୟରେ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି। ପୂର୍ବ ମାସ ତୁଳନାରେ ୫୭ ପ୍ରତିଶତ କମ୍‌ ରୋଗୀ ପ୍ରାଣ ହରାଇଛନ୍ତି। ମାମଲା ବୃଦ୍ଧିକୁ ନଇ ‘ହୁ’ ପକ୍ଷରୁ ଚେତାବନୀ ଦିଆଯାଇଛି। ସଠିକ୍‌ ତଥ୍ୟ ଏହାଠୁ ଅଧିକ ହୋଇପାରେ ବୋଲି କୁହାଯାଇଛି। କାରଣ କରୋନା ସମୟରେ ସବୁ ଦେଶରେ ଅଧିକ ପରୀକ୍ଷଣ ଏବଂ ପର୍ଯ୍ୟବେକ୍ଷଣ କରାଯାଉଥିଲା।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ: ଖାମେନେଇଙ୍କ କାର୍ଯ୍ୟାଳୟ ଟାର୍ଗେଟ୍, ଆରମ୍ଭ ହେଲା ‘ଅପରେସନ୍ ଲାୟନ୍ସ ରୋର୍’

କିନ୍ତୁ ଏବେ ଏପରି ହେଉନାହିଁ। କମ୍‌ ପରୀକ୍ଷଣ ଯୋଗୁଁ ମାମଲା ମଧ୍ୟ ହ୍ରାସ ପାଉଛି। ଭାରତ-ପ୍ରଶାନ୍ତ ମାହସାଗରୀୟ କ୍ଷେତ୍ରର ଦେଶ ଅଷ୍ଟ୍ରେଲିଆ, ଚୀନ୍‌, ଜାପାନ, ମାଲେସିଆ, ନ୍ୟୁଜିଲାଣ୍ଡ ଆଦିରେ କରୋନା ସଂକ୍ରମଣ ମାମଲା ୧୩୭% ପ୍ରତିଶତ ବୃଦ୍ଧି ପାଇଛି। ଆମେରିକା, ବ୍ରିଟେନ, ଫ୍ରାନ୍ସ ଏବଂ ଜାପାନ ଆଦି ନର୍ଦର୍ଣ୍ଣ ହେମିସ୍ଫିୟର ଦେଶରେ ଅତ୍ୟଧିକ ଗରମ ଯୋଗୁଁ କରୋନା ମାମଲା ବଢ଼ିବାରେ ଲାଗିଛି। ଓମିକ୍ରନ୍‌ର ନୂଆ ପ୍ରଜାତି ଚିହ୍ନଟ କରାଯାଇଥିବା ନେଇ ‘ହୁ’ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ବଢ଼ିଲାଣି ତାତି, ମେ’ ଯାଏ ସ୍ୱାଭାବିକଠାରୁ ଅଧିକ ତାମପାତ୍ରା ହେବାନେଇ ଆଶଙ୍କା

ଅସାବଧାନତା, ତାପମାତ୍ରା ବୃଦ୍ଧି, ପର୍ଯ୍ୟଟନ ଏବଂ କମ୍‌ ପରୀକ୍ଷଣ ଯୋଗୁଁ ରୋଗୀସଂଖ୍ୟା ବୃଦ୍ଧି ପାଉଛି। ପ୍ରଥମେ ବ୍ରିଟେନରୁ ଚିହ୍ନଟ ହୋଇଥିବା ଓମିକ୍ରନର ଉପ-ପ୍ରଜାତି ଇଜି.୫ ତଥା ଏରିସକୁ ଚିନ୍ତାଜନକ ଘୋଷଣା କରାଯାଇଛି। ଏହା ପ୍ରବାହରେ ଜୁଲାଇରେ ମାମଲା ୧୭ ପ୍ରତିଶତ ବୃଦ୍ଧି ପାଇଥିଲା। ବ୍ରିଟେନ, ଆମେରିକା ଏବଂ ଚୀନ୍‌ରୁ ଏହି ପ୍ରଜାତିର ଅଧିକ ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ରରୁ ମଧ୍ୟ ଏହି ପ୍ରଜାତିର ଏକ ମାମଲା ସାମ୍ନାକୁ ଆସିଥିଲା। ଏହି ପ୍ରଜାତି ଅଧିକ ବିପଜ୍ଜନକ। ଏହା ଜିନୋମ ସଂଖ୍ୟା ବଢ଼ାଇ ଚାଲିଛି ବୋଲି ବ୍ରିଟେନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ସାହାରନପୁରରୁ ନିଖୋଜ ହିନ୍ଦୁ ଯୁବତୀ ପ୍ରୟାଗରାଜରୁ ଉଦ୍ଧାର; ଅଭିଯୁକ୍ତ ଆଜମ୍ ଗିରଫ, ଗାଁରେ କମିଲା ଉତ୍ତେଜନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp