ଇରାନ ରାଷ୍ଟ୍ରପତି ରାଇସିଙ୍କ ମୃତ୍ୟୁ ଦୁର୍ଘଟଣା ନା ଷଡ଼ଯନ୍ତ୍ର, ସନ୍ଦେହ ଘେରରେ ଇସ୍ରାଏଲ ଓ ଆମେରିକା
ତେହରାନ : ଇରାନ ରାଷ୍ଟ୍ରପତି ରଇସିଙ୍କ ଅପ୍ରତ୍ୟାଶିତ ମୃତ୍ୟୁ ଖବର ବିଶ୍ବ ନେତୃବୃନ୍ଦଙ୍କୁ ହତବାକ୍ କରିଦେଇଥିଲା ବେଳେ ତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନା ଏକ ଷଡ଼ଯନ୍ତ୍ର , ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜଣେ କଠୋରବାଦୀ ନେତା ଭାବେ ରାଷ୍ଟ୍ରପତି ରାଇସି ବିଗତ ଦିନରେ ବିବାଦୀୟ ରହିବା ସହିତ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ର ଇସ୍ରାଏଲ ସହ ତାଙ୍କର ସମ୍ପର୍କ କ୍ଷୁଣ୍ଣ ହୋଇଥିଲା। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଆମେରିକା ଏହା ବିରୋଧରେ ଆର୍ଥିକ […]
ତେହରାନ : ଇରାନ ରାଷ୍ଟ୍ରପତି ରଇସିଙ୍କ ଅପ୍ରତ୍ୟାଶିତ ମୃତ୍ୟୁ ଖବର ବିଶ୍ବ ନେତୃବୃନ୍ଦଙ୍କୁ ହତବାକ୍ କରିଦେଇଥିଲା ବେଳେ ତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନା ଏକ ଷଡ଼ଯନ୍ତ୍ର , ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜଣେ କଠୋରବାଦୀ ନେତା ଭାବେ ରାଷ୍ଟ୍ରପତି ରାଇସି ବିଗତ ଦିନରେ ବିବାଦୀୟ ରହିବା ସହିତ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ର ଇସ୍ରାଏଲ ସହ ତାଙ୍କର ସମ୍ପର୍କ କ୍ଷୁଣ୍ଣ ହୋଇଥିଲା। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଆମେରିକା ଏହା ବିରୋଧରେ ଆର୍ଥିକ କଟକଣା ଜାରି କରିଥିଲା ବେଳେ ହମାସ ଆତଙ୍କବାଦୀଙ୍କୁ ଇରାନ ସହଯୋଗ କରିବା କାରଣକୁ ନେଇ ଇସ୍ରାଏଲ ଇରାନର ଘୋର ବିରୋଧୀ ହୋଇପଡ଼ିଥିଲା।
ତେବେ କିଛି ଦିନ ତଳେ ଇରାନ ଅଚାନକ ଭାବେ ଇସ୍ରାଏଲ ଉପରେ ଆକ୍ରମଣ କରିବା ଘଟଣାକୁ ନେଇ ଇସ୍ରାଏଲ ଇରାନ ଉପରେ କ୍ଷୁବ୍ଧ ହେବା ସହିତ ଠିକଣା ସମୟରେ ଆକ୍ରମଣର ଜବାବ ଦେବ ବୋଲି କହିଥିଲା। ତେଣୁ ଗତକାଲିର ହେଲିକପ୍ଟର ଦୁର୍ଘଟଣା ପଛରେ ଇସ୍ରାଏଲର ହାତ ଥାଇପାରେ ବୋଲି କୁହାଯାଉଛି। ଇରାନରେ ରହିଥିବା ରଇସିଙ୍କ ବିରୋଧୀଙ୍କୁ ହାତ କରି ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦ ଷଡ଼ଯନ୍ତ୍ର କରିଥାଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ରାଷ୍ଟ୍ରପତି ରଇସି ଯେଉଁ ହେଲିକପ୍ଟରରେ ଗସ୍ତ କରିଥିଲେ ତାହାକୁ ଇରାନ ଆମେରିକା ଠାରୁ ପାଇଥିଲା। ଆମେରିକା ସହ ଇରାନର ସମ୍ପର୍କ ଯେତେବେଳେ ଭଲ ଥିଲା ସେତେବେଳେ ଇରାନ ଏହି ‘ ବେଲ୍-୨୧୨’ ହେଲିକପ୍ଟର ଆମେରିକାରୁ ପାଇଥିଲା। ବହୁ ବର୍ଷ ଧରି ଏହି ଶ୍ରେଣୀର ହେଲିକପ୍ଟର ଇରାନରେ ନିୟୋଜିତ ରହିଥିଲା ବେଳେ ଅଚାନକ ଭାବେ ଏହା କିଭଳି ଦୁର୍ଘଟଣାର ଶିକାର ହେଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ତେଣୁ ଦୁର୍ଘଟଣା ପଛରେ ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏର ଭୂମିକାକୁ ବାଦ୍ ଦିଆଯାଇ ନ ପାରେ ବୋଲି କୁହାଯାଉଛି।
ତେବେ ଏଭଳି କିଛି ଘଟିଥିଲେ ରାଇସିଙ୍କ ମୃତ୍ୟୁ ଘଟଣା ପୁଣିଥରେ ମଧ୍ୟପ୍ରାଚ୍ୟରେ ଅଶାନ୍ତି ସୃଷ୍ଟି କରିବା ସହିତ ଭୂ-ରାଜନୀତିକ ସ୍ତରକୁ ପ୍ରଭାବିତ କରିବ ବୋଲି କୁହାଯାଉଛି। ପୂର୍ବରୁ ୨୦୧୦ ରୁ ୨୦୨୦ ମଧ୍ୟରେ ବିଦେଶ ମାଟିରେ ଇରାନର ୫ ପ୍ରତିଷ୍ଠିତ ପରମାଣୁ ବୈଜ୍ଞାନିକଙ୍କୁ ହତ୍ୟା କରାଯାଇଥିଲା। ୨୦୨୦ ନଭେମ୍ବରରେ ଇରାନର ପ୍ରମୁଖ ବୈଜ୍ଞାନିକ ମୋସେନ ଫକ୍ରିଜାଦେଙ୍କୁ ଏକ ‘ ରିମୋଟ ଅପରେଟେଡ୍ ମେସିନ ଗନ୍’ରେ ମୋସାଦ ହତ୍ୟା କରିଥିଲା। ଏହାପରେ କିଛି ମାସ ତଳେ ସିରିଆରେ ଇରାନ କୂଟନୈତିକ କାର୍ଯ୍ୟାଳୟ ଉପରେ ରକେଟ୍ ମାଡ଼ କରି ଇସ୍ରାଏଲ ଏହାର ଦୁଇ ପ୍ରମୁଖ ଜେନେରାଲଙ୍କୁ ମଧ୍ୟ ହତ୍ୟା କରିଥÒଲା। ତେଣୁ ରଇସିଙ୍କ ଦୁର୍ଘଟଣା ପଛରେ ମୋସାଦର ହାତ ରହିଥାଇପାରେ ବୋଲି ସନ୍ଦେହ କରାଯାଉଛି।