କୃତ୍ରିମ ଚନ୍ଦ୍ର ବନାଇଲା ଚୀନ୍

The Sakala Picture
Published On

ବେଜିଂ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଚୀନ୍ ଗୋଟିଏ ପରେ ଗୋଟିଏ ସଫଳତା ପାଇଚାଲିଛି। ଏକବିଂଶ ଶତାବ୍ଦୀରେ ୨୦୨୧ ବର୍ଷ ଚୀନ୍ ପାଇଁ ସବୁଠୁ ସଫଳ ସାବ୍ୟସ୍ତ ହୋଇଛି। ଏହି ବର୍ଷ ଚୀନ୍ ମହାକାଶ କାର୍ଯ୍ୟକ୍ରମରେ ଅନେକ ରେକର୍ଡ କରିଛି। ଏହି ଦେଶ ପୃଥିବୀରେ କୃତ୍ରିମ ସୂର୍ଯ୍ୟ ନିର୍ମାଣ କରିବା ପରେ ଏବେ କୃତ୍ରିମ ଚନ୍ଦ୍ର ନିର୍ମାଣ କରିଛି। ଏହି କୃତ୍ରିମ ଚନ୍ଦ୍ର ଦ୍ବାରା ବୈଜ୍ଞାନିକ ସେଠାକାର ସ୍ଥିତି ଏବଂ ପରିବେଶକୁ ଦେଖି ଭବିଷ୍ୟତର କାର୍ଯ୍ୟକ୍ରମ ତଥା ଅଭିଯାନ […]

ବେଜିଂ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଚୀନ୍ ଗୋଟିଏ ପରେ ଗୋଟିଏ ସଫଳତା ପାଇଚାଲିଛି। ଏକବିଂଶ ଶତାବ୍ଦୀରେ ୨୦୨୧ ବର୍ଷ ଚୀନ୍ ପାଇଁ ସବୁଠୁ ସଫଳ ସାବ୍ୟସ୍ତ ହୋଇଛି। ଏହି ବର୍ଷ ଚୀନ୍ ମହାକାଶ କାର୍ଯ୍ୟକ୍ରମରେ ଅନେକ ରେକର୍ଡ କରିଛି। ଏହି ଦେଶ ପୃଥିବୀରେ କୃତ୍ରିମ ସୂର୍ଯ୍ୟ ନିର୍ମାଣ କରିବା ପରେ ଏବେ କୃତ୍ରିମ ଚନ୍ଦ୍ର ନିର୍ମାଣ କରିଛି। ଏହି କୃତ୍ରିମ ଚନ୍ଦ୍ର ଦ୍ବାରା ବୈଜ୍ଞାନିକ ସେଠାକାର ସ୍ଥିତି ଏବଂ ପରିବେଶକୁ ଦେଖି ଭବିଷ୍ୟତର କାର୍ଯ୍ୟକ୍ରମ ତଥା ଅଭିଯାନ ପାଇଁ ପ୍ରସ୍ତୁତି କରିପାରିବେ । ଏହି କୃତ୍ରିମ ଚନ୍ଦ୍ର ଗିଆଙ୍ଗସୁ ପ୍ରଦେଶର ସୁଝୋଉ ସହରରେ ରହିଛି। ଏହା ମାଧ୍ୟାକର୍ଷଣ ବଳକୁ ସମାପ୍ତ କରିଦେବ । ଏହି କେନ୍ଦ୍ରକୁ ଯେକୌଣସି ସମୟ ପର୍ଯ୍ୟନ୍ତ କମ୍ ମାଧ୍ୟାକର୍ଷଣ ଜନିତ କ୍ଷେତ୍ର କରି ରଖିହେବ ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ଏହା ସହାୟତାରେ ଚୀନ୍ ନିଜ ମହାକାଶ ଯାତ୍ରୀଙ୍କୁ ଶୂନ୍ୟ ମାଧ୍ୟକର୍ଷଣ ଶକ୍ତିରେ ପ୍ରଶିକ୍ଷଣ ଦେଇପାରିବ ଏବଂ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା କମ୍ କରିବ। ଏହା ସହିତ ନୂଆ ରୋଭର ଏବଂ ଜ୍ଞାନକୌଶଳ ପରୀକ୍ଷଣରେ ଅଧିକ ସକ୍ଷମ ହେବ।ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଇଥିବା ଚାଇନା ୟୁନିଭର୍ସିଟି ଅଫ ମାଇନିଂ ଆଣ୍ଡ ଟେକ୍ନୋଲୋଜିର ଲି ରୁଇଲିନ କହିଛନ୍ତି ଯେ, ଏକ ବିମାନ କିମ୍ବା ଡ୍ରପ ଟାୱାରରେ କମ୍ ମାଧ୍ୟାକର୍ଷଣ ଜନିତ ସ୍ଥିତି ସୃଷ୍ଟି କରିହେବ । କିନ୍ତୁ ଏହା ବହୁତ କମ୍ ସମୟ ପାଇଁ ହୋଇଥାଏ | ମାତ୍ର କୃତ୍ରିମ ଚନ୍ଦ୍ରରେ ଯେତେ ଦିନ ପର୍ଯ୍ୟନ୍ତ ଚାହିଁବେ ସେତେଦିନ ପର୍ଯ୍ୟନ୍ତ କମ୍ ମାଧ୍ୟାକର୍ଷଣ ପ୍ରଭାବ ରହିବ। ସୂଚନା ଅନୁଯାୟୀ ଚୀନ୍‌ର କୃତ୍ରିମ ଚନ୍ଦ୍ର ତଥା ‘ମିନି ମୁନ’ର ବ୍ୟାସ ମାତ୍ର ୨ ଫୁଟ | ଏହାର ଭୂପୃଷ୍ଠ ଠିକ୍ ଚନ୍ଦ୍ର ପରି। ଏହାକୁ ଧୂଳିରୁ ପ୍ରସ୍ତୁତ କରାଯାଇଛି। ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ପୃଥ୍ବୀ ତୁଳନାରେ ୧/୬ ରହିଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

 

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର