କେନ୍ଦ୍ରର ସୋସିଆଲ ମିଡିଆ ମାର୍ଗଦର୍ଶିକା ପ୍ରଭାବହୀନ : ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ : ଓଟିଟି ଫ୍ଲାଟଫର୍ମ ଓ ସୋସିଆଲ ମିଡିଆର ଅପବ୍ୟବହାର ରୋକିବା ଲାଗି କେନ୍ଦ୍ର ସରକାର ଆଣିଥିବା ମାର୍ଗଦର୍ଶିକା ପ୍ରଭାବହୀନ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହି ଅପବ୍ୟବହାରକୁ ରୋକିବା ପାଇଁ କଠୋର ଆଇନ ଏବଂ ନିୟମ ଆଣିବା ଲାଗି କୋର୍ଟ କେନ୍ଦ୍ରକୁ କହିଛନ୍ତି। କେନ୍ଦ୍ରର ମାର୍ଗଦର୍ଶିକାକୁ ସମୀକ୍ଷା କରି ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ ସମସ୍ୟାର ସମାଧାନ ଲାଗି ଏହା ପ୍ରଭାବୀ ହେବ ନାହିଁ। କାରଣ ଏହାର କୌଣସି କ୍ଷମତାନାହିଁ। ଏହା କେବଳ […]

ନୂଆଦିଲ୍ଲୀ : ଓଟିଟି ଫ୍ଲାଟଫର୍ମ ଓ ସୋସିଆଲ ମିଡିଆର ଅପବ୍ୟବହାର ରୋକିବା ଲାଗି କେନ୍ଦ୍ର ସରକାର ଆଣିଥିବା ମାର୍ଗଦର୍ଶିକା ପ୍ରଭାବହୀନ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହି ଅପବ୍ୟବହାରକୁ ରୋକିବା ପାଇଁ କଠୋର ଆଇନ ଏବଂ ନିୟମ ଆଣିବା ଲାଗି କୋର୍ଟ କେନ୍ଦ୍ରକୁ କହିଛନ୍ତି। କେନ୍ଦ୍ରର ମାର୍ଗଦର୍ଶିକାକୁ ସମୀକ୍ଷା କରି ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ ସମସ୍ୟାର ସମାଧାନ ଲାଗି ଏହା ପ୍ରଭାବୀ ହେବ ନାହିଁ। କାରଣ ଏହାର କୌଣସି କ୍ଷମତାନାହିଁ। ଏହା କେବଳ ଗୋଟିଏ ମାର୍ଗଦର୍ଶିକା ଭଳି। ନିୟମକୁ ପାଳନ କରୁନଥିବା ଲୋକଙ୍କୁ ବିଚାର ଭୁକ୍ତ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିବା ଉଚିତ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ସଂଘର୍ଷର ପ୍ରଭାବ: ବିଶ୍ୱ ଅର୍ଥନୀତିକୁ ନେଇ ସତର୍କ କରାଇଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବଙ୍ଗା

ଆହୁରି ପଢ଼ନ୍ତୁ: ହରମୁଜ୍ ପ୍ରଣାଳୀରୁ ଇରାନର ବାରୁଦ ସୁଡ଼ଙ୍ଗ ହଟାଇବ ଆମେରିକା: ଜାଣନ୍ତୁ କିପରି କାମ କରେ ମାଇନସ୍ୱିପର୍

ଏହା ସହିତ ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମର ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ଲାଗି ନୂଆ ଆଇନ ଆଣିବାକୁ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ କୋର୍ଟ ପରାମର୍ଶ ଦେଇଛନ୍ତି। ମେହେଟ୍ଟା ଏଥିରେ ସହମତ ହୋଇ କହିଥିଲେ ଯେ ସରକାର କଠୋର ଆଇନ ପ୍ରଣୟନ କରିବାକୁ ବିଚାର କରୁଛନ୍ତି ଏବଂ ଖୁବଶୀଘ୍ର ଚିଠା ପ୍ରସ୍ତାବକୁ କୋର୍ଟଙ୍କ ନିକଟରେ ଉପସ୍ଥାପନ କରାଯିବ।

ଆହୁରି ପଢ଼ନ୍ତୁ: ନୋଏଡ଼ା ଶ୍ରମିକ ଆନ୍ଦୋଳନରେ ପାକିସ୍ତାନ ଲିଙ୍କ୍ ! ସନ୍ଦେହରେ ପୋଲିସର ତଦନ୍ତ ଜାରି

ତେବେ କୋର୍ଟ ଆମାଜନ ପ୍ରାଇମର ଭାରତୀୟ ମୁଖ୍ୟ ଅପର୍ଣ୍ଣା ପୁରୋହିତଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ବିବାଦୀୟ ୱେବ ସିରିଜ୍‌ ତାଣ୍ଡବକୁ ନେଇ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। ଗତ ୨୫ ତାରିଖରେ ଗିରଫଦାରୀରୁ ସୁରକ୍ଷା ଦେବା ପାଇଁ ହାଇକୋର୍ଟ ହାଇକୋର୍ଟ ମନା କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଣ୍ଡବ ୱେବ ସିରିଜରେ ଧାର୍ମିକ ଭାବନାକୁ ଆଘାତ ଦିଆଯିବାକୁ ନେଇ ଉତ୍ତର ପ୍ରଦେଶ ପୁଲିସ୍‌ ଆମାଜନ କର୍ତ୍ତୃପକ୍ଷଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା।

ଏହା ପୂର୍ବରୁ ଗୁରୁବାର କୋର୍ଟ କହିଥିଲ ଯେ ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ଅଶ୍ଳୀଳ ବିଷୟବସ୍ତୁର ସ୍କ୍ରିନିଂକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଡିଜିଟାଲ ମିଡିଆରେ ପ୍ରସାରିତ ହେଉଥିବା ବିଷୟବସ୍ତୁଗୁଡିକ ଉପରେ କାହାର ନିୟନ୍ତ୍ରଣ ରହୁନଥିବାରୁ ଦିନକୁ ଦିନ ଅଶ୍ଳୀଳ ଏବଂଲ ବିବାଦୀୟ ଦୃଶ୍ୟର ପ୍ରସାରଣ ବଢିବାରେ ଲାଗିଛି। ଓଟିଟି ପ୍ଲାଟଫର୍ମରେ ପର୍ଣ୍ଣୋଗ୍ରାଫି ମଧ୍ୟ ଦେଖିବାକୁ ମିଳୁଛି। ତେଣୁ ଏହି ପ୍ଲାଟଫର୍ମରେ ପ୍ରସାରିତ ବିଷୟବସ୍ତୁର ସ୍କ୍ରିନିଂ ହେବା ଜରୁରୀ ବୋଲି କୋର୍ଟ କହିଥିଲେ। ଏହା ସହିତ କେନ୍ଦ୍ର ଆଣିଥିବା ମାର୍ଗଦର୍ଶିକାକୁ ସମୀକ୍ଷା କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଶୁକ୍ରବାର କୋର୍ଟ ମାର୍ଗଦର୍ଶିକାକୁ ସମୀକ୍ଷା କରି ଏହା ପ୍ରଭାହୀନ ବୋଲି କହିଥିଲେ।

06 Mar 2021 By The Sakala

କେନ୍ଦ୍ରର ସୋସିଆଲ ମିଡିଆ ମାର୍ଗଦର୍ଶିକା ପ୍ରଭାବହୀନ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଓଟିଟି ଫ୍ଲାଟଫର୍ମ ଓ ସୋସିଆଲ ମିଡିଆର ଅପବ୍ୟବହାର ରୋକିବା ଲାଗି କେନ୍ଦ୍ର ସରକାର ଆଣିଥିବା ମାର୍ଗଦର୍ଶିକା ପ୍ରଭାବହୀନ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହି ଅପବ୍ୟବହାରକୁ ରୋକିବା ପାଇଁ କଠୋର ଆଇନ ଏବଂ ନିୟମ ଆଣିବା ଲାଗି କୋର୍ଟ କେନ୍ଦ୍ରକୁ କହିଛନ୍ତି। କେନ୍ଦ୍ରର ମାର୍ଗଦର୍ଶିକାକୁ ସମୀକ୍ଷା କରି ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ ସମସ୍ୟାର ସମାଧାନ ଲାଗି ଏହା ପ୍ରଭାବୀ ହେବ ନାହିଁ। କାରଣ ଏହାର କୌଣସି କ୍ଷମତାନାହିଁ। ଏହା କେବଳ ଗୋଟିଏ ମାର୍ଗଦର୍ଶିକା ଭଳି। ନିୟମକୁ ପାଳନ କରୁନଥିବା ଲୋକଙ୍କୁ ବିଚାର ଭୁକ୍ତ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିବା ଉଚିତ।

ଏହା ସହିତ ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମର ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ଲାଗି ନୂଆ ଆଇନ ଆଣିବାକୁ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ କୋର୍ଟ ପରାମର୍ଶ ଦେଇଛନ୍ତି। ମେହେଟ୍ଟା ଏଥିରେ ସହମତ ହୋଇ କହିଥିଲେ ଯେ ସରକାର କଠୋର ଆଇନ ପ୍ରଣୟନ କରିବାକୁ ବିଚାର କରୁଛନ୍ତି ଏବଂ ଖୁବଶୀଘ୍ର ଚିଠା ପ୍ରସ୍ତାବକୁ କୋର୍ଟଙ୍କ ନିକଟରେ ଉପସ୍ଥାପନ କରାଯିବ।

ତେବେ କୋର୍ଟ ଆମାଜନ ପ୍ରାଇମର ଭାରତୀୟ ମୁଖ୍ୟ ଅପର୍ଣ୍ଣା ପୁରୋହିତଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ବିବାଦୀୟ ୱେବ ସିରିଜ୍‌ ତାଣ୍ଡବକୁ ନେଇ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। ଗତ ୨୫ ତାରିଖରେ ଗିରଫଦାରୀରୁ ସୁରକ୍ଷା ଦେବା ପାଇଁ ହାଇକୋର୍ଟ ହାଇକୋର୍ଟ ମନା କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଣ୍ଡବ ୱେବ ସିରିଜରେ ଧାର୍ମିକ ଭାବନାକୁ ଆଘାତ ଦିଆଯିବାକୁ ନେଇ ଉତ୍ତର ପ୍ରଦେଶ ପୁଲିସ୍‌ ଆମାଜନ କର୍ତ୍ତୃପକ୍ଷଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା।

ଏହା ପୂର୍ବରୁ ଗୁରୁବାର କୋର୍ଟ କହିଥିଲ ଯେ ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ଅଶ୍ଳୀଳ ବିଷୟବସ୍ତୁର ସ୍କ୍ରିନିଂକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଡିଜିଟାଲ ମିଡିଆରେ ପ୍ରସାରିତ ହେଉଥିବା ବିଷୟବସ୍ତୁଗୁଡିକ ଉପରେ କାହାର ନିୟନ୍ତ୍ରଣ ରହୁନଥିବାରୁ ଦିନକୁ ଦିନ ଅଶ୍ଳୀଳ ଏବଂଲ ବିବାଦୀୟ ଦୃଶ୍ୟର ପ୍ରସାରଣ ବଢିବାରେ ଲାଗିଛି। ଓଟିଟି ପ୍ଲାଟଫର୍ମରେ ପର୍ଣ୍ଣୋଗ୍ରାଫି ମଧ୍ୟ ଦେଖିବାକୁ ମିଳୁଛି। ତେଣୁ ଏହି ପ୍ଲାଟଫର୍ମରେ ପ୍ରସାରିତ ବିଷୟବସ୍ତୁର ସ୍କ୍ରିନିଂ ହେବା ଜରୁରୀ ବୋଲି କୋର୍ଟ କହିଥିଲେ। ଏହା ସହିତ କେନ୍ଦ୍ର ଆଣିଥିବା ମାର୍ଗଦର୍ଶିକାକୁ ସମୀକ୍ଷା କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଶୁକ୍ରବାର କୋର୍ଟ ମାର୍ଗଦର୍ଶିକାକୁ ସମୀକ୍ଷା କରି ଏହା ପ୍ରଭାହୀନ ବୋଲି କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର