ପ୍ରତିବର୍ଷ ଅଗଷ୍ଟ ୨୩ରେ ପାଳନ ହେବ ‘ଜାତୀୟ ମହାକାଶ ଦିବସ’ , ବିଜ୍ଞପ୍ତି ଜାରି କଲେ କେନ୍ଦ୍ର ସରକାର

The Sakala Picture
Published On

ନୂଆଦିଲ୍ଲୀ : ଅଗଷ୍ଟ ୨୩ କୁ ‘ଜାତୀୟ ମହାକାଶ ଦିବସ’ ଭାବରେ ପାଳନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଚନ୍ଦ୍ରପୃଷ୍ଠରେ ଭାରତ ‘ଚନ୍ଦ୍ରଯାନ-୩’ ଅବତରଣ କରାଇବାରେ ସଫଳ ହୋଇଥିବାରୁ ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ରୂପେ ପାଳନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ‘ଇସ୍ରୋ’ ବୈଜ୍ଞାନିକମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ଗତ ଅଗଷ୍ଟ ୨୬ ତାରିଖରେ ଘୋଷଣା କରିଥିଲେ। ତେବେ ଆଜି ଏ ସମ୍ପର୍କରେ ଏକ […]

ନୂଆଦିଲ୍ଲୀ : ଅଗଷ୍ଟ ୨୩ କୁ ‘ଜାତୀୟ ମହାକାଶ ଦିବସ’ ଭାବରେ ପାଳନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଚନ୍ଦ୍ରପୃଷ୍ଠରେ ଭାରତ ‘ଚନ୍ଦ୍ରଯାନ-୩’ ଅବତରଣ କରାଇବାରେ ସଫଳ ହୋଇଥିବାରୁ ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ରୂପେ ପାଳନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ‘ଇସ୍ରୋ’ ବୈଜ୍ଞାନିକମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ଗତ ଅଗଷ୍ଟ ୨୬ ତାରିଖରେ ଘୋଷଣା କରିଥିଲେ। ତେବେ ଆଜି ଏ ସମ୍ପର୍କରେ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଆପ୍ ନେତା ଲକି ଓବରଏଙ୍କୁ ଗୁଳି କରି ହତ୍ୟା; ସିସିଟିଭିରେ କଏଦ ହେଲା ଭୟଙ୍କର ଦୃଶ୍ୟ

ମହାକାଶ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଅଗଷ୍ଟ ୨୩ ଚନ୍ଦ୍ରପୃଷ୍ଠରେ ଭାରତ ‘ଚନ୍ଦ୍ରଯାନ-୩’ ଅବତରଣ କରାଇବାରେ ସଫଳ ହୋଇଥିଲା। ଚନ୍ଦ୍ରରେ ଅବତରଣ କରିଥିବା ଚତୁର୍ଥ ରାଷ୍ଟ୍ର ଏବଂ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିବାରେ ପ୍ରଥମ ଦେଶ ହୋଇଥିଲା ଭାରତ। ଏହି ଏତିହାସିକ ମିଶନର ଫଳାଫଳ ଆଗାମୀ ବର୍ଷ ପାଇଁ ମାନବଜାତି ପାଇଁ ଲାଭଦାୟକ ହେବ।” । ଏଣୁ ଏହାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୩ରେ ପାଳନ ହେବ ‘ଜାତୀୟ ମହାକାଶ ଦିବସ’।

ଆହୁରି ପଢ଼ନ୍ତୁ: ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୫ ଜିଲ୍ଲାରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ

ଭାରତର ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡି କରିଥିଲା। ଅଗଷ୍ଟ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ‘ଇସ୍ରୋ’ ବୈଜ୍ଞାନିକମାନଙ୍କୁ ଉଦ୍‌ବୋଧନ ଦେଇ ବଧେଇ ଜଣାଇବା ସହ ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ରୂପେ ପାଳନ କରାଯିବା ନେଇ କହିଥିଲେ। ଏଥି ସହିତ ‘ଚନ୍ଦ୍ରଯାନ-୩’ର ‘ମୁନ୍‌ ଲାଣ୍ଡର୍‌’ ଚନ୍ଦ୍ରପୃଷ୍ଠର ଯେଉଁ ସ୍ଥାନରେ ଅବତରଣ କରିଛି ସେ ସ୍ଥାନର ନାଁ ‘ଶିବଶକ୍ତି’, ‘ଚନ୍ଦ୍ରଯାନ-୨’ ଚନ୍ଦ୍ରପୃଷ୍ଠର ଯେଉଁସ୍ଥାନରେ ‘କ୍ରାସ୍‌-ଲ୍ୟାଣ୍ଡିଙ୍ଗ୍‌ କରିଥିଲା ସେ ସ୍ଥାନର ନାଁ ‘ତିରଙ୍ଗା’ ହେବ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଇତିହାସ ରଚିଲେ ଏଲନ ମସ୍କ: ମୋଟ ସମ୍ପତ୍ତି ୮୦୦ ବିଲିୟନ ଡଲାର ପାର୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp