ବଢୁଛି ଦିଦିଙ୍କ ଅଡୁଆ : ସିବିଆଇ ସ୍କାନରରେ ପୁତୁରା ଅଭିଷେକ

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଗଡରେ ଜଣେ ପରେ ଜଣେ ନେତା ଦଳ ବଦଳ ଜାରି ରଖିଥିବା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ଆଉ ଏକ ବଡ ଝଟକା । ଏଥର କୌଣସି ନେତା ଦଳ ଛାଡି ନାହାନ୍ତି, ବରଂ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ପଶି ନୋଟିସ ଧରାଇଛି ସିବିଆଇ । ଦିଦିଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀଙ୍କୁ ସିବିଆଇ ସମନ ଜାରି କରିଛି । ସିବିଆଇର ଏକ […]

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଗଡରେ ଜଣେ ପରେ ଜଣେ ନେତା ଦଳ ବଦଳ ଜାରି ରଖିଥିବା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ଆଉ ଏକ ବଡ ଝଟକା । ଏଥର କୌଣସି ନେତା ଦଳ ଛାଡି ନାହାନ୍ତି, ବରଂ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ପଶି ନୋଟିସ ଧରାଇଛି ସିବିଆଇ ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଗୃହିଣୀମାନେ 'ରାଷ୍ଟ୍ର ନିର୍ମାତା', ସେମାନଙ୍କ କାମର ମୂଲ୍ୟ ମାସିକ ସର୍ବନିମ୍ନ ୩୦,୦୦୦ ଟଙ୍କା

ଆହୁରି ପଢ଼ନ୍ତୁ: ଭାରତ ସହ ସୀମା ବିବାଦରେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କଲା ନେପାଳ: ଦ୍ୱିପାକ୍ଷିକ ଆଲୋଚନା ଉପରେ ଗୁରୁତ୍ୱ

ଦିଦିଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀଙ୍କୁ ସିବିଆଇ ସମନ ଜାରି କରିଛି । ସିବିଆଇର ଏକ ଟିମ କୋଇଲା ଦୁର୍ନୀତି ମାମଲାରେ ରବିବାର ଅଭିଷେକଙ୍କ ଘରେ ପହଞ୍ଚିଥିଲା । ତେବେ ପ୍ରଥମ ଥର ପାଇଁ ଏହି ମାମଲାରେ ଜେରା କରିବାକୁ ଟିଏମସି ସାଂସଦଙ୍କ ଘରକୁ ନୋଟିସ ପଠାଇଛି ସିବିଆଇ । ତେବେ ୨୪ ଘଣ୍ଟା ମଧ୍ୟରେ ଏହି ମାମଲାରେ ସିବିଆଇ ପକ୍ଷରୁ ପଚରାଉଚୁରା କରାଯିବ ।

ଆହୁରି ପଢ଼ନ୍ତୁ: ଓମାନ ଉପକୂଳରେ ଆମେରିକାର ଆକ୍ରମଣ: ତୈଳ ଟ୍ୟାଙ୍କର ଏମଟି ସେଟ୍ଟେବେଲୋର ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ, ଆମେରିକୀୟ କୂଟନୀତିଜ୍ଞଙ୍କୁ ଡାକିଲା ଭାରତ

ପୂର୍ବରୁ ମଧ୍ୟ ସିବିଆଇ ଅଭେଷକଙ୍କ ନିକଟତରଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଚଢାଉ କରିସାରିଛି । ୩୧ ଡିସେମ୍ବର ୨୦୨୦ରେ କୋଲକାତାରେ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ବିନୟ ମିଶ୍ରଙ୍କ ଘରେ ଚଢାଉ କରାଯାଇଥିଲା । ବିନୟ ମିଶ୍ର ଅଭିଷକଙ୍କ ବେଶ ନିକଟତର । ସିବିଆଇ ୨୦୨୦ ନଭେମ୍ବର ୨୮ରେ କୋଇଲା ଚୋରାଚାଲାଣ ମାମଲାକୁ ନେଇ ୩ ରାଜ୍ୟର ୪୦ରୁ ଅଧିକ ସ୍ଥାନରେ ରେଡ୍ କରିଥିଲା । ପଶ୍ଚିମବଙ୍ଗର କୋଲକାତା ସହ ଆସନସୋଲ୍, ଦୁର୍ଗାପୁର ଓ ରାଣୀଗଞ୍ଜ ଆଦି ଅଞ୍ଚଳରେ ରେଡ୍ ହୋଇଥିଲା।

21 Feb 2021 By The Sakala

ବଢୁଛି ଦିଦିଙ୍କ ଅଡୁଆ : ସିବିଆଇ ସ୍କାନରରେ ପୁତୁରା ଅଭିଷେକ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଗଡରେ ଜଣେ ପରେ ଜଣେ ନେତା ଦଳ ବଦଳ ଜାରି ରଖିଥିବା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ଆଉ ଏକ ବଡ ଝଟକା । ଏଥର କୌଣସି ନେତା ଦଳ ଛାଡି ନାହାନ୍ତି, ବରଂ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ପଶି ନୋଟିସ ଧରାଇଛି ସିବିଆଇ ।

ଦିଦିଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀଙ୍କୁ ସିବିଆଇ ସମନ ଜାରି କରିଛି । ସିବିଆଇର ଏକ ଟିମ କୋଇଲା ଦୁର୍ନୀତି ମାମଲାରେ ରବିବାର ଅଭିଷେକଙ୍କ ଘରେ ପହଞ୍ଚିଥିଲା । ତେବେ ପ୍ରଥମ ଥର ପାଇଁ ଏହି ମାମଲାରେ ଜେରା କରିବାକୁ ଟିଏମସି ସାଂସଦଙ୍କ ଘରକୁ ନୋଟିସ ପଠାଇଛି ସିବିଆଇ । ତେବେ ୨୪ ଘଣ୍ଟା ମଧ୍ୟରେ ଏହି ମାମଲାରେ ସିବିଆଇ ପକ୍ଷରୁ ପଚରାଉଚୁରା କରାଯିବ ।

ପୂର୍ବରୁ ମଧ୍ୟ ସିବିଆଇ ଅଭେଷକଙ୍କ ନିକଟତରଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଚଢାଉ କରିସାରିଛି । ୩୧ ଡିସେମ୍ବର ୨୦୨୦ରେ କୋଲକାତାରେ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ବିନୟ ମିଶ୍ରଙ୍କ ଘରେ ଚଢାଉ କରାଯାଇଥିଲା । ବିନୟ ମିଶ୍ର ଅଭିଷକଙ୍କ ବେଶ ନିକଟତର । ସିବିଆଇ ୨୦୨୦ ନଭେମ୍ବର ୨୮ରେ କୋଇଲା ଚୋରାଚାଲାଣ ମାମଲାକୁ ନେଇ ୩ ରାଜ୍ୟର ୪୦ରୁ ଅଧିକ ସ୍ଥାନରେ ରେଡ୍ କରିଥିଲା । ପଶ୍ଚିମବଙ୍ଗର କୋଲକାତା ସହ ଆସନସୋଲ୍, ଦୁର୍ଗାପୁର ଓ ରାଣୀଗଞ୍ଜ ଆଦି ଅଞ୍ଚଳରେ ରେଡ୍ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର