ବାର୍ଷିକ ୭୮ ଲକ୍ଷ ଦରମାରେ ବି ମିଳୁନାହାନ୍ତି ଡ୍ରାଇଭର

The Sakala Picture
Published On

ଲଣ୍ଡନ: ବ୍ରିଟେନରେ ବ୍ରେକଜିଟ୍‌କୁ ନେଇ ପୂର୍ବରୁ ସମସ୍ୟା ସୃଷ୍ଟି ହୋଇଥିଲା ବେଳେ ବିଗତ ଦେଢ ବର୍ଷ ଧରି କରୋନା ମହାମାରୀକୁ ନେଇ ସଙ୍କଟ ଲାଗି ରହିଛି। ତେବେ ଏହା ପରେ ଟ୍ରକ ଡ୍ରାଇଭରଙ୍କୁ ନେଇ ଆଉ ଏକ ସଙ୍କଟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦେଶରେ ଘୋର ଖାଦ୍ୟାଭାବ ଦେଖାଦେଇଛି। ପରିସ୍ଥିତି ଏଭଳି ହୋଇଛି ଯେ ଦେଶର ସୁପରମାର୍କେଟ ଗୁଡିକ ଖାଲି ପଡିଛି। ସେଠାରେ ମଧ୍ୟ ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇ ପାରୁନାହିଁ। ଏହାର ସବୁଠାରୁ ବଡ […]

ଲଣ୍ଡନ: ବ୍ରିଟେନରେ ବ୍ରେକଜିଟ୍‌କୁ ନେଇ ପୂର୍ବରୁ ସମସ୍ୟା ସୃଷ୍ଟି ହୋଇଥିଲା ବେଳେ ବିଗତ ଦେଢ ବର୍ଷ ଧରି କରୋନା ମହାମାରୀକୁ ନେଇ ସଙ୍କଟ ଲାଗି ରହିଛି। ତେବେ ଏହା ପରେ ଟ୍ରକ ଡ୍ରାଇଭରଙ୍କୁ ନେଇ ଆଉ ଏକ ସଙ୍କଟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦେଶରେ ଘୋର ଖାଦ୍ୟାଭାବ ଦେଖାଦେଇଛି। ପରିସ୍ଥିତି ଏଭଳି ହୋଇଛି ଯେ ଦେଶର ସୁପରମାର୍କେଟ ଗୁଡିକ ଖାଲି ପଡିଛି। ସେଠାରେ ମଧ୍ୟ ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇ ପାରୁନାହିଁ। ଏହାର ସବୁଠାରୁ ବଡ ପ୍ରଭାବ ପେଟ୍ରୋଲ ପମ୍ପ ଏବଂ ଗ୍ୟାସ ଷ୍ଟେସନ ଉପରେ ଅନୁଭୂତ ହୋଇଛି।
ଫଳରେ ବ୍ରିଟେନରେ ପେଟ୍ରୋଲ ପମ୍ପ ଏବଂ ଗ୍ୟାସ ଷ୍ଟେସନ ଧିରେ ଧିରେ ବନ୍ଦ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଦେଶରେ ଆଗକୁ ଖାଦ୍ୟ ସାମଗ୍ରୀ ମିଳିବ କି  ନାହିଁ ସେହି ଆଶଙ୍କାରେ ଲୋକେ ଘରେ ଜରୁରୀ ଖାଦ୍ୟ ସାମଗ୍ରୀ ମହଜୁଦ କରିବାରେ ଲାଗିଛନ୍ତି। ଲୋକଙ୍କର କହିବା କଥା ହେଲା ଆଗାମୀ ଦିନରେ ଏହି ଖାଦ୍ୟ ସଙ୍କଟ ଗମ୍ଭୀର ରୂପ ଧାରଣ କରିବ । ଏଭଳି ସ୍ଥିତିରେ ବ୍ରିଟେନ ସରକାର ଦେଶରେ ସୈନିକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଗାଡି ଚାଳନାରେ ଲଗାଇବାକୁ ଯୋଜନା କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ବ୍ରିଟେନରେ ବର୍ତ୍ତମାନ ଏକ ଲକ୍ଷ ଡ୍ରାଇଭରଙ୍କର ଅଭାବ ରହିଛି। ଏମାନଙ୍କ ସ୍ଥାନରେ ସରକାର ସୈନିକମାନଙ୍କୁ କାମରେ ଲଗାଇ ଜରୁରୀ ଖାଦ୍ୟ ସାମଗ୍ରୀ ଏବଂ ଇନ୍ଧନ ପରିବହନ କରାଇବେ। ଏ ସମ୍ବନ୍ଧରେ ବେରି ନାମକ ଜଣେ ଡ୍ରାଇଭରଙ୍କ କହିବା ହେଲା ବ୍ରିଟେନର ଅଧିକାଂଶ ଟ୍ରକ ଚାଳକ ୟୁରୋପୀୟ ରାଷ୍ଟ୍ରରୁ ଆସିଥାନ୍ତି । କିନ୍ତୁ ବ୍ରେକଜିଟ୍ ପରେ ସେମାନେ ଏବେ ନିଜ ଦେଶକୁ ଫେରି ଯାଇଛନ୍ତି । ଏହାର ପ୍ରଭାବ ଏବେ ଦେଶରେ ଅନୁଭୂତ ହେଉଛି । ବ୍ରିଟେନରେ କରୋନା ମହାମାରୀରେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ସଂକ୍ରମିତ ହୋଇଥିଲେ | ଏହା ପରେ କେତେକ ଡ୍ରାଇଭର ଚାକିରି ଛାଡି ପଳାଇ ଯାଇଛନ୍ତି। ଏ ସମ୍ପର୍କରେ ଫେଡେରେସନ ଅଫ ହୋଇସେନ ଡିଷ୍ଟ୍ରିବ୍ୟୁଟର୍ସର ମୁଖ୍ୟ କାର୍ଯ୍ୟକାରୀ ଜେମ୍ସ ବିଏଲବି କହିଛନ୍ତି ଯେ ଆଗାମୀ ଦିନରେ ଦେଶରେ ଦରଦାମ ବୃଦ୍ଧି ପାଇବ । ଏଭଳି ସ୍ଥିତିରେ ବ୍ରିଟେନରେ କମ୍ପାନୀଗୁଡିକ ବାର୍ଷିକ ୭୮ ଲକ୍ଷ ଟଙ୍କା(୬୩ ହଜାର ପାଉଣ୍ଡ) ଦରମା ଦେଲେ ମଧ୍ୟ ସେଠାରେ ଡ୍ରାଇଭର ମିଳୁନାହାନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp