ମନୋରଞ୍ଜନ
୩ ମିନିଟ୍ରେ ଭଙ୍ଗା ହାଡ଼ ଯୋଡ଼ିବ ‘ବୋନ୍ ଗ୍ଲୁ’
ବେଜିଂ: ଚୀନ୍ ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିଛି। ଭଙ୍ଗା ହାଡ଼ ଯୋଡ଼ିବା ପାଇଁ ବୈଜ୍ଞାନିକମାନେ ଫେବିକ୍ବିକ ଭଳି ଉପାଦାନ ପ୍ରସ୍ତୁତ କରିଛନ୍ତି। ଏହି ବୋନ୍ ଗ୍ଲୁ ତଥା ପ୍ରଲେପ ତିନି ମିନିଟରେ ଭଙ୍ଗା ହାଡ଼କୁ ଯୋଡ଼ି ଦେଉଛି। ଆଉ ହାଡ଼ ଯୋଡିବା ପାଇଁ ପ୍ଲାଷ୍ଟର କିମ୍ବା ମେଟାଲ ରଡ୍, ଫିଲର୍ସର ଆବଶ୍ୟକତା ପଡ଼ିବ ନାହିଁ। ସପ୍ତାହେ ପର୍ଯ୍ୟନ୍ତ ପ୍ଲାଷ୍ଟର ଲଗାଇ ରଖିବାକୁ ପଡ଼ିବନି। ଏହା ମାଧ୍ୟମରେ ଆପେ ଆପେ ହାଡ଼ ଯୋଡ଼ି ହୋଇଯିବ। ଚୀନ୍ ଗଣମାଧ୍ୟମ ଗ୍ଲୋବାଲ […]
ବେଜିଂ: ଚୀନ୍ ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିଛି। ଭଙ୍ଗା ହାଡ଼ ଯୋଡ଼ିବା ପାଇଁ ବୈଜ୍ଞାନିକମାନେ ଫେବିକ୍ବିକ ଭଳି ଉପାଦାନ ପ୍ରସ୍ତୁତ କରିଛନ୍ତି। ଏହି ବୋନ୍ ଗ୍ଲୁ ତଥା ପ୍ରଲେପ ତିନି ମିନିଟରେ ଭଙ୍ଗା ହାଡ଼କୁ ଯୋଡ଼ି ଦେଉଛି। ଆଉ ହାଡ଼ ଯୋଡିବା ପାଇଁ ପ୍ଲାଷ୍ଟର କିମ୍ବା ମେଟାଲ ରଡ୍, ଫିଲର୍ସର ଆବଶ୍ୟକତା ପଡ଼ିବ ନାହିଁ। ସପ୍ତାହେ ପର୍ଯ୍ୟନ୍ତ ପ୍ଲାଷ୍ଟର ଲଗାଇ ରଖିବାକୁ ପଡ଼ିବନି। ଏହା ମାଧ୍ୟମରେ ଆପେ ଆପେ ହାଡ଼ ଯୋଡ଼ି ହୋଇଯିବ। ଚୀନ୍ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ ଏହି ବୋନ୍ ଗ୍ଲୋରର ନାମ ‘ବୋନ-୨’ ରଖାଯାଇଛି। ଚୀନ୍ର ଝେଜିୟାଙ୍ଗ ୟୁନିଭର୍ସିଟି ସହ ଜଡ଼ିତ ସାର୍ ରନ୍ ରନ୍ ସା ହସ୍ପିଟାଲର ଡାକ୍ତରମାନେ ଏହାକୁ ପ୍ରସ୍ତୁତ କରିଛନ୍ତି। ହାଡ଼ ଡାକ୍ତର ଲିନ୍ ଏହି ଗବେଷଣାର ନେତୃତ୍ବ ନେଇଥିଲେ। ଶାମୁକାକୁ ଦେଖି ତାଙ୍କୁ ଏହି ଗ୍ଲୋ ପ୍ରସ୍ତୁତ କରିବା ପାଇଁ ପ୍ରେରଣା ମିଳିଥିଲା। ଜୋରରେ ଲହଡି ଆସିଲେ ମଧ୍ୟ ଶାମୁକା ପୋଲରେ ସେମିତି ଲାଖି ରହିଥାଏ। ଏହା ନିଜ ପାଦରୁ ଏକ ପ୍ରକାରର ପ୍ରଲେପ ବାହାର କରିଥାଏ। ଏହା ପଥର କିମ୍ବା ପୋଲ ସହ ଲାଖି ରହିଥାଏ। ଏଥିରେ ୧୦ ପ୍ରତିଶତ ପ୍ରୋଟିନ ଏବଂ ୯୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାଲିସିୟମ କାର୍ବୋନେଟ ଥାଏ। ଯେତେ ପାଣି ଢାଳିଲେ ବି ଏହା ଛାଡ଼େ ନାହିଁ। ଏହି ଜ୍ଞାନକୌଶଳର ନକଲ କରି ହାଡ଼ ଯୋଡ଼ିବା ପାଇଁ ଏହି ଗ୍ଲୋ ପ୍ରସ୍ତୁତ କରାଯାଇଛି। ଭଙ୍ଗା ହାଡ଼ରେ ଇଞ୍ଜେକ୍ସନ ମାଧ୍ୟମରେ ଏହି ଗ୍ଲୋ ଦିଆଯାଇଥାଏ। ଏହା ଭାଙ୍ଗି ଯାଇଥିବା ଅଂଶକୁ ମଝବୁତ କରି ରଖିଥାଏ। ଏହା ସବୁ ପ୍ରକାରର ଭଙ୍ଗା ହାଡ଼କୁ ଠିକ କରିପାରିବ। ଏହା ହାଡ଼ ଯୋଡିହେବା ପ୍ରକ୍ରିୟା ଆପେ ଆପେ ହୋଇଯାଇଥାଏ। ୧୫୦ ରୋଗୀଙ୍କ ଉପରେ ଏହାର ସଫଳ ପରୀକ୍ଷଣ କରାଯାଇଛି।