ବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାର

The Sakala Picture
Published On

ପାଟନା: ବିହାରରେ ଜାତିଗତ ଜନଗଣନା ରିପୋର୍ଟ ଜାରି । ରିପୋର୍ଟ ଅନୁଯାୟୀ, ବିହାରରେ ୬୦ ପ୍ରତିଶତରୁ ଅଧିକ ଓବିସି । ବିହାର ମୋଟ ଜଂନସଖ୍ୟାର ୬୩. ୧ ପ୍ରତିଶତ ଜନସଂଖ୍ୟା ପଛୁଆ ବର୍ଗ ଶ୍ରେଣୀର । ନିକଟରେ ଶେଷ ହୋଇଥିବା ଅନ୍ୟ ପଛୁଆ ବର୍ଗ ସର୍ବେକ୍ଷଣ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ବିହାରରେ ମୋଟ ଜନସଂଖ୍ୟାର ୩୬ ପ୍ରତିଶତ ହେଉଛନ୍ତି ଅତି ପଛୁଆ ବର୍ଗ ଶ୍ରେଣୀର । ମୋଟ ଜନସଂଖ୍ୟାର ୨୭.୧ ପ୍ରତିଶତ ହେଉଛନ୍ତି […]

ପାଟନା: ବିହାରରେ ଜାତିଗତ ଜନଗଣନା ରିପୋର୍ଟ ଜାରି । ରିପୋର୍ଟ ଅନୁଯାୟୀ, ବିହାରରେ ୬୦ ପ୍ରତିଶତରୁ ଅଧିକ ଓବିସି । ବିହାର ମୋଟ ଜଂନସଖ୍ୟାର ୬୩. ୧ ପ୍ରତିଶତ ଜନସଂଖ୍ୟା ପଛୁଆ ବର୍ଗ ଶ୍ରେଣୀର । ନିକଟରେ ଶେଷ ହୋଇଥିବା ଅନ୍ୟ ପଛୁଆ ବର୍ଗ ସର୍ବେକ୍ଷଣ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ବିହାରରେ ମୋଟ ଜନସଂଖ୍ୟାର ୩୬ ପ୍ରତିଶତ ହେଉଛନ୍ତି ଅତି ପଛୁଆ ବର୍ଗ ଶ୍ରେଣୀର । ମୋଟ ଜନସଂଖ୍ୟାର ୨୭.୧ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗ ଶ୍ରେଣୀର । ଏହି ଦୁଇ ବର୍ଗଙ୍କୁ ମିଶାଇଲେ ବିହାରରେ ମୋଟ ପଛୁଆ ବର୍ଗଙ୍କ ସଂଖ୍ୟା ୬୩.୧ ପ୍ରତିଶତ ରହିଛି । ଅନ୍ୟ ପଛୁଆ ବର୍ଗଙ୍କ ମଧ୍ୟରେ ଯାଦବ ସମ୍ପ୍ରଦାୟଙ୍କ ସଂଖ୍ୟା ସର୍ବାଧିକ ରହିଛି । ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଏହି ଯାଦବ ସମ୍ପ୍ରଦାୟର ।

ଆହୁରି ପଢ଼ନ୍ତୁ: ଜମ୍ମୁ: ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଉପରେ ଗୁଳିମାଡ଼, ୨୦ ବର୍ଷ ଧରି ହତ୍ୟା ଷଡ଼ଯନ୍ତ୍ର ରଚୁଥିଲା ଆକ୍ରମଣକାରୀ

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

ଅନ୍ୟ ପଛୁଆ ବର୍ଗଙ୍କ ମଧ୍ୟରେ ଯାଦବ ସଂପ୍ରଦାୟଙ୍କ ସଂଖ୍ୟା ୧୪. ୨୭ ପ୍ରତିଶତ । ବିହାରରେ ୧୯. ୭ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜାତି ଓ ୧. ୭ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜନଜାତି ବର୍ଗର। ସାଧାରଣ ବର୍ଗ ଜନସଂଖ୍ୟା ହେଉଛି ୧୫. ୫ ପ୍ରତିଶତ । ରାଜ୍ୟରେ ବ୍ରାହ୍ମଣ ୩.୬୫ ପ୍ରତିଶତ । ରାଜପୁତ (ଠାକୁର) ୩.୪୫ ପ୍ରତିଶତ ଅଛନ୍ତି । ସେହିପରି ସବୁଠୁ କମ୍ କାୟସ୍ଥ ସମ୍ପ୍ରଦାୟ ୦.୬୦ ପ୍ରତିଶତ ରହିଛନ୍ତି । ବିହାର ସରକାରଙ୍କ ପ୍ରଭାରୀ ମୁଖ୍ୟ ସଚିବ ବିବେକ କୁମାର ସିଂ ଜାତୀୟ ଗଣନା ଉପରେ ଏକ ପୁସ୍ତକ ଜାରି କରିଛନ୍ତି । ସେ କହିଛନ୍ତି ଯେ ବିହାରର ମୋଟ ଜନସଂଖ୍ୟା ୧୩ କୋଟି ୭ ଲକ୍ଷ ୨୫ ହଜାର ୩୧୦ ରହିଛି । ଏଥିରେ ୨ କୋଟି ୮୩ ଲକ୍ଷ ୪୪ ହଜାର ୧୬୦ ପରିବାର ରହିଛନ୍ତି ।

ଆହୁରି ପଢ଼ନ୍ତୁ: Stryker cyberattack: ଆମେରିକାର ମେଡିକାଲ୍ ଜାଏଣ୍ଟ 'ଷ୍ଟ୍ରାଇକର' ଉପରେ ସାଇବର ଆକ୍ରମଣ: ଇରାନ ହ୍ୟାକରଙ୍କ ହାତ ଥିବା ଦାବି

ବିହାରର ମୋଟ ଜନସଂଖ୍ୟାର ପ୍ରାୟ ୮୨ ପ୍ରତିଶତ ହିନ୍ଦୁ ଏବଂ ୧୭.୭ ପ୍ରତିଶତ ମୁସଲମାନ ରହିଛନ୍ତି । ବିହାରରେ ୨୦୧୧ରୁ ୨୦୨୨ ମଧ୍ୟରେ ହିନ୍ଦୁମାନଙ୍କ ଜନସଂଖ୍ୟା ହ୍ରାସ ପାଇଛି । ୨୦୧୧ର ଜନଗଣନା ଅନୁସାରେ ହିନ୍ଦୁ ଜନସଂଖ୍ୟା ୮୨.୭ ପ୍ରତିଶତ ଏବଂ ମୁସଲିମ ଜନସଂଖ୍ୟା ୧୬.୯ ପ୍ରତିଶତ ଥିଲା । ବର୍ତ୍ତମାନ ବିହାରରେ ହିନ୍ଦୁ ଜନସଂଖ୍ୟା ୧୦ କୋଟି ୭୧ ଲକ୍ଷ ୯୨ ହଜାର ୯୫୮ ରହିଛି । ସେହିପରି ମୁସଲିମ ଜନସଂଖ୍ୟା ୨ କୋଟି ୩୧ ଲକ୍ଷ ୪୯ ହଜାର ୯୨୫ ରହିଛି । ୨୦୧୧ ଜନଗଣନା ଅନୁସାରେ ବିହାରରେ ହିନ୍ଦୁ ଜନସଂଖ୍ୟା ୮ କୋଟି ୬୦ ଲକ୍ଷ ୭୮ ହଜାର ୬୮୬ ଥିଲା । ସେହିପରି ମୁସଲିମ ଜନସଂଖ୍ୟା ୧ କୋଟି ୭୫ ଲକ୍ଷ ୫୭ ହଜାର ୮୦୯ ଥିଲା ।

ବିହାରର ଜନସଂଖ୍ୟାରେ ସବୁଠୁ ଅଧିକ ଅତ୍ୟନ୍ତ ପଛୁଆ ବର୍ଗ ୩୬ପ୍ରତିଶତ ରହିଛନ୍ତି । ସେମାନଙ୍କୁ ଚାକିରି କ୍ଷେତ୍ରରେ ବର୍ତ୍ତମାନ ୧୮ ପ୍ରତିଶତ ସଂରକ୍ଷଣ ଦିଆଯାଉଛି । ୨୭ ପ୍ରତିଶତ ଓବିସିଙ୍କ ପାଇଁ ୧୨ ପ୍ରତିଶତ ସଂରକ୍ଷଣ ଦିଆଯାଉଛି । ବର୍ତ୍ତମାନ ସମୟରେ ବିହାରରେ ଇବିସି ଏବଂ ଓବିସିକୁ ମିଶାଇ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏଥିରେ ୧୮ ପ୍ରତିଶତ ଇବିସିଙ୍କୁ ଏବଂ ୧୨ ପ୍ରତିଶତ ଓବିସିଙ୍କୁ ସଂରକ୍ଷଣ ମିଳୁଛି । ଏବେ ଜାତି ଆଧାରିତ ଗଣନା ମୁତାବିକ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୬୩ ପ୍ରତିଶତ ହୋଇଯାଇଛି ।

ବିହାର ବାହାରେ ରହୁଥିବା ଲୋକଙ୍କ ସଂଖ୍ୟା ୫୩ ଲକ୍ଷ ୭୨ ହଜାର ୨୨ ରହିଛି । ବିହାରରେ ବର୍ତ୍ତମାନ ରହୁଥିବା ଲୋକଙ୍କ ମୋଟ ଜନସଂଖ୍ୟା ୧୨ କୋଟି ୫୩ ଲକ୍ଷ ୫୩ ହଜାର ୨୮୮ ଅଟେ । ଏଥିରେ ପୁରୁଷଙ୍କ ସଂଖ୍ୟା ୬ କୋଟି ୪୧ ଲକ୍ଷ ୩୧ ହଜାର ୯୯୦ ଅଟେ । ସେହିପରି ମହିଳାଙ୍କ ସଂଖ୍ୟା ୬ କୋଟି ୧୧ ଲକ୍ଷ ୩୮ ହଜାର ୪୬୦ ଅଟେ । ଅନ୍ୟଙ୍କ ସଂଖ୍ୟା ୮୨ ହଜାର ୮୩୬ ରହିଛି । ଜନଗଣନା ଅନୁସାରେ ୧୦୦୦ପୁରୁଷରେ ୯୫୩ ମହିଳା ଅଛନ୍ତି ।

02 Oct 2023 By The Sakala

ବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାର

ପାଟନା: ବିହାରରେ ଜାତିଗତ ଜନଗଣନା ରିପୋର୍ଟ ଜାରି । ରିପୋର୍ଟ ଅନୁଯାୟୀ, ବିହାରରେ ୬୦ ପ୍ରତିଶତରୁ ଅଧିକ ଓବିସି । ବିହାର ମୋଟ ଜଂନସଖ୍ୟାର ୬୩. ୧ ପ୍ରତିଶତ ଜନସଂଖ୍ୟା ପଛୁଆ ବର୍ଗ ଶ୍ରେଣୀର । ନିକଟରେ ଶେଷ ହୋଇଥିବା ଅନ୍ୟ ପଛୁଆ ବର୍ଗ ସର୍ବେକ୍ଷଣ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ବିହାରରେ ମୋଟ ଜନସଂଖ୍ୟାର ୩୬ ପ୍ରତିଶତ ହେଉଛନ୍ତି ଅତି ପଛୁଆ ବର୍ଗ ଶ୍ରେଣୀର । ମୋଟ ଜନସଂଖ୍ୟାର ୨୭.୧ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗ ଶ୍ରେଣୀର । ଏହି ଦୁଇ ବର୍ଗଙ୍କୁ ମିଶାଇଲେ ବିହାରରେ ମୋଟ ପଛୁଆ ବର୍ଗଙ୍କ ସଂଖ୍ୟା ୬୩.୧ ପ୍ରତିଶତ ରହିଛି । ଅନ୍ୟ ପଛୁଆ ବର୍ଗଙ୍କ ମଧ୍ୟରେ ଯାଦବ ସମ୍ପ୍ରଦାୟଙ୍କ ସଂଖ୍ୟା ସର୍ବାଧିକ ରହିଛି । ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଏହି ଯାଦବ ସମ୍ପ୍ରଦାୟର ।

ଅନ୍ୟ ପଛୁଆ ବର୍ଗଙ୍କ ମଧ୍ୟରେ ଯାଦବ ସଂପ୍ରଦାୟଙ୍କ ସଂଖ୍ୟା ୧୪. ୨୭ ପ୍ରତିଶତ । ବିହାରରେ ୧୯. ୭ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜାତି ଓ ୧. ୭ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜନଜାତି ବର୍ଗର। ସାଧାରଣ ବର୍ଗ ଜନସଂଖ୍ୟା ହେଉଛି ୧୫. ୫ ପ୍ରତିଶତ । ରାଜ୍ୟରେ ବ୍ରାହ୍ମଣ ୩.୬୫ ପ୍ରତିଶତ । ରାଜପୁତ (ଠାକୁର) ୩.୪୫ ପ୍ରତିଶତ ଅଛନ୍ତି । ସେହିପରି ସବୁଠୁ କମ୍ କାୟସ୍ଥ ସମ୍ପ୍ରଦାୟ ୦.୬୦ ପ୍ରତିଶତ ରହିଛନ୍ତି । ବିହାର ସରକାରଙ୍କ ପ୍ରଭାରୀ ମୁଖ୍ୟ ସଚିବ ବିବେକ କୁମାର ସିଂ ଜାତୀୟ ଗଣନା ଉପରେ ଏକ ପୁସ୍ତକ ଜାରି କରିଛନ୍ତି । ସେ କହିଛନ୍ତି ଯେ ବିହାରର ମୋଟ ଜନସଂଖ୍ୟା ୧୩ କୋଟି ୭ ଲକ୍ଷ ୨୫ ହଜାର ୩୧୦ ରହିଛି । ଏଥିରେ ୨ କୋଟି ୮୩ ଲକ୍ଷ ୪୪ ହଜାର ୧୬୦ ପରିବାର ରହିଛନ୍ତି ।

ବିହାରର ମୋଟ ଜନସଂଖ୍ୟାର ପ୍ରାୟ ୮୨ ପ୍ରତିଶତ ହିନ୍ଦୁ ଏବଂ ୧୭.୭ ପ୍ରତିଶତ ମୁସଲମାନ ରହିଛନ୍ତି । ବିହାରରେ ୨୦୧୧ରୁ ୨୦୨୨ ମଧ୍ୟରେ ହିନ୍ଦୁମାନଙ୍କ ଜନସଂଖ୍ୟା ହ୍ରାସ ପାଇଛି । ୨୦୧୧ର ଜନଗଣନା ଅନୁସାରେ ହିନ୍ଦୁ ଜନସଂଖ୍ୟା ୮୨.୭ ପ୍ରତିଶତ ଏବଂ ମୁସଲିମ ଜନସଂଖ୍ୟା ୧୬.୯ ପ୍ରତିଶତ ଥିଲା । ବର୍ତ୍ତମାନ ବିହାରରେ ହିନ୍ଦୁ ଜନସଂଖ୍ୟା ୧୦ କୋଟି ୭୧ ଲକ୍ଷ ୯୨ ହଜାର ୯୫୮ ରହିଛି । ସେହିପରି ମୁସଲିମ ଜନସଂଖ୍ୟା ୨ କୋଟି ୩୧ ଲକ୍ଷ ୪୯ ହଜାର ୯୨୫ ରହିଛି । ୨୦୧୧ ଜନଗଣନା ଅନୁସାରେ ବିହାରରେ ହିନ୍ଦୁ ଜନସଂଖ୍ୟା ୮ କୋଟି ୬୦ ଲକ୍ଷ ୭୮ ହଜାର ୬୮୬ ଥିଲା । ସେହିପରି ମୁସଲିମ ଜନସଂଖ୍ୟା ୧ କୋଟି ୭୫ ଲକ୍ଷ ୫୭ ହଜାର ୮୦୯ ଥିଲା ।

ବିହାରର ଜନସଂଖ୍ୟାରେ ସବୁଠୁ ଅଧିକ ଅତ୍ୟନ୍ତ ପଛୁଆ ବର୍ଗ ୩୬ପ୍ରତିଶତ ରହିଛନ୍ତି । ସେମାନଙ୍କୁ ଚାକିରି କ୍ଷେତ୍ରରେ ବର୍ତ୍ତମାନ ୧୮ ପ୍ରତିଶତ ସଂରକ୍ଷଣ ଦିଆଯାଉଛି । ୨୭ ପ୍ରତିଶତ ଓବିସିଙ୍କ ପାଇଁ ୧୨ ପ୍ରତିଶତ ସଂରକ୍ଷଣ ଦିଆଯାଉଛି । ବର୍ତ୍ତମାନ ସମୟରେ ବିହାରରେ ଇବିସି ଏବଂ ଓବିସିକୁ ମିଶାଇ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏଥିରେ ୧୮ ପ୍ରତିଶତ ଇବିସିଙ୍କୁ ଏବଂ ୧୨ ପ୍ରତିଶତ ଓବିସିଙ୍କୁ ସଂରକ୍ଷଣ ମିଳୁଛି । ଏବେ ଜାତି ଆଧାରିତ ଗଣନା ମୁତାବିକ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୬୩ ପ୍ରତିଶତ ହୋଇଯାଇଛି ।

ବିହାର ବାହାରେ ରହୁଥିବା ଲୋକଙ୍କ ସଂଖ୍ୟା ୫୩ ଲକ୍ଷ ୭୨ ହଜାର ୨୨ ରହିଛି । ବିହାରରେ ବର୍ତ୍ତମାନ ରହୁଥିବା ଲୋକଙ୍କ ମୋଟ ଜନସଂଖ୍ୟା ୧୨ କୋଟି ୫୩ ଲକ୍ଷ ୫୩ ହଜାର ୨୮୮ ଅଟେ । ଏଥିରେ ପୁରୁଷଙ୍କ ସଂଖ୍ୟା ୬ କୋଟି ୪୧ ଲକ୍ଷ ୩୧ ହଜାର ୯୯୦ ଅଟେ । ସେହିପରି ମହିଳାଙ୍କ ସଂଖ୍ୟା ୬ କୋଟି ୧୧ ଲକ୍ଷ ୩୮ ହଜାର ୪୬୦ ଅଟେ । ଅନ୍ୟଙ୍କ ସଂଖ୍ୟା ୮୨ ହଜାର ୮୩୬ ରହିଛି । ଜନଗଣନା ଅନୁସାରେ ୧୦୦୦ପୁରୁଷରେ ୯୫୩ ମହିଳା ଅଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର