ପଞ୍ଜାବ କଂଗ୍ରେସରେ ପୁଣି ହେବ ବଡ ପରିବର୍ତ୍ତନ : ହରିଶ ରାୱତଙ୍କ ସ୍ଥାନ ନେଇ ପାରନ୍ତି ହରିଶ ଚୌଧୁରୀ

The Sakala Picture
Published On

ଚଣ୍ଡୀଗଡ଼ : ପଞ୍ଜାବରେ କଂଗ୍ରେସ ନେତାଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଦଳୀୟ ସଂଗଠନରେ ଏକ ବଡ ପରିବର୍ତ୍ତନ ଆଣିବାକୁ ଶୀର୍ଷ ନେତୃତ୍ୱ ପ୍ରସ୍ତୁତି କରୁଛନ୍ତି । ରାଜ୍ୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀ ବଦଳାଇବା ପରେ ପଞ୍ଜାବ କଂଗ୍ରେସରେ ରାଜ୍ୟ ପ୍ରଭାରୀ ମଧ୍ୟ ବଦଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସୂତ୍ରରୁ ପ୍ରକାଶ ଯେ ହରିଶ ଚୌଧୁରୀଙ୍କୁ ହରିଶ ରାୱତଙ୍କ ସ୍ଥାନରେ ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ନିଯୁକ୍ତ କରାଯାଇପାରେ । ରାଜସ୍ଥାନର ଅଶୋକ ଗେହଲଟ୍ ସରକାରରେ ହରିଶ […]

ଚଣ୍ଡୀଗଡ଼ : ପଞ୍ଜାବରେ କଂଗ୍ରେସ ନେତାଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଦଳୀୟ ସଂଗଠନରେ ଏକ ବଡ ପରିବର୍ତ୍ତନ ଆଣିବାକୁ ଶୀର୍ଷ ନେତୃତ୍ୱ ପ୍ରସ୍ତୁତି କରୁଛନ୍ତି । ରାଜ୍ୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀ ବଦଳାଇବା ପରେ ପଞ୍ଜାବ କଂଗ୍ରେସରେ ରାଜ୍ୟ ପ୍ରଭାରୀ ମଧ୍ୟ ବଦଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସୂତ୍ରରୁ ପ୍ରକାଶ ଯେ ହରିଶ ଚୌଧୁରୀଙ୍କୁ ହରିଶ ରାୱତଙ୍କ ସ୍ଥାନରେ ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ନିଯୁକ୍ତ କରାଯାଇପାରେ । ରାଜସ୍ଥାନର ଅଶୋକ ଗେହଲଟ୍ ସରକାରରେ ହରିଶ ଚୌଧୁରୀ ରାଜସ୍ୱ ମନ୍ତ୍ରୀ ଅଟନ୍ତି ଏବଂ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଜଣାଶୁଣା ।

ଆହୁରି ପଢ଼ନ୍ତୁ: ସିଇସିଙ୍କୁ ନିଲମ୍ବିତ କଲେ ନିର୍ବାଚନ କିଏ କରିବ? ଆବେଦନ ଖାରଜ କରି କେନ୍ଦ୍ରକୁ ନୋଟିସ୍ ପଠାଇଲେ ସୁପ୍ରିମକୋର୍ଟ

ନିକଟ ଅତୀତରେ ପଞ୍ଜାବରେ ହୋଇଥିବା ନେତୃତ୍ବ ପରିବର୍ତ୍ତନ ସମୟରେ ହରିଶ ଚୌଧୁରୀଙ୍କୁ କଂଗ୍ରେସ ହାଇକମାଣ୍ଡ୍‌ ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତ କରିଥିଲେ। ସେତେବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଇସ୍ତଫା ଦେବା ସହ ଚରଣଜୀତ୍‌ ସିଂହ ଚନ୍ନୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଅନ୍ୟପଟେ ସିଦ୍ଧୁ ଓ ଚନ୍ନିଙ୍କ ମଧ୍ୟରେ ହୋଇଥିବା ବୈଠକ ବେଳେ ହରିଶ ଚୌଧୁରୀ ଉପସ୍ଥିତ ଥିଲେ। ଏହି ସମୟରେ ଚନ୍ନିଙ୍କ ସମେତ ଚୌଧୁରୀ ମଧ୍ୟ ସିଦ୍ଧୁଙ୍କୁ ନିଜ ଇସ୍ତଫାପତ୍ର ଫେରାଇ ନେବାକୁ ବୁଝାଇଥିଲେ। ସିଦ୍ଧୁ ନିଜର ଦାବି ଉପସ୍ଥାପନ କରିବା ବେଳେ ଚୌଧୁରୀ ଓ ଚନ୍ନି ସବୁକିଛିର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ରାଜନୈତିକ କନ୍ଦଳ ସମୟରେ ରାହୁଲ ଗାନ୍ଧୀ ଏବଂ ପଞ୍ଜାବ କଂଗ୍ରେସ ନେତାଙ୍କ ମଧ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ହରିଶ ଚୌଧୁରୀଙ୍କୁ ପଞ୍ଜାବ ପ୍ରଭାରୀ ଦାୟିତ୍ୱ ମିଳିପାରେ ।

ଆହୁରି ପଢ଼ନ୍ତୁ: ପାଟନାରୁ ଲକ୍ଷ୍ନୌ ଯାଉଥିବା ଇଣ୍ଡିଗୋ ବିମାନରେ ବଜ୍ରପାତ: ମଝି ଆକାଶରେ ନୋଜ୍ କ୍ଷତିଗ୍ରସ୍ତ, ସୁରକ୍ଷିତ ଅଛନ୍ତି ୧୦୪ ଯାତ୍ରୀ

ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା କଳିକୁ ଚୌଧୁରୀ କିଛି ମାତ୍ରାରେ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇଥିବାରୁ ତାଙ୍କୁ ହରିଶ ରାୱତଙ୍କ ବଦଳରେ ତାଙ୍କୁ ଇନଚାର୍ଜ କରିବାକୁ ଯୋଜନା ହେଉଛି। ଅନ୍ୟପକ୍ଷରେ ହରିଶ ରାୱତ ଓ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ମଧ୍ୟରେ ବାକଯୁଦ୍ଧ ଦେଖିବାକୁ ମିଳିଛି। ରାୱତ ଇସ୍ତଫା ଦେଇଥିବା ଅମରିନ୍ଦର ସିଂହଙ୍କୁ ନିଜର ପ୍ରତିଶ୍ରୁତି ପୂରଣ କରି ନଥିବାରୁ ସମାଲୋଚନା କରିଥିଲେ। ଏଥିସହ କଂଗ୍ରେସରେ ସେ ହଇରାଣ ହେଉଥିବା ନେଇ ସେ ଯେଉଁ ଦାବି କରିଥିଲେ, ତା’କୁ ମଧ୍ୟ ହରିଶ ରାୱତ ଖଣ୍ଡନ କରିଥିଲେ।

ଆହୁରି ପଢ଼ନ୍ତୁ: ହୁଥିଙ୍କ ବିରୋଧରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍: ଆମେରିକା ମନା କରିବାରୁ ସାହାରା ସାଜିଲା ଚୀନ୍ ଫାଇଟର୍ ଜେଟ୍

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର