ଆମେରିକାରୁ ଭାରତ ଆସିଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋୟୀ

Madhusudan Das Picture
Published On

ନୂଆଦିଲ୍ଲୀ: ଆମେରିକାରୁ ଭାରତ ଆସିଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋୟୀ । ଅନମୋଲକୁ ଆମେରିକାରୁ ଭାରତ ଆଣିଲା ଏନଆଇଏ । ଅନମୋଲ ବିଷ୍ଣୋଇକୁ ପ୍ରତ୍ୟର୍ପଣ କରିଛି ଆମେରିକା । ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସର ଭାଇ ଅନମୋଲକୁ ବହିଷ୍କାର କରିଥିଲା ଆମେରିକା। ଦିଲ୍ଲୀରେ ପହଞ୍ଚିବା ପରେ ତାକୁ ବିଧିବଦ୍ଧ ଗିରଫ କରିଛି ଏନଆଇଏ। ପରେ ତାକୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ବାବା ସିଦ୍ଦିକୀ ମର୍ଡର, ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା, ବଲିଉଡ ଅଭିନେତା ସଲମାନ ଖାଁଙ୍କ ବାସଭବନ ସମ୍ମୁଖରେ ଗୁଳିମାଡ ଘଟଣାରେ ଭାରତ ପକ୍ଷରୁ ୱାଣ୍ଟେଡ ଥିଲା ଅନମୋଲ। ଗତବର୍ଷ ନଭେମ୍ବରରେ ଆମେରିକାରେ ଗିରଫ ହୋଇଥିଲା ଅନମୋଲ। ପରେ ଭାରତ ପକ୍ଷରୁ ଆରମ୍ଭ ହୋଇଥିଲା ପ୍ରତ୍ୟର୍ପଣ ପ୍ରକ୍ରିୟା।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁରେ ବେଆଇନ ପଥର କ୍ୱାରୀ ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ, ୫ ଜଣଙ୍କ ନାମରେ ମାମଲା

ତା ନାମରେ ଜାରି ହୋଇଥିଲା ରେଡ କର୍ଣ୍ଣର ନୋଟିସ। ତା ନାମରେ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଅନମୋଲ ନାମରେ ୧୮ଟି ମାମଲା ରହିଛି। ଗତ ବର୍ଷ ଅକ୍ଟୋବର ୧୨ରେ ମୁମ୍ବାଇର ନୀଲମନଗର ଇଲାକାରେ ପୁଅ ଜିସାନ ସିଦ୍ଦିକୀଙ୍କ ଘର ସମ୍ମୁଖରେ ବାବା ସିଦ୍ଦିକୀଙ୍କୁ ହତ୍ୟା କରିଥିଲେ ୩ ଦୁର୍ବୃତ୍ତ। ବାବା ସିଦ୍ଦିକୀଙ୍କୁ ଶିବ କୁମାର ଗୌତମ ୬ ରାଉଣ୍ଡ ଫାୟାର କରିଥିବାବେଳେ ସେଥିରୁ ୩ ଟି ଗୁଳି ସିଦ୍ଦିକୀଙ୍କ ଶରୀର ଭେଦ କରିଥିଲା। ଶିବକୁମାରକୁ ସହଯୋଗ କରିଥିଲେ ହରିଆଣାର ଗୁରୁମେଲ ସିଂ ଓ ଉତ୍ତରପ୍ରଦେଶର ଧର୍ମରାଜ କାଶ୍ୟପ। ଏହି ଘଟଣାରେ ଶିବକୁ ଧରିଥିଲା ମୁମ୍ବାଇ କ୍ରାଇମ ବ୍ରାଞ୍ଚ। ବର୍ତ୍ତମାନ ବିଷ୍ଣୋଇ କ୍ରାଇମ ସିଣ୍ଡିକେଟର ମୁଖ୍ୟ ଲରେନ୍ସ ବିଷ୍ଣୋଇ ଅହମ୍ମଦାବାଦ ସାବରମତୀ ସେଣ୍ଟ୍ରାଲ ଜେଲରେ ରହିଛି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: ୧୧ ଶିଶୁଙ୍କ ସମେତ ୧୩ ମୃତ, ତାଲିବାନର ଚେତାବନୀ

19 Nov 2025 By Madhusudan Das

ଆମେରିକାରୁ ଭାରତ ଆସିଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋୟୀ

ନୂଆଦିଲ୍ଲୀ: ଆମେରିକାରୁ ଭାରତ ଆସିଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋୟୀ । ଅନମୋଲକୁ ଆମେରିକାରୁ ଭାରତ ଆଣିଲା ଏନଆଇଏ । ଅନମୋଲ ବିଷ୍ଣୋଇକୁ ପ୍ରତ୍ୟର୍ପଣ କରିଛି ଆମେରିକା । ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସର ଭାଇ ଅନମୋଲକୁ ବହିଷ୍କାର କରିଥିଲା ଆମେରିକା। ଦିଲ୍ଲୀରେ ପହଞ୍ଚିବା ପରେ ତାକୁ ବିଧିବଦ୍ଧ ଗିରଫ କରିଛି ଏନଆଇଏ। ପରେ ତାକୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ବାବା ସିଦ୍ଦିକୀ ମର୍ଡର, ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା, ବଲିଉଡ ଅଭିନେତା ସଲମାନ ଖାଁଙ୍କ ବାସଭବନ ସମ୍ମୁଖରେ ଗୁଳିମାଡ ଘଟଣାରେ ଭାରତ ପକ୍ଷରୁ ୱାଣ୍ଟେଡ ଥିଲା ଅନମୋଲ। ଗତବର୍ଷ ନଭେମ୍ବରରେ ଆମେରିକାରେ ଗିରଫ ହୋଇଥିଲା ଅନମୋଲ। ପରେ ଭାରତ ପକ୍ଷରୁ ଆରମ୍ଭ ହୋଇଥିଲା ପ୍ରତ୍ୟର୍ପଣ ପ୍ରକ୍ରିୟା।

ତା ନାମରେ ଜାରି ହୋଇଥିଲା ରେଡ କର୍ଣ୍ଣର ନୋଟିସ। ତା ନାମରେ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଅନମୋଲ ନାମରେ ୧୮ଟି ମାମଲା ରହିଛି। ଗତ ବର୍ଷ ଅକ୍ଟୋବର ୧୨ରେ ମୁମ୍ବାଇର ନୀଲମନଗର ଇଲାକାରେ ପୁଅ ଜିସାନ ସିଦ୍ଦିକୀଙ୍କ ଘର ସମ୍ମୁଖରେ ବାବା ସିଦ୍ଦିକୀଙ୍କୁ ହତ୍ୟା କରିଥିଲେ ୩ ଦୁର୍ବୃତ୍ତ। ବାବା ସିଦ୍ଦିକୀଙ୍କୁ ଶିବ କୁମାର ଗୌତମ ୬ ରାଉଣ୍ଡ ଫାୟାର କରିଥିବାବେଳେ ସେଥିରୁ ୩ ଟି ଗୁଳି ସିଦ୍ଦିକୀଙ୍କ ଶରୀର ଭେଦ କରିଥିଲା। ଶିବକୁମାରକୁ ସହଯୋଗ କରିଥିଲେ ହରିଆଣାର ଗୁରୁମେଲ ସିଂ ଓ ଉତ୍ତରପ୍ରଦେଶର ଧର୍ମରାଜ କାଶ୍ୟପ। ଏହି ଘଟଣାରେ ଶିବକୁ ଧରିଥିଲା ମୁମ୍ବାଇ କ୍ରାଇମ ବ୍ରାଞ୍ଚ। ବର୍ତ୍ତମାନ ବିଷ୍ଣୋଇ କ୍ରାଇମ ସିଣ୍ଡିକେଟର ମୁଖ୍ୟ ଲରେନ୍ସ ବିଷ୍ଣୋଇ ଅହମ୍ମଦାବାଦ ସାବରମତୀ ସେଣ୍ଟ୍ରାଲ ଜେଲରେ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର