ରୁଷ-ୟୁକ୍ରେନ୍‌ ମହାଯୁଦ୍ଧ: ନ୍ୟୁକ୍ଲିୟର ପ୍ଲାଣ୍ଟରେ ଲାଗିଲା ନିଆଁ, ବିସ୍ଫୋରଣ ହେଲେ ହେବ ଭୟଙ୍କର

The Sakala Picture
Published On

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧ ଇତିମଧ୍ୟରେ ନବମ ଦିନରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ଘଟିବା ସହିତ ୟୁକ୍ରେନର ଅଧିକାଂଶ ଅଞ୍ଚଳ ଏବେ ଭଗ୍ନସ୍ତୁପରେ ପରିଣତ ହୋଇଛି। ଏହାରି ମଧ୍ଯରେ ଋଷର ସାମରିକ ଆକ୍ରମଣ ହେତୁ ୟୁକ୍ରେନର ଜାପୋରିଜିଆ ଆଣବିକ ଶକ୍ତି କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଦିମିତ୍ରୀ କୁଲେବା ଟ୍ୱିଟ୍ କରି କହିଛନ୍ତି ଯେ ଋଷର ସୈନ୍ୟବାହିନୀ ୟୁରୋପର ବୃହତ୍ତମ ଆଣବିକ ଶକ୍ତି […]

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧ ଇତିମଧ୍ୟରେ ନବମ ଦିନରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ଘଟିବା ସହିତ ୟୁକ୍ରେନର ଅଧିକାଂଶ ଅଞ୍ଚଳ ଏବେ ଭଗ୍ନସ୍ତୁପରେ ପରିଣତ ହୋଇଛି। ଏହାରି ମଧ୍ଯରେ ଋଷର ସାମରିକ ଆକ୍ରମଣ ହେତୁ ୟୁକ୍ରେନର ଜାପୋରିଜିଆ ଆଣବିକ ଶକ୍ତି କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଦିମିତ୍ରୀ କୁଲେବା ଟ୍ୱିଟ୍ କରି କହିଛନ୍ତି ଯେ ଋଷର ସୈନ୍ୟବାହିନୀ ୟୁରୋପର ବୃହତ୍ତମ ଆଣବିକ ଶକ୍ତି କେନ୍ଦ୍ର ଜାପୋରିଜିଆ ଏନପିପି ଉପରେ ସବୁ ଦିଗରୁ ଗୁଳି ଚଳାଉଛନ୍ତି । ଯଦି ଏହା ବିସ୍ଫୋରଣ ହୁଏ, ଏହା ଚେର୍ନୋବାଇଲ୍ ଠାରୁ ୧୦ ଗୁଣ ଅଧିକ ଭୟଙ୍କର ହେବ।  ତେବେ ନିଆଁ ଲିଭା ସରିଥିବା ସୂଚନା ମିଳିଛି।  ଏଥି ସହିତ, କଳିଭ ସ୍ୱାଧୀନତା ରିପୋର୍ଟ ଅନୁଯାୟୀ, ଓଡେସା, ବିଲା ସର୍ସ୍କା ଏବଂ ଭୋଲିନ୍ ଓବ୍ଲାଷ୍ଟରେ ଏୟାର ରେଡ୍ ଆଲର୍ଟ ଜାରି କରାଯାଇଛି । ଏଠାରେ ରହୁଥିବା ଲୋକଙ୍କୁ ନିକଟସ୍ଥ ଏକ ଆଶ୍ରୟସ୍ଥଳକୁ ଯିବାକୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

ଖବର ଅନୁଯାୟୀ, ରୁଷିଆରେ ଜଣେ ମେଜର ଜେନେରାଲ ପଦବୀ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୯ ହଜାର ରୁଷ ସୈନିକଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ ଦାବି କରିଛି। ଏହାସତ୍ତ୍ବେ ଯୁଦ୍ଧ ବିରାମ ନେଇ ଉଭୟ ପକ୍ଷ ମଧ୍ୟରେ କୌଣସି ବୁଝାମଣା ସମ୍ଭବ ହୋଇ ନାହିଁ; ବରଂ ରୁଷ ଏବଂ ୟୁକ୍ରେନ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ୟୁକ୍ରେନକୁ ବାଟକୁ ଆଣିବୁ ବୋଲି ରୁଷ କହିଥିବା ବେଳେ ନିଜ ଦେଶକୁ ରକ୍ଷା କରିବା ନେଇ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ୟୁକ୍ରେନ ସେନା ଏଣିକି ରକ୍ଷାତ୍ମକ ହେବା ପରିବର୍ତ୍ତେ ଆହୁରି ଆକ୍ରାମକ ହେବ ବୋଲି କହିଛି। ଫଳରେ ଆଗକୁ ସ୍ଥିତି ଆହୁରି ଜଟିଳ ଆକାର ଧାରଣ କରିବା ନେଇ ଆଶଙ୍କା ବଢିଛି।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

04 Mar 2022 By The Sakala

ରୁଷ-ୟୁକ୍ରେନ୍‌ ମହାଯୁଦ୍ଧ: ନ୍ୟୁକ୍ଲିୟର ପ୍ଲାଣ୍ଟରେ ଲାଗିଲା ନିଆଁ, ବିସ୍ଫୋରଣ ହେଲେ ହେବ ଭୟଙ୍କର

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧ ଇତିମଧ୍ୟରେ ନବମ ଦିନରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ଘଟିବା ସହିତ ୟୁକ୍ରେନର ଅଧିକାଂଶ ଅଞ୍ଚଳ ଏବେ ଭଗ୍ନସ୍ତୁପରେ ପରିଣତ ହୋଇଛି। ଏହାରି ମଧ୍ଯରେ ଋଷର ସାମରିକ ଆକ୍ରମଣ ହେତୁ ୟୁକ୍ରେନର ଜାପୋରିଜିଆ ଆଣବିକ ଶକ୍ତି କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଦିମିତ୍ରୀ କୁଲେବା ଟ୍ୱିଟ୍ କରି କହିଛନ୍ତି ଯେ ଋଷର ସୈନ୍ୟବାହିନୀ ୟୁରୋପର ବୃହତ୍ତମ ଆଣବିକ ଶକ୍ତି କେନ୍ଦ୍ର ଜାପୋରିଜିଆ ଏନପିପି ଉପରେ ସବୁ ଦିଗରୁ ଗୁଳି ଚଳାଉଛନ୍ତି । ଯଦି ଏହା ବିସ୍ଫୋରଣ ହୁଏ, ଏହା ଚେର୍ନୋବାଇଲ୍ ଠାରୁ ୧୦ ଗୁଣ ଅଧିକ ଭୟଙ୍କର ହେବ।  ତେବେ ନିଆଁ ଲିଭା ସରିଥିବା ସୂଚନା ମିଳିଛି।  ଏଥି ସହିତ, କଳିଭ ସ୍ୱାଧୀନତା ରିପୋର୍ଟ ଅନୁଯାୟୀ, ଓଡେସା, ବିଲା ସର୍ସ୍କା ଏବଂ ଭୋଲିନ୍ ଓବ୍ଲାଷ୍ଟରେ ଏୟାର ରେଡ୍ ଆଲର୍ଟ ଜାରି କରାଯାଇଛି । ଏଠାରେ ରହୁଥିବା ଲୋକଙ୍କୁ ନିକଟସ୍ଥ ଏକ ଆଶ୍ରୟସ୍ଥଳକୁ ଯିବାକୁ କୁହାଯାଇଛି ।

ଖବର ଅନୁଯାୟୀ, ରୁଷିଆରେ ଜଣେ ମେଜର ଜେନେରାଲ ପଦବୀ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୯ ହଜାର ରୁଷ ସୈନିକଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ ଦାବି କରିଛି। ଏହାସତ୍ତ୍ବେ ଯୁଦ୍ଧ ବିରାମ ନେଇ ଉଭୟ ପକ୍ଷ ମଧ୍ୟରେ କୌଣସି ବୁଝାମଣା ସମ୍ଭବ ହୋଇ ନାହିଁ; ବରଂ ରୁଷ ଏବଂ ୟୁକ୍ରେନ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ୟୁକ୍ରେନକୁ ବାଟକୁ ଆଣିବୁ ବୋଲି ରୁଷ କହିଥିବା ବେଳେ ନିଜ ଦେଶକୁ ରକ୍ଷା କରିବା ନେଇ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ୟୁକ୍ରେନ ସେନା ଏଣିକି ରକ୍ଷାତ୍ମକ ହେବା ପରିବର୍ତ୍ତେ ଆହୁରି ଆକ୍ରାମକ ହେବ ବୋଲି କହିଛି। ଫଳରେ ଆଗକୁ ସ୍ଥିତି ଆହୁରି ଜଟିଳ ଆକାର ଧାରଣ କରିବା ନେଇ ଆଶଙ୍କା ବଢିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର