ଯୁଦ୍ଧ ମଧ୍ୟରେ ଭାରତକୁ ନେଇ ଋଷ ରାଷ୍ଟ୍ରଦୂତଙ୍କ ବଡ ବୟାନ, କହିଲେ ନିରପେକ୍ଷ ଆଭିମୁଖ୍ୟ ପାଇଁ ଆମେ କୃତଜ୍ଞ

The Sakala Picture
Published On

ନୂଆଦିଲ୍ଲୀ : ୟୁକ୍ରେନ ବିରୋଧରେ ନିଜର ଆକ୍ରମଣକୁ ଆହୁରି ଜୋରଦାର କରିଛି ରୁଷ। ଘନଘନ ବୋମା ଓ ମିସାଇଲ ମାଡ଼ରେ ସମଗ୍ର ୟୁକ୍ରେନ ଛିନଛତ୍ର ହେବାକୁ ବସିଲାଣି। ତଥାପି ୟୁକ୍ରେନ ସେନା ଏଯାଏ ପଛ ଘୁଞ୍ଚା ଦେଇନାହିଁ। ୭ମ ଦିନରେ ଯୁଦ୍ଧର ତୀବ୍ରତା ବଢ଼ିଥିବା ବେଳେ ରୁଷ ବୋମା ମାଡ଼ କରି ୟୁକ୍ରେନର ଦ୍ବିତୀୟ ବୃହତ୍‌ ନଗରୀ ଖାର୍କିଭ୍‌ ସହରକୁ ସଂପୂର୍ଣ୍ଣ ଦଖଲକୁ ନେଇ ଯାଇଛି। ଏବେ ସହରରେ ରୁଷ ସୈନ୍ୟ ଓ ଟ୍ୟାଙ୍କଗୁଡ଼ିକ ଚକର କାଟୁଛନ୍ତି। ୟୁକ୍ରେନ-ଋଷ […]

ନୂଆଦିଲ୍ଲୀ : ୟୁକ୍ରେନ ବିରୋଧରେ ନିଜର ଆକ୍ରମଣକୁ ଆହୁରି ଜୋରଦାର କରିଛି ରୁଷ। ଘନଘନ ବୋମା ଓ ମିସାଇଲ ମାଡ଼ରେ ସମଗ୍ର ୟୁକ୍ରେନ ଛିନଛତ୍ର ହେବାକୁ ବସିଲାଣି। ତଥାପି ୟୁକ୍ରେନ ସେନା ଏଯାଏ ପଛ ଘୁଞ୍ଚା ଦେଇନାହିଁ। ୭ମ ଦିନରେ ଯୁଦ୍ଧର ତୀବ୍ରତା ବଢ଼ିଥିବା ବେଳେ ରୁଷ ବୋମା ମାଡ଼ କରି ୟୁକ୍ରେନର ଦ୍ବିତୀୟ ବୃହତ୍‌ ନଗରୀ ଖାର୍କିଭ୍‌ ସହରକୁ ସଂପୂର୍ଣ୍ଣ ଦଖଲକୁ ନେଇ ଯାଇଛି। ଏବେ ସହରରେ ରୁଷ ସୈନ୍ୟ ଓ ଟ୍ୟାଙ୍କଗୁଡ଼ିକ ଚକର କାଟୁଛନ୍ତି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ୟୁକ୍ରେନ-ଋଷ ଘମାଘୋଟ ଯୁଦ୍ଧ ମଧ୍ୟରେ ଭାରତକୁ ନେଇ ଋଷ ରାଷ୍ଟ୍ରଦୂତଙ୍କ ବଡ ବୟାନ ଆସିଛି। ୟୁକ୍ରେନ ସଙ୍କଟକୁ ନେଇ ନିରପେକ୍ଷ ଆଭିମୁଖ୍ୟ ପାଇଁ ଭାରତକୁ କୃତଜ୍ଞତା ଜଣାଇଛି ଋଷ। ଭାରତରେ ଋଷର ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ କହିଛନ୍ତି ଯେ ୟୁକ୍ରେନ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ପରିସ୍ଥିତିର ମୂଲ୍ୟାୟନ ଉପରେ ଆଧାରିତ। ଏହା ଏଥିପାଇଁ ନୁହେଁ ଯେ ଭାରତ ରୁଷର ଅସ୍ତ୍ରଶସ୍ତ୍ର ଉପରେ ନିର୍ଭରଶୀଳ ବୋଲି ଆଲିପୋଭ କହିଛନ୍ତି। ସେ କହିଛନ୍ତି, ଆମେ ଭାରତର ରଣନୀତିକ ସହଯୋଗୀ। ମିଳିତ ଜାତିସଂଘରେ ଭାରତ ନେଇଥିବା ସନ୍ତୁଳିତ ଆଭିମୁଖ୍ୟ ପାଇଁ ଆମେ ଭାରତ ନିକଟରେ କୃତଜ୍ଞ। ଏହି ସଙ୍କଟର ଗଭୀରତାକୁ ଭାରତ ବୁଝିପାରିଛି ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଡେନିସ୍ ଆଲିପୋଭ କହିଛନ୍ତି ଯେ ଖାରକିଭ୍ ଏବଂ ପୂର୍ବ ୟୁକ୍ରେନର ଅନ୍ୟାନ୍ୟ ଅଞ୍ଚଳରେ ଫସି ରହିଥିବା ଭାରତୀୟମାନଙ୍କୁ ନିରାପଦ ସ୍ଥାନାନ୍ତର ପାଇଁ ଆମେ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛୁ। ରୁଷୀୟ ଅଞ୍ଚଳ ଦେଇ ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବାକୁ ଭାରତ ଅନୁରୋଧ କରିଛି। ଏହା ଶୀଘ୍ର କାର୍ୟ୍ୟକାରୀ ହେବ ବୋଲି ସେ ନିଶ୍ଚିତ କରିଛନ୍ତି। ଡେନିସ୍ ଆଲିପୋଭ କହିଛନ୍ତି ଯେ ୟୁକ୍ରେନର ଦ୍ୱନ୍ଦ୍ୱରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଏକ କରିଡର ନିର୍ମାଣ ଏବଂ ନିରାପଦ ସ୍ଥାନାନ୍ତର ପାଇଁ ଗମ୍ଭୀରତାର ସହ କାର୍ୟ୍ୟ କରାଯାଉଛି।ଜରୁରୀକାଳୀନ ଉଦ୍ଧାର ପାଇଁ ଭାରତୀୟମାନଙ୍କୁ ଋଷ ପରିସୀମା ଦେଇ ଉଦ୍ଧାର କରିବାକୁ ଭାରତ ଅନୁରୋଧ କରିଥିଲା। ଆମେ ମଧ୍ୟ ଭାରତୀୟଙ୍କୁ ଜରୁରୀକାଳିନ ଉଦ୍ଧାର ପାଇଁ କାମ କରାଯାଉଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଅନ୍ୟପଟେ ଋଷ ଓ ୟୁକ୍ରେନ ମଧ୍ୟରେ ଭାରତ ଋଷ ସହ ଅସ୍ତ୍ର କାରବାର ନେଇ ଚୁକ୍ତି କରିଥିଲା ତାହା ଉପରେ ଏହି ଯୁଦ୍ଧର କଣ ପ୍ରଭାବ ପଡିବ ସେନେଇ ଚର୍ଚ୍ଚା ଲଗିରହିଛି। ସେପଟେ ପଶ୍ଚିମ ଦେଶଗୁଡିକ ଋଷ ଉପରେ ବିଭିନ୍ନ ଆର୍ଥିକ ପ୍ରତିବନ୍ଧକ ଲଗାଇଥିବାରୁ ଋଷ ତରଫରୁ ଭାରତକୁ ମିଳିବାକୁ ଥିବା ଏସ-୪୦୦ ମିସାଇଲ ସିଷ୍ଟମର ଡେଲିଭରି ଉପରେ କି ପ୍ରଭାବ ପଡିବ ତାହା ଉପରେ ସଂକେତ ଦେଇଛନ୍ତି ଋଷ ରାଜଦୂତ ।ଭାରତରେ ଥିବା ଋଷ ରାଜଦୂତ ଡେନିସ ଅଲିପୋଭ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ଭାରତକୁ ଋଷ ତରଫରୁ ଯୋଗାଣ ହେବାକୁ ଥିବା ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଉପରେ ଏହି ଯୁଦ୍ଧର କୌଣସି ପ୍ରଭାବ ପଡିବା ଭଳି ମନେ ହେଉନାହିଁ । ଆମ ପାଖରେ ଏହି ଚୁକ୍ତିକୁ ପୂରଣ କରିବାକୁ ବିଭିନ୍ନ ଉପାୟ ଥିବା କଥା ଋଷ ରାଜଦୂତ କହିବା ସହ ଖୁବଶୀଘ୍ର ଋଷର ଆର୍ଥିକ ସୂଧାର ହୋଇପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର