ୟୁରୋପୀୟ ସଂଘର ଦାବି : ଋଷ ପାଖରେ ଶେଷ ହେଉଛି ଅସ୍ତ୍ରଶସ୍ତ୍ର, ଆଲୋଚନା ପାଇଁ ବାଧ୍ୟ ହେବେ ପୁତିନ

The Sakala Picture
Published On

ମସ୍କୋ : ୟୁକ୍ରେନ ଆକ୍ରମଣର ଚତୁର୍ଥ ଦିନରେ ରାଜଧାନୀ କିଭ୍‌ରେ ପ୍ରବଳ ଗୁଳିଗୋଳା ମାଡ଼ ଜାରି ରହିଛି। ସମସ୍ତ ଶକ୍ତି ଲଗାଇ ୟୁକ୍ରେନ ସୈନିକ ରୁଷ ସେନାର ମୁକାବିଲା କରୁଛନ୍ତି। ଏହି ଯୁଦ୍ଧ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଉଛି। ଏହା ମଧ୍ୟରେ ୟୁରୋପୀୟ ସଂଘ (ଇୟୁ)ର ସାଂସଦ ରିହୋ ଟେରାସ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କ୍ରୋଧାନ୍ବିତ ଅଛନ୍ତି। ଏହି ଯୁଦ୍ଧ ବହୁତ […]

ମସ୍କୋ : ୟୁକ୍ରେନ ଆକ୍ରମଣର ଚତୁର୍ଥ ଦିନରେ ରାଜଧାନୀ କିଭ୍‌ରେ ପ୍ରବଳ ଗୁଳିଗୋଳା ମାଡ଼ ଜାରି ରହିଛି। ସମସ୍ତ ଶକ୍ତି ଲଗାଇ ୟୁକ୍ରେନ ସୈନିକ ରୁଷ ସେନାର ମୁକାବିଲା କରୁଛନ୍ତି। ଏହି ଯୁଦ୍ଧ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଉଛି। ଏହା ମଧ୍ୟରେ ୟୁରୋପୀୟ ସଂଘ (ଇୟୁ)ର ସାଂସଦ ରିହୋ ଟେରାସ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କ୍ରୋଧାନ୍ବିତ ଅଛନ୍ତି। ଏହି ଯୁଦ୍ଧ ବହୁତ ସହଜ ହେବ ଏବଂ ଦିନେରୁ ଚାରି ଦିନ ମଧ୍ୟରେ ସବୁ ଶେଷ ହୋଇଯିବ ବୋଲି ସେ ଆଶା କରିଥିଲେ। କିନ୍ତୁ ବର୍ତ୍ତମାନ ସ୍ଥିତି ଦେଖି ଏପରି ଲାଗୁନାହିଁ। ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଦେବ ବୋଲି ଆମେରିକା ନେତୃତ୍ବାଧୀନ ନାଟୋ ଘୋଷଣା କରିଛି।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ଏଭଳି ସ୍ଥିତିରେ ୟୁକ୍ରେନ ସହଜରେ ହାର ମାନିବନି ବୋଲି କୁହାଯାଉଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ସାଧାରଣ ନାଗରିକଙ୍କୁ ସେନାରେ ସାମିଲ ହେବାପାଇଁ ନିବେଦନ କରିଛି। ୟୁକ୍ରେନର ପୂର୍ବତନ ରାଷ୍ଟ୍ରପତି ପେଟ୍ରୋ ପୋରେସେଙ୍କୋ ଏବଂ ମହିଳା ସାଂସଦ କିରା ରୁଡିକ ହାତରେ ରାଇଫଲ ଧରି ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି। ଆଷ୍ଟୋନିଆ ସାଂସଦ ରିହୋ ଟେରାସ କହିଛନ୍ତି ଯେ ପୁତିନଙ୍କ ୟୁକ୍ରେନ ମିଶନ ବିଫଳ ହୋଇଯାଇଛି। ପ୍ରତ୍ୟେକ ଦିନ ଯୁଦ୍ଧ ପାଇଁ ରୁଷର ୨୦ ବିଲିୟନ ଡଲାର ଖର୍ଚ୍ଚ ହେଉଛି। ରୁଷ ସେନାର ଅସ୍ତ୍ରଶସ୍ତ୍ର ମଧ୍ୟ କମ୍‌ ହେବାରେ ଲାଗିଛି। ତୁଲା ଏବଂ ରୋଟେନବର୍ଗ ଗୋଳାବାରୁଦ କାରଖାନା ରୁଷ ସେନାର ଚାହିଦା ପୂରଣ କରିପାରୁନାହିଁ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ନୂଆ ଅସ୍ତ୍ରଶସ୍ତ୍ର ବନାଇବାକୁ ଆହୁରି ୩ରୁ ୪ ମାସ ଲାଗିବ। ୧୦ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଲେ ରୁଷ ବାଧ୍ୟ ହୋଇ ଆଲୋଚନା କରିବ। କାରଣ ସେତେବେଳକୁ ରୁଷ ପାଖରେ ଅର୍ଥ,ଅସ୍ତ୍ରଶସ୍ତ୍ର କିମ୍ବା ସମ୍ବଳ ନଥିବ। ରୁଷ ସେନା କିଭ୍‌କୁ ନିୟନ୍ତ୍ରଣକୁ ନେଇ ନାମକୁ ମାତ୍ର ସରକାର ଗଠନ କରିବାକୁ ଚାହୁଁଛି। ରୁଷ ଆତଙ୍କ ସୃଷ୍ଟି କରିବା ଲାଗି ସାଧାରଣ ନାଗରିକ, ମହିଳା ଏବଂ ଶିଶୁଙ୍କୁ ଉସୁକାଇବା ପାଇଁ ପ୍ରସ୍ତୁତି କରୁଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର