ବାଇଡେନ୍‌ ପୁଟିନ୍‌ଙ୍କୁ ୟୁକ୍ରେନ୍‌ ସହ ଯୁଦ୍ଧ କରିବାକୁ ସୁଯୋଗ ଦେଇଛନ୍ତି : ଡୋନାଲଡ୍‌ ଟ୍ରମ୍ପ୍‌

The Sakala Picture
Published On

ୱାଶିଂଟନ୍‌: ଚାଲିଛି ଭୟଙ୍କର ଲଢେଇ। ୟୁକ୍ରେନ ରାଜଧାନୀକୁ ଯେକୌଣସି ମୁହୁର୍ତ୍ତରେ ଅକ୍ତିଆର କରିବ ଋଷ୍‌ । ଚାରିପଟୁ ଚାଲିଛି ଋଷର ମିସାଇଲ ଷ୍ଟ୍ରାଇକ । ୮୨୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧୁଳିସାତ୍‌ ହେବା ସହ ନଷ୍ଟ ହେଉଛି ଲୋକଙ୍କ ସମ୍ପତ୍ତି । ପ୍ରତିରୋଧ ଲାଗି ପ୍ରାଣମୂର୍ଚ୍ଛା ସଂଗ୍ରାମ ଜାରି ରଖିଛନ୍ତି ୟୁକ୍ରେନ ସୈନ୍ୟ । ୟୁକ୍ରେନ୍‌ରେ ଜରୁରୀକାଳିନ ପରିସ୍ଥିତି ଜାରି ହୋଇଥିବା ବେଳେ ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି । ଏହାରି ମଧ୍ୟରେ ୟୁକ୍ରେନ୍‌ ଉପରେ […]

ୱାଶିଂଟନ୍‌: ଚାଲିଛି ଭୟଙ୍କର ଲଢେଇ। ୟୁକ୍ରେନ ରାଜଧାନୀକୁ ଯେକୌଣସି ମୁହୁର୍ତ୍ତରେ ଅକ୍ତିଆର କରିବ ଋଷ୍‌ । ଚାରିପଟୁ ଚାଲିଛି ଋଷର ମିସାଇଲ ଷ୍ଟ୍ରାଇକ । ୮୨୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧୁଳିସାତ୍‌ ହେବା ସହ ନଷ୍ଟ ହେଉଛି ଲୋକଙ୍କ ସମ୍ପତ୍ତି । ପ୍ରତିରୋଧ ଲାଗି ପ୍ରାଣମୂର୍ଚ୍ଛା ସଂଗ୍ରାମ ଜାରି ରଖିଛନ୍ତି ୟୁକ୍ରେନ ସୈନ୍ୟ । ୟୁକ୍ରେନ୍‌ରେ ଜରୁରୀକାଳିନ ପରିସ୍ଥିତି ଜାରି ହୋଇଥିବା ବେଳେ ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଏହାରି ମଧ୍ୟରେ ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣକୁ ନେଇ ନିଜ ମତ ବଦଳାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରୁଷର ଏହି ଆକ୍ରମଣକୁ ଭୟାବହ ଘଟଣା କହିବା ସହ ତାକୁ ନିନ୍ଦା କରିଛନ୍ତି। ଏଥିସହ ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଉପରେ ବର୍ଷିଛନ୍ତି ଟ୍ରମ୍ପ। ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି ପୁଟିନ୍‌ଙ୍କୁ ୟୁକ୍ରେନ୍‌ ସହ ଯୁଦ୍ଧ କରିବାକୁ ସୁଯୋଗ ଦେଇଛନ୍ତି ଜୋ ବାଇଡେନ୍‌। ପୁଟିନ୍‌ ବାଇଡେନ୍‌ଙ୍କୁ ଢ଼ୋଳ ପରି ବଜାଉଛନ୍ତି।  ରାଷ୍ଟ୍ରପତି ବାଇଡେନ୍‌ଙ୍କ ଉପରେ ଦୋଷାରୋପ କରି ଟ୍ରମ୍ପ୍‌ ଏହି ଆକ୍ରମଣକୁ ବିଦ୍ରୂପ ଏବଂ ମାନବତା ଉପରେ ଆକ୍ରମଣ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଏଥି ସହିତ ଆଗରୁ ଏହି ଯୁଦ୍ଧ ସମ୍ପର୍କରେ ସକାରାତ୍ମକ ମତପୋଷଣ କରୁଥିବା ଟ୍ରମ୍ପ୍‌ ହଠାତ୍‌ ତାଙ୍କର ମତ ପରିବର୍ତ୍ତନ କରି ଫ୍ଲୋରିଡାରେ ‘କଞ୍ଜର୍‌ଭେଟିଭ୍‌ ପଲିଟିକାଲ୍‌ ଆକ୍‌ସନ୍‌ କନ୍‌ଫରେନ୍ସ୍‌’ରେ (ସିପିଏସି) ଭାଷଣ ଦେବା ବେଳେ ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣକୁ ଭୟାବହ ଘଟଣା କହି ନିନ୍ଦା କରିଛନ୍ତି। ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ବାଇଡେନ୍‌ ପ୍ରଶାସନ ମୁକାବିଲା କରିପାରୁ ନାହିଁ ବୋଲି ସ‌େ କହିଛନ୍ତି।ୟୁକେନ୍ ଉପରେ ରୁଷୀୟ ଆକ୍ରମଣ ବଡ଼ କ୍ଷୋଭର କଥା। ଏଭଳି କ୍ରୋଧ ଉଦ୍ରେକକାରୀ ଓ ଭୟାବହ ଦୁଷ୍ଟାମି କରାଯିବା ଅନୁଚିତ ଥିଲା। ଆକ୍ରମଣ କରିବା ଅନୁଚିତ କଥା। ଆମେ ସ୍ବାଭିମାନୀ ୟୁକ୍ରେନୀୟଙ୍କ ପାଇଁ ପ୍ରାର୍ଥନା କରୁଛୁ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର