ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି, ଭାରତଠୁ ଲୋଡିଲେ ସହାୟତା

The Sakala Picture
Published On

ନୂଆଦିଲ୍ଲୀ : ଗତ ତିନିଦିନ ଧରି ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । ୟୁକ୍ରେନରେ ଦ୍ରୁତ ଗତିରେ ଆଗକୁ ମାଡି ଚାଲିଛନ୍ତି ରୁଷ ସେନା। ରାଜଧାନୀ କିଭରୁ ୩୦ କିଲୋମିଟର ଦୂରରେ ରୁଷ ସେନା। ଅନ୍ୟପଟେ ୟୁକ୍ରେନର ସଶସ୍ତ୍ର ବଳ ପୂରା ଦେଶରେ ରୁଷ ସେନା ବିରୋଧରେ ପ୍ରାଣମୂର୍ଚ୍ଛା ଲଢୁଛନ୍ତି। ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି କଲ୍‌ […]

ନୂଆଦିଲ୍ଲୀ : ଗତ ତିନିଦିନ ଧରି ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । ୟୁକ୍ରେନରେ ଦ୍ରୁତ ଗତିରେ ଆଗକୁ ମାଡି ଚାଲିଛନ୍ତି ରୁଷ ସେନା। ରାଜଧାନୀ କିଭରୁ ୩୦ କିଲୋମିଟର ଦୂରରେ ରୁଷ ସେନା। ଅନ୍ୟପଟେ ୟୁକ୍ରେନର ସଶସ୍ତ୍ର ବଳ ପୂରା ଦେଶରେ ରୁଷ ସେନା ବିରୋଧରେ ପ୍ରାଣମୂର୍ଚ୍ଛା ଲଢୁଛନ୍ତି। ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି କଲ୍‌ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ଋଷର ଆକ୍ରମଣରେ ହୋଇଥିବା ବିନାଶକୁ ବର୍ଣ୍ଣନା କରି ସେ ଭାରତର ସାହାଯ୍ୟ ଲୋଡିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନିଜେ ଟ୍ୱିଟ୍ କରି ଏହି ବାର୍ତ୍ତାଳାପ ବିଷୟରେ ସୂଚନା ଦେଇଛନ୍ତି। ଜେଲେନସ୍କି କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇଛି। ଋଷର ଆକ୍ରମଣ ହେତୁ ପରିସ୍ଥିତି ବିଷୟରେ ମୋଦୀଙ୍କୁ ସୂଚନା ଦେଇଛି। ବର୍ତ୍ତମାନ ଆମ ଦେଶରେ ଏକ ଲକ୍ଷରୁ ଅଧିକ ଋଷ ସୈନିକ ଅନୁପ୍ରବେଶ କରିଛନ୍ତି। ସେମାନେ କ୍ରମାଗତ ଭାବରେ ଆମର ଆବାସିକ ଅଞ୍ଚଳ ଉପରେ ଗୁଳିମାଡ କରିବା ସହ ବୋମା ପକାଉଛନ୍ତି । ଏହି ଆକ୍ରମଣ ବିରୋଧରେ ଜାତିସଂଘ ନିରାପତ୍ତା ପରିଷଦରେ ଆମକୁ ରାଜନୌତିକ ସମର୍ଥନ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଛି। ଏହି ଆକ୍ରମଣ ବିରୁଦ୍ଧରେ ଆମ ସହିତ ରହିବାକୁ ମୋଦୀଙ୍କୁ ଅନୁରୋଧ କରିଛି ବୋଲି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ


ଏହା ପୂର୍ବରୁ ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣକୁ ନିନ୍ଦା କରି ଶନିବାର ଦିନ ଜାତିସଂଘ ନିରାପତ୍ତା ପରିଷଦ୍‌ରେ ଆମେରିକାଦ୍ବାରା ପ୍ରାୟୋଜିତ ପ୍ରସ୍ତାବନାରେ ଭୋଟ୍‌ ଦେବାରୁ ଭାରତ ନିବୃତ୍ତ ରହିଥିଲା। ଜାତିସଂଘସ୍ଥିତ ଭାରତର ସ୍ଥାୟୀ ପ୍ରତିନିଧି ଟି. ଏସ୍‌. ତିରୁମୂର୍ତ୍ତି କହିଛନ୍ତି, ୟୁକ୍ରେନ୍‌ର ସାମ୍ପ୍ରତିକ ପରିସ୍ଥିତି ପାଇଁ ଭାରତ ଖୁବ୍‌ ବିଚଳିତ। ଆମର ଅନୁରୋଧ ତୁରନ୍ତ ହିଂସା ଓ ଶତ୍ରୁତା ବନ୍ଦ ପାଇଁ ସମସ୍ତ ଉଦ୍ୟମ କରାଯିବା ଉଚିତ। ମାନବ ଜୀବନ ମୂଲ୍ୟ ବିନିମୟରେ କେବେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଦୁଃଖର ବିଷୟ ସମସ୍ୟା ସମାଧାନ ପାଇଁ କୂଟନୈତିକ ଉପାୟ ପରିହାର କରାଯାଇଛି। ପୁଣି କୂଟନୈତିକ ଉପାୟ ଖୋଜିବାକୁ ପଡ଼ିବ। ଏହି ସବୁ କାରଣ ଯୋଗୁଁ ଏହି ପ୍ରସ୍ତାବନାରେ ମତ ଦେବାରୁ ଭାରତ ନିବୃତ୍ତ ରହିବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଥିଲେ।

ଆଜି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ତୃତୀୟ ଦିନ । ଆକ୍ରମଣକାରୀ ରୁଷ ସମସ୍ତ ଶକ୍ତି ଖଟାଇ ୟୁକ୍ରେନ୍‌ ରାଜଧାନୀ କିଭ୍‌କୁ ଦଖଲ କରିବା ସ୍ଥିତିରେ ପହଞ୍ଚି ଗଲାଣି। ୟୁକ୍ରେନରେ ଦ୍ରୁତ ଗତିରେ ଆଗକୁ ମାଡି ଚାଲିଛନ୍ତି ରୁଷ ସେନା। ରାଜଧାନୀ କିଭରୁ ୩୦ କିଲୋମିଟର ଦୂରରେ ରୁଷ ସେନା ରହିଛି। ବର୍ତ୍ତମାନ ବୋମା ଏବଂ କ୍ଷେପଣାସ୍ତ୍ର ସହ ସହର ଉପରେ ଆକ୍ରମଣ କରୁଛନ୍ତି। ଅନ୍ୟପକ୍ଷେ ୟୁକ୍ରେନ ସେନା ଏବଂ ସାଧାରଣ ନାଗରିକ ମଧ୍ୟ ରୁଷି ସେନାକୁ ମଧ୍ୟ କଡା ଜବାବ ଦେଉଛନ୍ତି। ୟୁକ୍ରେନ ସୈନ୍ୟବାହିନୀ ରାଜଧାନୀ କିଭ୍‌କୁ ସଂଯୋଗ କରୁଥିବା ତିନୋଟି ସେତୁକୁ ଉଡ଼ାଇ ଦେଇଛନ୍ତି ଏବଂ ୟୁକ୍ରେନ ସାମରିକ ଟ୍ୟାଙ୍କଗୁଡ଼ିକ ଯୁଦ୍ଧ ପାଇଁ ରାସ୍ତାରେ ପାଟ୍ରୋଲିଂ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର