ଯୁଦ୍ଧ ମଇଦାନକୁ ଓହ୍ଲାଇବେ ୟୁକ୍ରେନର ସାଧାରଣ ଲୋକ, ୧୮ ରୁ ୬୦ ବର୍ଷ ବୟସ ପୁରଷଙ୍କୁ ଦେଶ ଛାଡିବାକୁ ବାରଣ

The Sakala Picture
Published On

କିଭ୍‌ : ଯୁକ୍ରେନ ଋଷ ବିରୋଧରେ ଯୁଦ୍ଧ ପାଇଁ ନିଜର ସାଧାରଣ ଲୋକଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି। ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ ଭିତରେ ପଶି ଘନଘନ ମିସାଇଲ ମାଡ କରୁଛି ଋଷ। ତେବେ ପାଲଟା ଜବାବ ଦେବାରେ ୟୁକ୍ରେନ କୌଣସି ଅବହେଳା କରୁନାହିଁ। ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍‌ । ଶକ୍ତିଶାଳୀ ଋଷ ସହ ପାରୁ ପର୍ଯ୍ୟନ୍ତ ଲଢୁଛି ୟୁକ୍ରେନ୍‌। ଯୁଦ୍ଧ ଆରମ୍ଭ ହେବାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା […]

କିଭ୍‌ : ଯୁକ୍ରେନ ଋଷ ବିରୋଧରେ ଯୁଦ୍ଧ ପାଇଁ ନିଜର ସାଧାରଣ ଲୋକଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି। ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ ଭିତରେ ପଶି ଘନଘନ ମିସାଇଲ ମାଡ କରୁଛି ଋଷ। ତେବେ ପାଲଟା ଜବାବ ଦେବାରେ ୟୁକ୍ରେନ କୌଣସି ଅବହେଳା କରୁନାହିଁ। ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍‌ । ଶକ୍ତିଶାଳୀ ଋଷ ସହ ପାରୁ ପର୍ଯ୍ୟନ୍ତ ଲଢୁଛି ୟୁକ୍ରେନ୍‌। ଯୁଦ୍ଧ ଆରମ୍ଭ ହେବାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ହାର୍‌ ନମାନି ମୈଦାନରେ ଏକାକି ଲଢୁଛି ୟୁକ୍ରେନ୍‌ । ବିଶ୍ବର ଦ୍ବିତୀୟ ଶକ୍ତିଶାଳୀ ସେନାକୁ ଜବରଦସ୍ତ ଜବାବ ଦେଉଛି ୟୁକ୍ରେନ୍‌ ସେନା।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଏହାରି ମଧ୍ୟ ଋଷ ଆଗକୁ ଆଗକୁ ବଢିବାରେ ଲାଗିଛି। ୟୁକ୍ରେନର ରାଜଧାନୀ କିବରେ ପ୍ରବେଶ କରିଛି ଋଷ ସେନା । ଋଷିଆ ସେନାର ପ୍ରବେଶ ନେଇ ୟୁକ୍ରେନ୍ ରାଷ୍ଟ୍ରପତି ସୂଚନା ଦେଇଛନ୍ତି । ଅନୁପ୍ରବେଶକାରୀଙ୍କ ସହ ଋଷିଆ ସେନା ସାମିଲ୍ ଅଛନ୍ତି । ୯୬ ଘଣ୍ଟାରେ ପୂରା ରାଜଧାନୀକୁ ଋଷିଆ ଦଖଲ କରିନେବ । ୟୁକ୍ରେନ୍ ନାଗରିକଙ୍କୁ କର୍ଫ୍ୟୁ ନିୟମ ପାଳନ ପାଇଁ ଅନୁରୋଧ କରିଛନ୍ତି ରାଷ୍ଟ୍ରପତି । ପଶ୍ଚିମ ଦେଶଗୁଡ଼ିକ ଠାରୁ ସହାୟତା ମାଗି ନିରାଶ ହୋଇଥିବା ୟୁକ୍ରେନ ଏବେ ନିଜର ସୁରକ୍ଷା କରିବାକୁ ଏକାକୀ ଅଣ୍ଟା ଭିଡ଼ିଛି। ଗୁରୁବାର ଆରମ୍ଭ ହୋଇଥିବା ଯୁଦ୍ଧରେ ବ୍ୟାପକ କ୍ଷତି ସହିଥିବା ୟୁକ୍ରେନ ଏବେ କାଉଣ୍ଟର ଆଟାକ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ୟୁକ୍ରେନ ରାଜଧାନୀ କିବ ଆଡକୁ ଲଗାତର ଋଷିଆ ସେନା ଅଗ୍ରସର ହେଉଛି । ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦେଶର ସାଧାରଣ ନାଗରିକଙ୍କୁ ଯୁଦ୍ଧ ମଇଦାନକୁ ଓହ୍ଲାଇବା ପାଇଁ ନିର୍ଦେଶ ଦେଇଛନ୍ତି। ଲଗାତାର ଋଷର  ଆକ୍ରମଣରେ ୟୁକ୍ରେନ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ​​ଏପର୍ଯ୍ୟନ୍ତ ଦୁର୍ବଳ ହୋଇନାହିଁ । ରାଷ୍ଟ୍ରପତି ଜେଲେନସ୍କି ପୁଣିଥରେ ଋଷର ଅସ୍ତ୍ରଶସ୍ତ୍ର ତ୍ୟାଗ ଧମକକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାସହ ସେ ଦେଶର ନାଗରିକମାନଙ୍କୁ କହିଛନ୍ତି ଯେ ଋଷକୁ କଡା ଜବାବ ଦେବାକୁ । ରୁଷିଆର ମୁକାବିଲା ପାଇଁ ୟୁକ୍ରେନ ସାଧାରଣ ନାଗରକିଙ୍କୁ ଅସ୍ତ୍ରଶସ୍ତ୍ର ଦେଇଛି । ଲୋକଙ୍କୁ ପ୍ରାୟ ୧୦ ହଜାର ଆସଲ୍ଟ ରାଇଫଲ ଦେଇଥିବା କିବ ମିଡିଆରେ ପ୍ରକାଶ କରାଯାଇଛି। ଜେଲେନସ୍କିଙ୍କ ଅଫିସିଆଲ୍ ୱେବସାଇଟ୍ ସାଧାରଣ ଲୋକଙ୍କୁ ଯୁଦ୍ଧରେ ନିୟୋଜିତ ପାଇଁ ନିଷ୍ପତ୍ତି ପ୍ରକାଶ କରିଛି।ଏଥିରେ ସାଧାରଣ ଲୋକଙ୍କୁ ଯୁଦ୍ଧ ପାଇଁ ନିୟୋଜିତ କରିବାର ଆଦେଶ ରହିଛି।  ଏହି ଆଦେଶରୁ ଏହା ସ୍ପଷ୍ଟ ହୋଇଛି ଯେ ସାଧାରଣ ଲୋକ ଯୁଦ୍ଧକ୍ଷେତ୍ରରେ ପ୍ରବେଶ କରିବା ଉଚିତ ଯେ ୟୁକ୍ରେନ ସହଜରେ ହାର ମାନିବ ନାହିଁ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ୟୁକ୍ରେନ ବିରୁଦ୍ଧରେ ଋଷର ସାମରିକ ଅପରେସନ ତଥା ଦେଶର ପ୍ରତିରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହା ଯୁଦ୍ଧର ଜାରି ରଖିବାକୁ ଅନୁମତି ଦେବ ଏବଂ ୟୁକ୍ରେନର ସଶସ୍ତ୍ର ବାହିନୀ ଏବଂ ସହଯୋଗୀ ସାମରିକ ୟୁନିଟ୍କୁ ସାହାଯ୍ୟ କରିବ । ଅନ୍ୟପକ୍ଷରେ, ୟୁକ୍ରେନର ସୀମା ପ୍ରତିରକ୍ଷା ସେବାର ମୁଖ୍ୟ ଡାନିଏଲ ମେନସିକୋଭ ନିର୍ଦ୍ଦେଶ ଦେଇଛନ୍ତି ଯେ ୧୮ ରୁ ୬୦ ବର୍ଷ ବୟସ୍କ ପୁରୁଷଙ୍କୁ ଦେଶ ଛାଡିବାକୁ ଦିଆଯିବ ନାହିଁ। ସେ ଏକ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି ଯେ ଯୁଦ୍ଧକୁ ଦୃଷ୍ଟିରେ ରଖି ଏହି ବୟସର ପୁରୁଷମାନଙ୍କୁ ଦେଶ ଛାଡିବାକୁ ଦିଆଯିବ ନାହିଁ। ଦୟାକରି ଭୟଭୀତ ହୁଅନ୍ତୁ ନାହିଁ ଏବଂ ବିନା ଅନୁମତିରେ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରନ୍ତୁ ନାହିଁ ।

ବାସ୍ତବରେ, ୟୁକ୍ରେନର ସେନା ସୁପର ପାୱାର୍ ଦେଶ ଋଷର ସେନା ଆଗରେ ଅତ୍ୟନ୍ତ ଶକ୍ତିଶାଳୀ ନୁହେଁ, କିନ୍ତୁ ଏହାର ଆତ୍ମା ​​ଶକ୍ତିଶାଳୀ । ଋଷ କ୍ରମାଗତ ଭାବେ ବୋମା ବିସ୍ଫୋରଣ କରି ୟୁକ୍ରେନ ଉପରେ ଅଧିକ କ୍ଷତି କରୁଛି। ୟୁକ୍ରେନ ମଧ୍ୟ ଋଷର ଅନେକ ବିମାନ ଏବଂ ସୈନିକଙ୍କୁ ଗୁଳି କରି ନିପାତ କରିଛି।ରୁଷ ସେନା ୟୁକ୍ରେନର ରାଜଧାନୀ କିଭ୍‌ରେ ବୋମା ବର୍ଷଣ କରୁଛନ୍ତି। ହେଲେ ୟୁକ୍ରେନ ଭୟଭୀତ ନ ହୋଇ କଡ଼ା ମୁକାବିଲା କରୁଛି। କିଭ୍‌ ଭିତରୁ ଛଦ୍ମବେଶରେ ଆସିବାକୁ ଉଦ୍ୟମ କରୁଥିବା ରୁଷ ସେନାର ଏକାଧିକ ଗାଡ଼ିକୁ ୟୁକ୍ରେନ ସେନା ଧ୍ୱଂସ କରି ଦେଇଛି। ସେହିପରି ପୂର୍ବ ପ୍ରାନ୍ତରୁ ରାଜଧାନୀକୁ ସଂଯୋଗ କରୁଥିବା ବ୍ରିଜ୍‌କୁ ୟୁକ୍ରେନ ସେନା ଉଡ଼ାଇ ଦେଇଛନ୍ତି।

କେବଳ ସେତିକି ନୁହେଁ ଶକ୍ତିଶାଳୀ ରୁଷ ସେନା ଟ୍ରୋହିଜବେନକୋ ଅଞ୍ଚଳରେ ୟୁକ୍ରେନ ସେନାକୁ ମାତ ଦେଇ ଆଗକୁ ବଢ଼ିବାକୁ ଚେଷ୍ଟା କରିଛନ୍ତି। ତେବେ ୟୁକ୍ରେନ ସେନାର ଏହାର ପ୍ରତି ଜବାବ ଦେଇଛି। ଏଥିରେ ରୁଷ ସେନାର ଦୁଇଟି ଟ୍ୟାଙ୍କ ଓ ଗୋଟିଏ ଇନଫାଣ୍ଟରୀ ଫାଇଟିଂ ଭେଇକିଲ ଧ୍ୱଂସ ପାଇଯାଇଛି। ଏହି ଆକ୍ରମଣକୁ ରୁଷ ସେନା ସାମ୍ନା କରି ନପାରି ପଛକୁ ଫେରିଥିବା ୟୁକ୍ରେନ ପ୍ରତିରକ୍ଷା ବିଭାଗ ଟ୍ୱିଟ କରିଛି।

କିଭ ଉପକଣ୍ଠ ହୋଷ୍ଟୋମେଲରେ ମଧ୍ୟ ରୁଷର ଏକାଧିକ ଗାଡ଼ି ଓ ଟ୍ୟାଙ୍କ ଜଳୁଥିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ରୁଷକୁ କଡ଼ା ଟକ୍କର ଦେଉଥିଲେ ମଧ୍ୟ ୟୁକ୍ରେନ ଏୟାର ଷ୍ଟ୍ରାଇକ ଯୋଗୁ ବ୍ୟାପକ କ୍ଷତି ସହିଛି। ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ହେଉଥିବା ବେଳର ଭିଡିଓ ସମସ୍ତଙ୍କୁ ବଚଳିତ କରିଛି। ଏଥିପାଇଁ ୟୁକ୍ରେନ ସରକାର ସାଧାରଣ ଲୋକଙ୍କୁ ବୋମା ମାଡ଼ରୁ ସୁରକ୍ଷା ଦେଉଥିବା ବଙ୍କର୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର