ଋଷର ୮୦୦ ସୈନ୍ୟଙ୍କୁ ନିପାତ ସହ ୭ ଯୁଦ୍ଧ ବିମାନ ଓ ୬ଟି ହେଲିକପ୍ଟରକୁ ମିସାଇଲ ମାଡ କରି ଖସାଇଲା ୟୁକ୍ରେନ

The Sakala Picture
Published On

କିଭ୍‌ : ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଗୋଟେ ଦିନ ବିତିଯାଇଥିବା ବେଳେ ଦ୍ୱିତୀୟ ଦିନ ସକାଳୁ ସକାଳୁ ରାଜଧାନୀ କିବରେ ଶୁଣିବାକୁ ମିଳିଛି ବିସ୍ଫାରଣର ଭୟଙ୍କର ଶବ୍ଦ । ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ ଭିତରେ ପଶି ଘନଘନ ମିସାଇଲ ମାଡ କରୁଛି ଋଷ। ତେବେ ପାଲଟା ଜବାବ ଦେବାରେ ୟୁକ୍ରେନ କୌଣସି ଅବହେଳା କରୁନାହିଁ। ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍‌ । ଶକ୍ତିଶାଳୀ ଋଷ ସହ ପାରୁ ପର୍ଯ୍ୟନ୍ତ ଲଢୁଛି […]

କିଭ୍‌ : ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଗୋଟେ ଦିନ ବିତିଯାଇଥିବା ବେଳେ ଦ୍ୱିତୀୟ ଦିନ ସକାଳୁ ସକାଳୁ ରାଜଧାନୀ କିବରେ ଶୁଣିବାକୁ ମିଳିଛି ବିସ୍ଫାରଣର ଭୟଙ୍କର ଶବ୍ଦ । ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ ଭିତରେ ପଶି ଘନଘନ ମିସାଇଲ ମାଡ କରୁଛି ଋଷ। ତେବେ ପାଲଟା ଜବାବ ଦେବାରେ ୟୁକ୍ରେନ କୌଣସି ଅବହେଳା କରୁନାହିଁ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍‌ । ଶକ୍ତିଶାଳୀ ଋଷ ସହ ପାରୁ ପର୍ଯ୍ୟନ୍ତ ଲଢୁଛି ୟୁକ୍ରେନ୍‌। ଯୁଦ୍ଧ ଆରମ୍ଭ ହେବାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ହାର୍‌ ନମାନି ମୈଦାନରେ ଏକାକି ଲଢୁଛି ୟୁକ୍ରେନ୍‌ । ବିଶ୍ବର ଦ୍ବିତୀୟ ଶକ୍ତିଶାଳୀ ସେନାକୁ ଜବରଦସ୍ତ ଜବାବ ଦେଉଛି ୟୁକ୍ରେନ୍‌ ସେନା । ଏହାରି ମଧ୍ୟରେ ଋଷର ୮୦୦ ସୈନ୍ୟଙ୍କୁ ୟୁକ୍ରେନ୍‌ ସେନା ନିପାତ କରିଥିବା ଦାବି କରିଛି ୟୁକ୍ରେନ୍‌ । ଏହା ସହିତ ଋଷର ୭ଟି ଯୁଦ୍ଧ ବିମାନ ଏବଂ ୬ଟି ହେଲିକପ୍ଟରକୁ ମଧ୍ୟ ମିସାଇଲ ମାଡ କରି ଖସାଇଦେଇଛି ୟୁକ୍ରେନ୍‌ । କେବଳ ସେତିକି ନୁହେଁ ଋଷରୁ ୩୦ ଟ୍ୟାଙ୍କକୁ ମଧ୍ୟ ନଷ୍ଟ କରିଥିବା ଦାମି କରିଛି ୟୁକ୍ରେନ୍‌।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ସବୁ ଭିତରେ ରୁଷ ସ୍ପେଶାଲ ଫୋର୍ସ ଦଖଲ କରି ନେଇଥିବା କିଭ୍‌ ଏୟାରପୋର୍ଟର ଗୋଟିଏ ଅଞ୍ଚଳକୁ ୟୁକ୍ରେନ ସେନା ପୁଣି ନିଜ ନୟନ୍ତ୍ରଣକୁ ନେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏବେ କିଭ୍‌ରେ ରୁଷର ହମଲା ଜାରି ରହିଛି। ମାତ୍ର ୪୦ ମିନିଟ୍‌ରେ ୩ ଡର୍ଜନରୁ ଅଧିକ ମିସାଇଲ ମାଡ଼ କରାଯାଇଥିଲା ଖବର ମିଳିଛି। ମିସାଇଲ ମାଡ଼ରେ ପୂରା ରାଜଧାନୀ ଥରିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଅନ୍ୟପଟେ AFP ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ୟୁକ୍ରେନ ସରକାର ୧୮ ରୁ ୬୦ ବର୍ଷ ବୟସର ପୁରୁଷମାନଙ୍କୁ ଦେଶ ଛାଡିବାକୁ ବାରଣ କରିଛନ୍ତି। କେତେକ ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନ ଏହାର ୧୦ ହଜାର ନାଗରିକଙ୍କୁ ଯୁଦ୍ଧ ପାଇଁ ରାଇଫଲ ଦେଇଛି।ସମୟ ଆସିଲେ ସାଧାରଣ ଲୋକ ମଧ୍ୟ ରୁଷ ସୈନିକଙ୍କ ଲଢ଼େଇ କରିବେ ବୋଲି ସରକାର ଆଶା କରିଛନ୍ତି। ଆମେରିକାର ରିପୋର୍ଟ ଅନୁଯାୟୀ,  ୟୁକ୍ରେନ ଉପରେ ମୋଟ ୨୦୩ଟି ଆକ୍ରମଣ କରାଯାଇଥିଲା ଯେଉଁଥିରେ ୧୬୦ ଟି କ୍ଷେପଣାସ୍ତ୍ର ଏବଂ ୮୩ ଟି ସ୍ଥଳଭାଗରେ ଟାର୍ଗେଟ କରାଯାଇଥିଲା।ଋଷର ଆକ୍ରମଣରେ ଏପର୍ଯ୍ୟନ୍ତ ୧୩୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୧୬ ଜଣ ଆହତ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର