ୟୁକ୍ରେନରେ ଫଶିଛନ୍ତି ଅନେକ ଓଡ଼ିଆ ଛାତ୍ରଛାତ୍ରୀ, ଫେରାଇ ଆଣିବାକୁ ଭାରତ ସରକାରଙ୍କୁ ନିବେଦନ କଲେ ପରିବାର

The Sakala Picture
Published On

ଅନୁଗୁଳ: ଋଷିଆ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଧିରେ ଧିରେ ପରିସ୍ଥିତି ସାଙ୍ଘାତିକ ରୂପ ନେଉଛି । ଚାରିଆଡେ ବୋମା ବିସ୍ଫୋରଣ ଏବଂ କ୍ଷେପଣାସ୍ତ୍ର ମାଡ଼ର ଶବ୍ଦ ଶୁଣିବାକୁ ମିଳୁଛି। ରୁଷୀୟ ଯୁଦ୍ଧ ଟ୍ୟାଙ୍କ୍ ମଧ୍ୟ ୟୁକ୍ରେନରେ ପ୍ରବେଶ କରିଛନ୍ତି। ଭୟଙ୍କର ଯୁଦ୍ଧ ସ୍ଥିତିରେ ଅନେକ ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି । ଅନ୍ୟପଟେ ୟୁକ୍ରେନରେ ଫସିରହିଛନ୍ତି ଅନେକ ଓଡ଼ିଆ ଯୁବକ ଯୁବତୀ । ଏଭଳି ପରିସ୍ଥିତିରେ ତାଳଚେର ବଲଣ୍ଡା ଅଞ୍ଚଳର ଯୁବକ ଶ୍ରୀତାଂଶୁ […]

ଅନୁଗୁଳ: ଋଷିଆ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଧିରେ ଧିରେ ପରିସ୍ଥିତି ସାଙ୍ଘାତିକ ରୂପ ନେଉଛି । ଚାରିଆଡେ ବୋମା ବିସ୍ଫୋରଣ ଏବଂ କ୍ଷେପଣାସ୍ତ୍ର ମାଡ଼ର ଶବ୍ଦ ଶୁଣିବାକୁ ମିଳୁଛି। ରୁଷୀୟ ଯୁଦ୍ଧ ଟ୍ୟାଙ୍କ୍ ମଧ୍ୟ ୟୁକ୍ରେନରେ ପ୍ରବେଶ କରିଛନ୍ତି। ଭୟଙ୍କର ଯୁଦ୍ଧ ସ୍ଥିତିରେ ଅନେକ ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି । ଅନ୍ୟପଟେ ୟୁକ୍ରେନରେ ଫସିରହିଛନ୍ତି ଅନେକ ଓଡ଼ିଆ ଯୁବକ ଯୁବତୀ । ଏଭଳି ପରିସ୍ଥିତିରେ ତାଳଚେର ବଲଣ୍ଡା ଅଞ୍ଚଳର ଯୁବକ ଶ୍ରୀତାଂଶୁ ଦାସ ସେଠାରେ ରହି ଯାଇଥିବାରୁ ପରିବାରରେ ଭାଲେଣି ପଡିଛି । ଶ୍ରୀତାଂଶୁଙ୍କ ପରିବାର ଏବେ ଭୟର ବାତାବରଣ ଭିତରେ ଅଛନ୍ତି । କିଭଳି ତାଙ୍କ ପୁଅ ସୁରକ୍ଷିତ ଫେରି ଆସିବ ଏ ନେଇ ସେ ଚିନ୍ତିତ ଅଛନ୍ତି । ଆଉ ଯଥାସାଧ୍ୟ ଚେଷ୍ଟା କରି ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନୀଭୂତ ହେଉଛି ସଂଘର୍ଷ: ଇରାନର ସାମରିକ ଘାଟି ଉପରେ ଆମେରିକାର ବି-୧ ଲାନ୍ସର ଆକ୍ରମଣ

ଶ୍ରୀତାଂଶୁ ୟୁକ୍ରେନର ଭିନିପ୍ସାରେ ରହି ଚତୁର୍ଥ ବର୍ଷ ଡାକ୍ତରୀ ପାଠ ପଢୁଥିଲେ । ଋଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବାରୁ ଡାକ୍ତରୀ ପଢିବାକୁ ୟୁକ୍ରେନରେ ଯାଇଥିବାବେଳେ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି । ସେହିଭଳି ଅନୁଗୁଳ ବଳରାମ ପ୍ରସାଦର ଆଲୋକ ସାମଲ ୟୁକ୍ରେନ ରେ MBBS ପାଠ୍ୟକ୍ରମ କରୁଥିଲେ । ସେଠି ସେ ଫସି ରହିଛନ୍ତି ବୋଲି ଘର ଲୋକ ଭୟଭୀତ ଅବସ୍ଥା ରେ ଅଛନ୍ତି। ଆଲୋକଙ୍କ ପରିବାର ଲୋକେ ଭାରତ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି କେମିତି ସୁରକ୍ଷିତ ଅବସ୍ଥାରେ ଘରକୁ ଫେରିବେ । ସେପଟେ ୟୁକ୍ରେନରେ ଥିବା ଆଲୋକଙ୍କ ସହ କଥା ହୋଇଛନ୍ତି ଆମ ପ୍ରତିନିଧି । ଆଲୋକ କହିଛନ୍ତି କି, ସେ ୟୁକ୍ରେନ ର ଦିନିପ୍ରୋ ସିଟି ରେ ରହୁଛନ୍ତି। ସେ ଦିନିପ୍ରୋ ପେଟ୍ରୋ ଭାସ୍କ ଷ୍ଟେଟ ମେଡିକାଲ ଏକାଡେମୀ ରେ ପାଠ ପଢୁଛନ୍ତି। ସେ ସେହି ଏକାଡେମୀ ର ଶେଷବର୍ଷ ଛାତ୍ର। ଆଉ ତିନି ମାସ ପରେ ତାଙ୍କର ପାଠ ପଢା ସରି ଯାଇଥାନ୍ତା ଏବଂ ସେ ଘରକୁ ଫେରି ଆସିଥାନ୍ତେ। ବର୍ତମାନ ୟୁକ୍ରେନ ର ରାଜଧାନୀ କିଭ ସମେତ ୟୁକ୍ରେନ ର ପୂର୍ବ ଭାଗରେ ଥିବା ସହର ଗୁଡିକ ଉପରେ ରୁଷିଆ ବିସ୍ଫୋରଣ କରୁଛି। ଖାର୍କିଭ କ୍ରାମାଟେରସ୍କ,ବରଡିୟାନସ୍କ,ଏବଂ ନିକୋ ଲାଏଭ ସହରରେ ବିସ୍ଫୋରଣ ହେଉଛି। କିନ୍ତୁ ସେ ଥିବା ସହର ଦିନିପ୍ରୋ ସିଟି ରେ ବର୍ତମାନ ଯାଏ କୌଣସି ବିସ୍ଫୋରଣ ହୋଇନାହିଁ। କିନ୍ତୁ ଏଠାରେ ଏଟିଏମ୍ ରେ ଟଙ୍କା ମିଳୁନାହିଁ, ରାସନ ଦୋକାନ, ପରିବା ଦୋକାନ ଓ ଖାଦ୍ୟ ପଦାର୍ଥ ଦୋକାନରେ ବହୁତ ଭିଡ ହେଉଛି ଏବଂ ଭାରତୀୟ ଆମ୍ବାସି ଆମକୁ ବାହାରକୁ ଯିବାକୁ ମନାକରିଛନ୍ତି। ଆମେ ବହୁତ ଭୟବିତ ଅବସ୍ଥାରେ ଅଛୁ ବୋଲି ପ୍ରକାଶ କରିଥିଲେ।

ଆହୁରି ପଢ଼ନ୍ତୁ: ରଥଯାତ୍ରା ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି
ରାଜ୍ୟ ସରକାର: ବିଜେଡି

ସେହିଭଳି ଝାରସୁଗୁଡ଼ା ଜିଲ୍ଲାର ୨୦ ଜଣ ଛାତ୍ରଛାତ୍ରୀ  ୟୁକ୍ରେନ ରେ ଫସି ରହିଥିବା ସୂଚନା ମିଳିଛି ।  ସେମାନଙ୍କ ମଧ୍ୟରୁ ବନ୍ଧବାହାଲ ଅଞ୍ଚଳ ର ୮ଜଣ ଛାତ୍ର ଛାତ୍ରୀ  ରହିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଡାକ୍ତରୀ ପାଠ ପଢ଼ିବାକୁ ଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ବୁଢ଼ାବଳଙ୍ଗ ନଦୀରେ ବନ୍ୟା, ବାଲେଶ୍ବରର ୧୨ଟି ବ୍ଲକର ୩୫୭ଟି ଗାଁ ପ୍ରଭାବିତ

24 Feb 2022 By The Sakala

ୟୁକ୍ରେନରେ ଫଶିଛନ୍ତି ଅନେକ ଓଡ଼ିଆ ଛାତ୍ରଛାତ୍ରୀ, ଫେରାଇ ଆଣିବାକୁ ଭାରତ ସରକାରଙ୍କୁ ନିବେଦନ କଲେ ପରିବାର

ଅନୁଗୁଳ: ଋଷିଆ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଧିରେ ଧିରେ ପରିସ୍ଥିତି ସାଙ୍ଘାତିକ ରୂପ ନେଉଛି । ଚାରିଆଡେ ବୋମା ବିସ୍ଫୋରଣ ଏବଂ କ୍ଷେପଣାସ୍ତ୍ର ମାଡ଼ର ଶବ୍ଦ ଶୁଣିବାକୁ ମିଳୁଛି। ରୁଷୀୟ ଯୁଦ୍ଧ ଟ୍ୟାଙ୍କ୍ ମଧ୍ୟ ୟୁକ୍ରେନରେ ପ୍ରବେଶ କରିଛନ୍ତି। ଭୟଙ୍କର ଯୁଦ୍ଧ ସ୍ଥିତିରେ ଅନେକ ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି । ଅନ୍ୟପଟେ ୟୁକ୍ରେନରେ ଫସିରହିଛନ୍ତି ଅନେକ ଓଡ଼ିଆ ଯୁବକ ଯୁବତୀ । ଏଭଳି ପରିସ୍ଥିତିରେ ତାଳଚେର ବଲଣ୍ଡା ଅଞ୍ଚଳର ଯୁବକ ଶ୍ରୀତାଂଶୁ ଦାସ ସେଠାରେ ରହି ଯାଇଥିବାରୁ ପରିବାରରେ ଭାଲେଣି ପଡିଛି । ଶ୍ରୀତାଂଶୁଙ୍କ ପରିବାର ଏବେ ଭୟର ବାତାବରଣ ଭିତରେ ଅଛନ୍ତି । କିଭଳି ତାଙ୍କ ପୁଅ ସୁରକ୍ଷିତ ଫେରି ଆସିବ ଏ ନେଇ ସେ ଚିନ୍ତିତ ଅଛନ୍ତି । ଆଉ ଯଥାସାଧ୍ୟ ଚେଷ୍ଟା କରି ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।

ଶ୍ରୀତାଂଶୁ ୟୁକ୍ରେନର ଭିନିପ୍ସାରେ ରହି ଚତୁର୍ଥ ବର୍ଷ ଡାକ୍ତରୀ ପାଠ ପଢୁଥିଲେ । ଋଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବାରୁ ଡାକ୍ତରୀ ପଢିବାକୁ ୟୁକ୍ରେନରେ ଯାଇଥିବାବେଳେ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି । ସେହିଭଳି ଅନୁଗୁଳ ବଳରାମ ପ୍ରସାଦର ଆଲୋକ ସାମଲ ୟୁକ୍ରେନ ରେ MBBS ପାଠ୍ୟକ୍ରମ କରୁଥିଲେ । ସେଠି ସେ ଫସି ରହିଛନ୍ତି ବୋଲି ଘର ଲୋକ ଭୟଭୀତ ଅବସ୍ଥା ରେ ଅଛନ୍ତି। ଆଲୋକଙ୍କ ପରିବାର ଲୋକେ ଭାରତ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି କେମିତି ସୁରକ୍ଷିତ ଅବସ୍ଥାରେ ଘରକୁ ଫେରିବେ । ସେପଟେ ୟୁକ୍ରେନରେ ଥିବା ଆଲୋକଙ୍କ ସହ କଥା ହୋଇଛନ୍ତି ଆମ ପ୍ରତିନିଧି । ଆଲୋକ କହିଛନ୍ତି କି, ସେ ୟୁକ୍ରେନ ର ଦିନିପ୍ରୋ ସିଟି ରେ ରହୁଛନ୍ତି। ସେ ଦିନିପ୍ରୋ ପେଟ୍ରୋ ଭାସ୍କ ଷ୍ଟେଟ ମେଡିକାଲ ଏକାଡେମୀ ରେ ପାଠ ପଢୁଛନ୍ତି। ସେ ସେହି ଏକାଡେମୀ ର ଶେଷବର୍ଷ ଛାତ୍ର। ଆଉ ତିନି ମାସ ପରେ ତାଙ୍କର ପାଠ ପଢା ସରି ଯାଇଥାନ୍ତା ଏବଂ ସେ ଘରକୁ ଫେରି ଆସିଥାନ୍ତେ। ବର୍ତମାନ ୟୁକ୍ରେନ ର ରାଜଧାନୀ କିଭ ସମେତ ୟୁକ୍ରେନ ର ପୂର୍ବ ଭାଗରେ ଥିବା ସହର ଗୁଡିକ ଉପରେ ରୁଷିଆ ବିସ୍ଫୋରଣ କରୁଛି। ଖାର୍କିଭ କ୍ରାମାଟେରସ୍କ,ବରଡିୟାନସ୍କ,ଏବଂ ନିକୋ ଲାଏଭ ସହରରେ ବିସ୍ଫୋରଣ ହେଉଛି। କିନ୍ତୁ ସେ ଥିବା ସହର ଦିନିପ୍ରୋ ସିଟି ରେ ବର୍ତମାନ ଯାଏ କୌଣସି ବିସ୍ଫୋରଣ ହୋଇନାହିଁ। କିନ୍ତୁ ଏଠାରେ ଏଟିଏମ୍ ରେ ଟଙ୍କା ମିଳୁନାହିଁ, ରାସନ ଦୋକାନ, ପରିବା ଦୋକାନ ଓ ଖାଦ୍ୟ ପଦାର୍ଥ ଦୋକାନରେ ବହୁତ ଭିଡ ହେଉଛି ଏବଂ ଭାରତୀୟ ଆମ୍ବାସି ଆମକୁ ବାହାରକୁ ଯିବାକୁ ମନାକରିଛନ୍ତି। ଆମେ ବହୁତ ଭୟବିତ ଅବସ୍ଥାରେ ଅଛୁ ବୋଲି ପ୍ରକାଶ କରିଥିଲେ।

ସେହିଭଳି ଝାରସୁଗୁଡ଼ା ଜିଲ୍ଲାର ୨୦ ଜଣ ଛାତ୍ରଛାତ୍ରୀ  ୟୁକ୍ରେନ ରେ ଫସି ରହିଥିବା ସୂଚନା ମିଳିଛି ।  ସେମାନଙ୍କ ମଧ୍ୟରୁ ବନ୍ଧବାହାଲ ଅଞ୍ଚଳ ର ୮ଜଣ ଛାତ୍ର ଛାତ୍ରୀ  ରହିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଡାକ୍ତରୀ ପାଠ ପଢ଼ିବାକୁ ଯାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର