କୋହଳ ହେଲା କଟକଣା: ଦିଲ୍ଲୀରେ ଖୋଲିବ ସମସ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ଜିମ୍

The Sakala Picture
Published On

ନୂଆଦିଲ୍ଲୀ: ହ୍ରାସ ପାଉଛି ଦୈନିକ ସଂକ୍ରମଣ । ଏହାକୁ ଲକ୍ଷ କରି ଗୋଟିଏ ପରେ ଗୋଟିଏ ରାଜ୍ୟ କଟକଣା ହ୍ରାସ କରିବା ଆରମ୍ଭ କରିଛନ୍ତି। ରାଜଧାନୀ ଦିଲ୍ଲୀରେ ମଧ୍ଯ କଟଣା କୋହଳ କରାଯାଇଛି। ସ୍କୁଲ, କଲେଜ, ଜିମ ଓ କୋଚିଂ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀ ସରକାର ମଧ୍ୟ ଛୋଟ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏ […]

ନୂଆଦିଲ୍ଲୀ: ହ୍ରାସ ପାଉଛି ଦୈନିକ ସଂକ୍ରମଣ । ଏହାକୁ ଲକ୍ଷ କରି ଗୋଟିଏ ପରେ ଗୋଟିଏ ରାଜ୍ୟ କଟକଣା ହ୍ରାସ କରିବା ଆରମ୍ଭ କରିଛନ୍ତି। ରାଜଧାନୀ ଦିଲ୍ଲୀରେ ମଧ୍ଯ କଟଣା କୋହଳ କରାଯାଇଛି। ସ୍କୁଲ, କଲେଜ, ଜିମ ଓ କୋଚିଂ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀ ସରକାର ମଧ୍ୟ ଛୋଟ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ସୂଚନା ଅନୁଯାୟୀ, ସୋମବାର ଠାରୁ ୯ମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ସେହିପରି ୧୪ ଫେବୃଆରୀ ଠାରୁ ନର୍ସରୀ ଓ ୮ମ ଶ୍ରେଣୀର ପିଲାମାନଙ୍କ ସ୍କୁଲ କ୍ଲାସ ଆରମ୍ଭ ହେବ। ୭ ତାରିଖରୁ ସମସ୍ତ କଲେଜ ଖୋଲିବ। କଲେଜ କର୍ତ୍ତୃପକ୍ଷଙ୍କୁ ଅନଲାଇନ ବଦଳରେ ଅଧିକ ଅଫଲାଇନ କ୍ଲାସ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ତେବେ ସବୁ ଶିକ୍ଷାନୁଷ୍ଠାନରେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ ରହିବ।

ଆହୁରି ପଢ଼ନ୍ତୁ: ୟୁଟ୍ୟୁବର ଅରୁଣ ପନୱାରଙ୍କୁ ଶ୍ୱଶୁର ଘରୁ ମିଳିଲା ୭୧ ଲକ୍ଷ ଟଙ୍କା ଓ ୨୧ ତୋଳା ସୁନା: ଯୌତୁକ ନା ଦାନ, ଜାଣନ୍ତୁ ପୂରା ବିବାଦ

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, “ସୋମବାର ଠାରୁ ସମସ୍ତ ରେଷ୍ଟୁରାଣ୍ଟ ରାତି ୧୧ଟା ଯାଏ ଖୋଲିବ। ସମସ୍ତ ସରକାରୀ ଓ ଘରୋଇ ଅଫିସ ଗୁଡ଼ିକ ୧୦୦% କର୍ମଚାରୀଙ୍କୁ ନେଇ କାର୍ଯ୍ଯ କ୍ଷମ ହେବ। ଜିମ ଓ ସୁଇମିଂ ପୁଲ ମଧ୍ୟ ପୁଣି ଖୋଲିବ।”

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆ ସଙ୍କଟ ଏବଂ ହରମୁଜ୍ ପ୍ରଣାଳୀ ଅବରୋଧ: ଆସନ୍ତା ସପ୍ତାହରେ ହେଡ୍ସ ଅଫ୍ ମିଶନ୍ ସମ୍ମିଳନୀରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

04 Feb 2022 By The Sakala

କୋହଳ ହେଲା କଟକଣା: ଦିଲ୍ଲୀରେ ଖୋଲିବ ସମସ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ଜିମ୍

ନୂଆଦିଲ୍ଲୀ: ହ୍ରାସ ପାଉଛି ଦୈନିକ ସଂକ୍ରମଣ । ଏହାକୁ ଲକ୍ଷ କରି ଗୋଟିଏ ପରେ ଗୋଟିଏ ରାଜ୍ୟ କଟକଣା ହ୍ରାସ କରିବା ଆରମ୍ଭ କରିଛନ୍ତି। ରାଜଧାନୀ ଦିଲ୍ଲୀରେ ମଧ୍ଯ କଟଣା କୋହଳ କରାଯାଇଛି। ସ୍କୁଲ, କଲେଜ, ଜିମ ଓ କୋଚିଂ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀ ସରକାର ମଧ୍ୟ ଛୋଟ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ସୋମବାର ଠାରୁ ୯ମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ସେହିପରି ୧୪ ଫେବୃଆରୀ ଠାରୁ ନର୍ସରୀ ଓ ୮ମ ଶ୍ରେଣୀର ପିଲାମାନଙ୍କ ସ୍କୁଲ କ୍ଲାସ ଆରମ୍ଭ ହେବ। ୭ ତାରିଖରୁ ସମସ୍ତ କଲେଜ ଖୋଲିବ। କଲେଜ କର୍ତ୍ତୃପକ୍ଷଙ୍କୁ ଅନଲାଇନ ବଦଳରେ ଅଧିକ ଅଫଲାଇନ କ୍ଲାସ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ତେବେ ସବୁ ଶିକ୍ଷାନୁଷ୍ଠାନରେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ ରହିବ।

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, “ସୋମବାର ଠାରୁ ସମସ୍ତ ରେଷ୍ଟୁରାଣ୍ଟ ରାତି ୧୧ଟା ଯାଏ ଖୋଲିବ। ସମସ୍ତ ସରକାରୀ ଓ ଘରୋଇ ଅଫିସ ଗୁଡ଼ିକ ୧୦୦% କର୍ମଚାରୀଙ୍କୁ ନେଇ କାର୍ଯ୍ଯ କ୍ଷମ ହେବ। ଜିମ ଓ ସୁଇମିଂ ପୁଲ ମଧ୍ୟ ପୁଣି ଖୋଲିବ।”

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର