କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ବରେ ଆସନ୍ତାକାଲି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ

The Sakala Picture
Published On

ନୂଆଦିଲ୍ଲୀ: ଆଗକୁ ସଂସଦରେ ଆରମ୍ଭ ହେବାକୁ ଯାଉଛି ବଜେଟ୍‌ ଅଧିବେଶନ ଓ ଦେଶର ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାରି ମଧ୍ଯରେ କଂଗ୍ରେସ ପାଇଁ ଚିନ୍ତା ବଢିଛି। ଦଳର ବହୁ ହେଭିଓ୍ବେଟ୍‌ ନେତା ଇସ୍ତଫା ଦେଇ ଅନ୍ୟ ଦଳରେ ସାମିଲ ହେଉଛନ୍ତି।  ନିର୍ବାଚନୀ ରଣନୀତି ସହ ଆସନ୍ତା ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଥିବାରୁ କଂଗ୍ରେସ ଅଧ୍ୟକ୍ଷା ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛନ୍ତି । ବୈଠକରେ ୟୁପି ସମେତ ପଞ୍ଜାବ ଏବଂ ଅନ୍ୟ ୩ଟି ରାଜ୍ୟରେ […]

ନୂଆଦିଲ୍ଲୀ: ଆଗକୁ ସଂସଦରେ ଆରମ୍ଭ ହେବାକୁ ଯାଉଛି ବଜେଟ୍‌ ଅଧିବେଶନ ଓ ଦେଶର ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାରି ମଧ୍ଯରେ କଂଗ୍ରେସ ପାଇଁ ଚିନ୍ତା ବଢିଛି। ଦଳର ବହୁ ହେଭିଓ୍ବେଟ୍‌ ନେତା ଇସ୍ତଫା ଦେଇ ଅନ୍ୟ ଦଳରେ ସାମିଲ ହେଉଛନ୍ତି।  ନିର୍ବାଚନୀ ରଣନୀତି ସହ ଆସନ୍ତା ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଥିବାରୁ କଂଗ୍ରେସ ଅଧ୍ୟକ୍ଷା ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ବୈଠକରେ ୟୁପି ସମେତ ପଞ୍ଜାବ ଏବଂ ଅନ୍ୟ ୩ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ। ଏହା ସହିତ ୟୁପି ନିର୍ବାଚନ ଫୋକସ୍‌ରେ ଥିବାରୁ ଦଳ ଭଲ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରିବ । କେବଳ ସେତିକି ନୁହେଁ ପଞ୍ଜାବରେ କଂଗ୍ରେସ କ୍ଷମତାରେ ଅଛି । ତେବେ ପୁଣି ଥରେ ଦଳ ସରକାର ଗଢିବା ପାଇଁ ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ବାଧା ସାଜିଛି ଆପ୍‌ ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ସୂଚନା ଅନୁଯାୟୀ, ବୈଠକରେ ସଂସଦୀୟ ରଣନୀତି ପ୍ରସ୍ତୁତ କର୍ତ୍ତାଙ୍କ ସମେତ ବରିଷ୍ଠ ନେତାମାନେ ସାମିଲ ହେବେ । ଆସନ୍ତାକାଲି ବୈଠକ ହେବାକୁ ଥିବା ବେଳେ ଏଥିରେ ଆଗାମୀ ବଜେଟ୍‌ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବ ଦଳ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ବରେ ହେବାକୁ ଥିବା ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏକେ ଆଣ୍ଟୋନୀ, କେସୀ ବେଣୁଗୋପାଳ, ମଲ୍ଲିକାର୍ଜୁନ ଖଡ୍‌ଗେ, ଅଧୀର ରଞ୍ଜନ ଚୌଧୁରୀ, ଆନନ୍ଦ ଶର୍ମା, ଗୌରବ ଗୋଗୋଇ, କେ. ସୁରେଶ, ଜୟରାମ ରମେଶ ପ୍ରମୁଖ ସାମିଲ ହେବେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର