ରୁଷ-ଆମେରିକା ମୁହାଁମୁହିଁ, ନିଜ ଲୋକଙ୍କୁ ୟୁକ୍ରେନ ଛାଡ଼ିବାକୁ ଆମେରିକାର ନିର୍ଦ୍ଦେଶ

The Sakala Picture
Published On

ନୂଆଦିଲ୍ଲୀ: ୟୁକ୍ରେନକୁ ନେଇ ଏବେ ଆମେରିକା ଏବଂ ରୁଷିଆ ମୁହାଁମୁହିଁ ହୋଇଛନ୍ତି। ୟୁକ୍ରେନ ସମସ୍ୟାର ସମାଧାନ ପାଇଁ ଜେନେଭା ଠାରେ ଗତ ୨୧ ତାରିଖରୁ ଦୁଇ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ସୋମବାର ବିଫଳ ହୋଇଛି। ଏହା ପରେ ଆମେରିକା ନେତୃତ୍ବରେ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ଶକ୍ତ ପଦକ୍ଷେପ ନିଆଯାଇଛି। କୌଣସି ମୁହୂର୍ତ୍ତରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାର ସମ୍ଭାବନା ଥିବାରୁ ‘ନାଟୋ’ ପକ୍ଷରୁ ୟୁକ୍ରେନ୍‌ ସୀମାରେ ଲଡୁଆ ଯୁଦ୍ଧ ବିମାନ […]

ନୂଆଦିଲ୍ଲୀ: ୟୁକ୍ରେନକୁ ନେଇ ଏବେ ଆମେରିକା ଏବଂ ରୁଷିଆ ମୁହାଁମୁହିଁ ହୋଇଛନ୍ତି। ୟୁକ୍ରେନ ସମସ୍ୟାର ସମାଧାନ ପାଇଁ ଜେନେଭା ଠାରେ ଗତ ୨୧ ତାରିଖରୁ ଦୁଇ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ସୋମବାର ବିଫଳ ହୋଇଛି। ଏହା ପରେ ଆମେରିକା ନେତୃତ୍ବରେ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ଶକ୍ତ ପଦକ୍ଷେପ ନିଆଯାଇଛି। କୌଣସି ମୁହୂର୍ତ୍ତରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାର ସମ୍ଭାବନା ଥିବାରୁ ‘ନାଟୋ’ ପକ୍ଷରୁ ୟୁକ୍ରେନ୍‌ ସୀମାରେ ଲଡୁଆ ଯୁଦ୍ଧ ବିମାନ ମୁତୟନ କରାଯିବା ଆରମ୍ଭ ହୋଇଛି। ୟୁକ୍ରେନ ସୁରକ୍ଷା ପାଇଁ ନାଟୋ ଅନ୍ତର୍ଭୁକ୍ତ ବିଭିନ୍ନ ରାଷ୍ଟ୍ରମାନଙ୍କ ପକ୍ଷରୁ ପୂର୍ବ ୟୁରୋପକୁ ଯୁଦ୍ଧ ଜାହାଜ ଏବଂ ଲଢୁଆ ବିମାନ ପଠାଯାଇଛି। ବର୍ତ୍ତମାନ ଏଫ-୩୫, ଏଫ୍‌-୧୬ ଲଢୁଆ ବିମାନ, ବିପୁଳ ସଂଖ୍ୟାରେ ଯବାନ ଏବଂ ଯୁଦ୍ଧ ଜାହାଜ ମୁତୟନ କରାଯାଇଥିବା ବେଳେ ନାଟୋର ଅନ୍ୟ ସଦସ୍ୟ ରାଷ୍ଟ୍ର ସେନା ଏବଂ ଅସ୍ତ୍ରଶସ୍ତ୍ର ପଠାଇବେ ବୋଲି କହିଛନ୍ତି। ଏଭଳି ସ୍ଥିତିକୁ ନେଇ ସଂପୃକ୍ତ ଅଞ୍ଚଳରେ ଯୁଦ୍ଧ ପ୍ରାୟ ସ୍ଥିତି ସୃଷ୍ଟି ହୋଇଛି। ୟୁକ୍ରେନରେ ରହିଥିବା ଆମେରିକୀୟ ଦୂତାବାସ ଖାଲି କରିବାକୁ ଆମେରିକା ନିର୍ଦ୍ଦେଶ ଦେଇଛି। ରୁଷିଆ ଆକ୍ରମଣ କଲେ ଭୟଙ୍କର ପରିଣାମ ଭୋଗିବ ବୋଲି ଆମେରିକା ପୂର୍ବରୁ ଚେତାବନୀ ଦେଇସାରିଛି। ସେହିପରି ୟୁକ୍ରେନରୁ ନାଟୋ ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର ନ କଲେ କିଛି ବି ଘଟିପାରେ ବୋଲି ରୁଷିଆ ମଧ୍ୟ ପରୋକ୍ଷ ଚେତାବନୀ ଜାରି କରିଛି।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

25 Jan 2022 By The Sakala

ରୁଷ-ଆମେରିକା ମୁହାଁମୁହିଁ, ନିଜ ଲୋକଙ୍କୁ ୟୁକ୍ରେନ ଛାଡ଼ିବାକୁ ଆମେରିକାର ନିର୍ଦ୍ଦେଶ

ନୂଆଦିଲ୍ଲୀ: ୟୁକ୍ରେନକୁ ନେଇ ଏବେ ଆମେରିକା ଏବଂ ରୁଷିଆ ମୁହାଁମୁହିଁ ହୋଇଛନ୍ତି। ୟୁକ୍ରେନ ସମସ୍ୟାର ସମାଧାନ ପାଇଁ ଜେନେଭା ଠାରେ ଗତ ୨୧ ତାରିଖରୁ ଦୁଇ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ସୋମବାର ବିଫଳ ହୋଇଛି। ଏହା ପରେ ଆମେରିକା ନେତୃତ୍ବରେ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ଶକ୍ତ ପଦକ୍ଷେପ ନିଆଯାଇଛି। କୌଣସି ମୁହୂର୍ତ୍ତରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାର ସମ୍ଭାବନା ଥିବାରୁ ‘ନାଟୋ’ ପକ୍ଷରୁ ୟୁକ୍ରେନ୍‌ ସୀମାରେ ଲଡୁଆ ଯୁଦ୍ଧ ବିମାନ ମୁତୟନ କରାଯିବା ଆରମ୍ଭ ହୋଇଛି। ୟୁକ୍ରେନ ସୁରକ୍ଷା ପାଇଁ ନାଟୋ ଅନ୍ତର୍ଭୁକ୍ତ ବିଭିନ୍ନ ରାଷ୍ଟ୍ରମାନଙ୍କ ପକ୍ଷରୁ ପୂର୍ବ ୟୁରୋପକୁ ଯୁଦ୍ଧ ଜାହାଜ ଏବଂ ଲଢୁଆ ବିମାନ ପଠାଯାଇଛି। ବର୍ତ୍ତମାନ ଏଫ-୩୫, ଏଫ୍‌-୧୬ ଲଢୁଆ ବିମାନ, ବିପୁଳ ସଂଖ୍ୟାରେ ଯବାନ ଏବଂ ଯୁଦ୍ଧ ଜାହାଜ ମୁତୟନ କରାଯାଇଥିବା ବେଳେ ନାଟୋର ଅନ୍ୟ ସଦସ୍ୟ ରାଷ୍ଟ୍ର ସେନା ଏବଂ ଅସ୍ତ୍ରଶସ୍ତ୍ର ପଠାଇବେ ବୋଲି କହିଛନ୍ତି। ଏଭଳି ସ୍ଥିତିକୁ ନେଇ ସଂପୃକ୍ତ ଅଞ୍ଚଳରେ ଯୁଦ୍ଧ ପ୍ରାୟ ସ୍ଥିତି ସୃଷ୍ଟି ହୋଇଛି। ୟୁକ୍ରେନରେ ରହିଥିବା ଆମେରିକୀୟ ଦୂତାବାସ ଖାଲି କରିବାକୁ ଆମେରିକା ନିର୍ଦ୍ଦେଶ ଦେଇଛି। ରୁଷିଆ ଆକ୍ରମଣ କଲେ ଭୟଙ୍କର ପରିଣାମ ଭୋଗିବ ବୋଲି ଆମେରିକା ପୂର୍ବରୁ ଚେତାବନୀ ଦେଇସାରିଛି। ସେହିପରି ୟୁକ୍ରେନରୁ ନାଟୋ ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର ନ କଲେ କିଛି ବି ଘଟିପାରେ ବୋଲି ରୁଷିଆ ମଧ୍ୟ ପରୋକ୍ଷ ଚେତାବନୀ ଜାରି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର