ସାଧାରଣତନ୍ତ୍ର ଦିବସ ପାଇଁ ଆତଙ୍କବାଦୀ ରଚୁଛନ୍ତି ଷଡଯନ୍ତ୍ର: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ହୋଇପାରେ ଆକ୍ରମଣ, ସତର୍କ କରାଇଲା ଗୁଇନ୍ଦା ବିଭାଗ

The Sakala Picture
Published On

ନୂଆଦିଲ୍ଲୀ: ଆଗକୁ ଆସୁଛି ସାଧାରଣତନ୍ତ୍ର ଦିବସ। ସାଧାରଣତନ୍ତ୍ର ଦିବସରେ ସମ୍ଭାବ୍ୟ ଆତଙ୍କବାଦୀ ଷଡଯନ୍ତ୍ର ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗୁଇନ୍ଦା ସଂସ୍ଥା ଏକ ସତର୍କ ସୂଚନା ଗ୍ରହଣ କରିଛି। ଭାରତର ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପ୍ରତି ବିପଦ ରହିଛି। ପାଞ୍ଚଟି କେନ୍ଦ୍ରୀୟ ଏସୀୟ ଦେଶ – କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ, ତୁର୍କମେନିସ୍ତାନ […]

ନୂଆଦିଲ୍ଲୀ: ଆଗକୁ ଆସୁଛି ସାଧାରଣତନ୍ତ୍ର ଦିବସ। ସାଧାରଣତନ୍ତ୍ର ଦିବସରେ ସମ୍ଭାବ୍ୟ ଆତଙ୍କବାଦୀ ଷଡଯନ୍ତ୍ର ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗୁଇନ୍ଦା ସଂସ୍ଥା ଏକ ସତର୍କ ସୂଚନା ଗ୍ରହଣ କରିଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଭାରତର ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପ୍ରତି ବିପଦ ରହିଛି। ପାଞ୍ଚଟି କେନ୍ଦ୍ରୀୟ ଏସୀୟ ଦେଶ – କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ନେତାମାନେ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ ହେବାର ସମ୍ଭାବନା ରହିଛି। ଆଫଗାନିସ୍ତାନ-ପାକିସ୍ତାନ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣର ଯୋଜନା କରୁଥିବା ଜଣାପଡ଼ିଛି। ଏହି ଗୋଷ୍ଠୀଗୁଡିକ  ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଟାର୍ଗେଟ କରିବା ଏବଂ ସର୍ବସାଧାରଣ ସମାବେଶ, ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ, ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନଗୁଡିକୁ ବାଧା ଦେବା ସମ୍ଭାବନା ରହିଛି। ଏହାକୁ ଆଖି ଆଗରେ ରଖି ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ନେଇ ଗୁଇନ୍ଦା ବିଭାଗ ସତର୍କ କରାଇଛି। ଡ୍ରୋନ ସାହାଯ୍ୟରେ ସେମାନେ ଆକ୍ରମଣ କରିପାରନ୍ତି ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଗୁଇନ୍ଦା ବିଭାଗ ଦେଇଥିବା ଇନପୁଟରେ କୁହାଯାଇଛି ଯେ, ଲସ୍କର-ଇ-ତେ‌ାଏବା, ରେଜିଷ୍ଟାନ୍ସ ଫୋର୍ସ, ଜୈଶ-ଏ-ମହମ୍ମଦ, ହର୍କତ-ଉଲ-ମୁଜାହିଦ୍ଦିନ ଏବଂ ହିଜବ-ଉଲ-ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ଗୋଷ୍ଠୀ ଏହି ଆକ୍ରମଣ ପଛରେ ଅଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଆହୁରି ମଧ୍ଯ କୁହାଯାଇଛି ଯେ, ପାକିସ୍ତାନରେ ଅବସ୍ଥିତ ଖାଲିସ୍ତାନୀ ଗୋଷ୍ଠୀ ମଧ୍ୟ ପଞ୍ଜାବରେ ମାଓବାଦୀଙ୍କ ପୁନର୍ଗଠନ ତଥା ପୁନର୍ଜୀବିତ ହେବା ପାଇଁ କ୍ୟାଡରମାନଙ୍କୁ ଏକତ୍ରିତ କରୁଛନ୍ତି। ଫେବୃଆରୀ ୨୦୨୧ ରେ ପ୍ରାପ୍ତ ଏକ ଇନପୁଟ୍ ଅନୁଯାୟୀ, ଖାଲିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କ ବୈଠକ ଏବଂ ଭ୍ରମଣ ସ୍ଥାନ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର