୭ଟି ପର୍ଯ୍ୟାୟରେ ହେବ ୫ ରାଜ୍ୟର ନିର୍ବାଚନ: ଘୋଷଣା ହେଲା ତାରିଖ

The Sakala Picture
Published On

ନୂଆଦିଲ୍ଲୀ : ଦେଶର ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ହେବାକୁ ଥିବା ନିର୍ବାଚନ ୭ଟି ପର୍ଯ୍ୟାୟରେ ହେବ। ୪୦୩ ବିଧାନସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରୁ ସାତଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଉତ୍ତରପ୍ରଦେଶରେ ଫେବୃଆରୀ ୧୦, ଫେବୃଆରୀ ୧୪, ଫେବୃଆରୀ ୨୦, ଫେବୃଆରୀ ୨୩, ଫେବୃଆରୀ ୨୭, ମାର୍ଚ୍ଚ ୩ ଏବଂ ମାର୍ଚ୍ଚ ୭ […]

ନୂଆଦିଲ୍ଲୀ : ଦେଶର ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ହେବାକୁ ଥିବା ନିର୍ବାଚନ ୭ଟି ପର୍ଯ୍ୟାୟରେ ହେବ। ୪୦୩ ବିଧାନସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରୁ ସାତଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଉତ୍ତରପ୍ରଦେଶରେ ଫେବୃଆରୀ ୧୦, ଫେବୃଆରୀ ୧୪, ଫେବୃଆରୀ ୨୦, ଫେବୃଆରୀ ୨୩, ଫେବୃଆରୀ ୨୭, ମାର୍ଚ୍ଚ ୩ ଏବଂ ମାର୍ଚ୍ଚ ୭ ତାରିଖରେ ଭୋଟ୍ ହେବ । ମୋଟ୍ ୭ଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ପଡିବ । ଯାହାର ଫଳାଫଳ ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ପାଇବ।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ଏହାଛଡ଼ା ଉତ୍ତରାଖଣ୍ଡ, ପଞ୍ଜାବ ଓ ଗୋଆରେ ଫେବୃଆରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଫେବୃଆରୀ ୨୭ ଓ ମାର୍ଚ୍ଚ ୩ରେ ମଣିପୁରରେ ଦୁଇ ପର୍ଯ୍ୟାୟରେ ଭୋଟର ଗ୍ରହଣ କରାଯିବ । ମାର୍ଚ୍ଚ ୧୦ରେ ସମସ୍ତ ପାଞ୍ଚ ରାଜ୍ୟର ଫଳାଫଳ ଘୋଷଣା କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଟ୍ରମ୍ପ ଏବଂ ନେତନ୍ୟାହୁଙ୍କ ମଧ୍ୟରେ ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ: କ'ଣ ରହିଛି ଏହାର ପ୍ରଭାବ?

ୟୁପି ସମେତ ସମସ୍ତ ୫ଟି ରାଜ୍ୟରେ ମତଦାନ ସମୟ ଏକ ଘଣ୍ଟା ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ଜାନୁୟାରୀ ୧୫ ପର୍ଯ୍ୟନ୍ତ ସମସ୍ତ ରାଜ୍ୟରେ କୌଣସି ପ୍ରକାରର ରାଲି, ରୋଡ୍ ସୋ, ବାଇକ୍ ରାଲି, ସମାବେଶ ଉପରେ କଟକଣା ଲଗାଯାଇଛି। କେବଳ ଭର୍ଚୁଆଲ୍ ବା ଅନଲାଇନ୍ ରାଲିକୁ ଅନୁମତି ଦିଆଯିବ। ଜାନୁଆରୀ ୧୫ ପରେ ପରିସ୍ଥିତିର ସମୀକ୍ଷା କରାଯିବ । ଯଦି କରୋନା ନିୟନ୍ତ୍ରଣରେ ଅଛି ତେବେ କିଛି କଟକଣା କୋହଳ କରାଯିବ। ନିର୍ବାଚନ ସମାପ୍ତ ହେବା ପରେ ବିଜୟ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଇଛି।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

୫ଟି ରାଜ୍ୟରେ ସମୁଦାୟ ୬୯୦ଟି ଆସନରେ ନିର୍ବାଚନ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା । ଉତ୍ତର ପ୍ରଦେଶରେ ସର୍ବାଧିକ ୪୦୩ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ୫ଟି ଯାକ ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏଣୁ ମହିଳା ଏବଂ ବୟସ୍କ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମୁଦାୟ ୨ ଲକ୍ଷ ୧୫ ହଜାର ୩୬୮ ବୁଥରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ କିଛି ବୁଥ୍ କେବଳ ମହିଳାଙ୍କ ପାଇଁ ରହିଛି । ଏହି ବୁଥରେ ପ୍ରିଜାଇଡିଂ ଅଫିସରଙ୍କ ଠାରୁ ଆରମ୍ଭ କରି ସମସ୍ତେ ମହିଳା ରହିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଅଧିକରୁ ଅଧିକ ପରିମାଣରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ପ୍ରକାଶ କରିଛନ୍ତି ସୁଶୀଲ ଚନ୍ଦ୍ର ।

ଭୋଟ ଦାନ କେନ୍ଦ୍ରରେ ମାସ୍କ, ସାନିଟାଇଜର ଏବଂ ଥର୍ମାଲ ସ୍କାନିଂ ବାଧ୍ୟତା ମୂଳକ କରାଯାଇଛି । ସମୁଦାୟ ୧୮.୨ କୋଟି ଭୋଟର ଭୋଟଦାନ କରିବା ସହିତ ୬୯୦ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ପୂର୍ବରୁ ଗୋଟିଏ ବୁଥରେ ସର୍ବାଧିକ ୧୫୦୦ ଭୋଟର ଭୋଟ ଦେଇ ପାରୁଥିବା ବେଳେ ବର୍ତ୍ତମାନ ତାକୁ ୧୨୦୦କୁ ହ୍ରାସ କରାଯାଇଛି । ଏହି କାରଣରୁ ୩୦୩୩୦ଟି ବୁଥ୍ ସଂଖ୍ୟାରେ ଅଭିବୃଦ୍ଧି ଘଟିଛି । ଏହାକୁ ମିଶାଇ ୫ଟି ଯାକ ରାଜ୍ୟରେ ବୁଥ୍ ସଂଖ୍ୟା ୨ ଲକ୍ଷ ୧୫ ହଜାର ୩୬୮ରେ ପହଞ୍ଚିଛି । ସମୁଦାୟ ବୁଥ୍ ସଂଖ୍ୟାରେ ୧୬ ପ୍ରତିଶତ ବୃଦ୍ଧି ଘଟିିଛି ।

୫ଟି ଯାକ ରାଜ୍ୟରେ ୨୪.୯ ଲକ୍ଷ ନୂଆ ଭୋଟର ପ୍ରଥମ ଥର ଭୋଟ ଦେବେ ବୋଲି ଜଣାପଡିଛି । ଏହା ସହିତ ୮୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ପୂର୍ବରୁ କେବଳ ସରକାରୀ କର୍ମଚାରୀ ଏବଂ ଭୋଟିଂ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଏହି ସୁବିଧା ପ୍ରଦାନ କରାଯାଉଥିଲା । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ପାଳନ କରାଯାଇଛି । ଅନ୍ୟ ପକ୍ଷରେ ଦିବ୍ୟାଙ୍ଗ ମାନଙ୍କୁ ମଧ୍ୟ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ କରାଯିବ ।

ଏଥର ଅନଲାଇନରେ ନାମାଙ୍କନ ଦାଖଲ କରିହେବ । ବେଆଇନ ଟଙ୍କା, ମଦ ଉପରେ ରହିବ କଡ଼ା ନଜର । ସବୁ ରାଜନୈତିକ ଦଳ ପାଇଁ ସୁବିଧା ଆପ୍ ପ୍ରସ୍ତୁତ କରାଯାଇଛି।  ଏଥିରେ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥି। ସେହିପରି ଭୋଟର ସଂଖ୍ୟା କମ କରାଯିବା ପରେ ପ୍ରତି ବୁଥରେ ହାରାହାରି ଭୋଟର ସଂଖ୍ୟା ଗୋଆରେ ୬୭୨, ମଣିପୁରରେ ୬୮୮, ଉତ୍ତରାଖଣ୍ଡରେ ୬୯୯, ଉତ୍ତର ପ୍ରଦେଶ ଓ ପଞ୍ଜାବରେ ୮୬୨ ରହିଛି । ଜାନୁୟାରୀ ୧୫ ଯାଏଁ ରୋଡ ଶୋ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ବିଜୟ ଶୋଭାଯାତ୍ରା ପାଳନ ଉପରେ ମଧ୍ୟ ରୋକ ଲଗାଯାଇଛି ।

08 Jan 2022 By The Sakala

୭ଟି ପର୍ଯ୍ୟାୟରେ ହେବ ୫ ରାଜ୍ୟର ନିର୍ବାଚନ: ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ : ଦେଶର ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ହେବାକୁ ଥିବା ନିର୍ବାଚନ ୭ଟି ପର୍ଯ୍ୟାୟରେ ହେବ। ୪୦୩ ବିଧାନସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରୁ ସାତଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଉତ୍ତରପ୍ରଦେଶରେ ଫେବୃଆରୀ ୧୦, ଫେବୃଆରୀ ୧୪, ଫେବୃଆରୀ ୨୦, ଫେବୃଆରୀ ୨୩, ଫେବୃଆରୀ ୨୭, ମାର୍ଚ୍ଚ ୩ ଏବଂ ମାର୍ଚ୍ଚ ୭ ତାରିଖରେ ଭୋଟ୍ ହେବ । ମୋଟ୍ ୭ଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ପଡିବ । ଯାହାର ଫଳାଫଳ ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ପାଇବ।

ଏହାଛଡ଼ା ଉତ୍ତରାଖଣ୍ଡ, ପଞ୍ଜାବ ଓ ଗୋଆରେ ଫେବୃଆରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଫେବୃଆରୀ ୨୭ ଓ ମାର୍ଚ୍ଚ ୩ରେ ମଣିପୁରରେ ଦୁଇ ପର୍ଯ୍ୟାୟରେ ଭୋଟର ଗ୍ରହଣ କରାଯିବ । ମାର୍ଚ୍ଚ ୧୦ରେ ସମସ୍ତ ପାଞ୍ଚ ରାଜ୍ୟର ଫଳାଫଳ ଘୋଷଣା କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର କହିଛନ୍ତି।

ୟୁପି ସମେତ ସମସ୍ତ ୫ଟି ରାଜ୍ୟରେ ମତଦାନ ସମୟ ଏକ ଘଣ୍ଟା ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ଜାନୁୟାରୀ ୧୫ ପର୍ଯ୍ୟନ୍ତ ସମସ୍ତ ରାଜ୍ୟରେ କୌଣସି ପ୍ରକାରର ରାଲି, ରୋଡ୍ ସୋ, ବାଇକ୍ ରାଲି, ସମାବେଶ ଉପରେ କଟକଣା ଲଗାଯାଇଛି। କେବଳ ଭର୍ଚୁଆଲ୍ ବା ଅନଲାଇନ୍ ରାଲିକୁ ଅନୁମତି ଦିଆଯିବ। ଜାନୁଆରୀ ୧୫ ପରେ ପରିସ୍ଥିତିର ସମୀକ୍ଷା କରାଯିବ । ଯଦି କରୋନା ନିୟନ୍ତ୍ରଣରେ ଅଛି ତେବେ କିଛି କଟକଣା କୋହଳ କରାଯିବ। ନିର୍ବାଚନ ସମାପ୍ତ ହେବା ପରେ ବିଜୟ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଇଛି।

୫ଟି ରାଜ୍ୟରେ ସମୁଦାୟ ୬୯୦ଟି ଆସନରେ ନିର୍ବାଚନ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା । ଉତ୍ତର ପ୍ରଦେଶରେ ସର୍ବାଧିକ ୪୦୩ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ୫ଟି ଯାକ ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏଣୁ ମହିଳା ଏବଂ ବୟସ୍କ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମୁଦାୟ ୨ ଲକ୍ଷ ୧୫ ହଜାର ୩୬୮ ବୁଥରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ କିଛି ବୁଥ୍ କେବଳ ମହିଳାଙ୍କ ପାଇଁ ରହିଛି । ଏହି ବୁଥରେ ପ୍ରିଜାଇଡିଂ ଅଫିସରଙ୍କ ଠାରୁ ଆରମ୍ଭ କରି ସମସ୍ତେ ମହିଳା ରହିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଅଧିକରୁ ଅଧିକ ପରିମାଣରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ପ୍ରକାଶ କରିଛନ୍ତି ସୁଶୀଲ ଚନ୍ଦ୍ର ।

ଭୋଟ ଦାନ କେନ୍ଦ୍ରରେ ମାସ୍କ, ସାନିଟାଇଜର ଏବଂ ଥର୍ମାଲ ସ୍କାନିଂ ବାଧ୍ୟତା ମୂଳକ କରାଯାଇଛି । ସମୁଦାୟ ୧୮.୨ କୋଟି ଭୋଟର ଭୋଟଦାନ କରିବା ସହିତ ୬୯୦ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ପୂର୍ବରୁ ଗୋଟିଏ ବୁଥରେ ସର୍ବାଧିକ ୧୫୦୦ ଭୋଟର ଭୋଟ ଦେଇ ପାରୁଥିବା ବେଳେ ବର୍ତ୍ତମାନ ତାକୁ ୧୨୦୦କୁ ହ୍ରାସ କରାଯାଇଛି । ଏହି କାରଣରୁ ୩୦୩୩୦ଟି ବୁଥ୍ ସଂଖ୍ୟାରେ ଅଭିବୃଦ୍ଧି ଘଟିଛି । ଏହାକୁ ମିଶାଇ ୫ଟି ଯାକ ରାଜ୍ୟରେ ବୁଥ୍ ସଂଖ୍ୟା ୨ ଲକ୍ଷ ୧୫ ହଜାର ୩୬୮ରେ ପହଞ୍ଚିଛି । ସମୁଦାୟ ବୁଥ୍ ସଂଖ୍ୟାରେ ୧୬ ପ୍ରତିଶତ ବୃଦ୍ଧି ଘଟିିଛି ।

୫ଟି ଯାକ ରାଜ୍ୟରେ ୨୪.୯ ଲକ୍ଷ ନୂଆ ଭୋଟର ପ୍ରଥମ ଥର ଭୋଟ ଦେବେ ବୋଲି ଜଣାପଡିଛି । ଏହା ସହିତ ୮୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ପୂର୍ବରୁ କେବଳ ସରକାରୀ କର୍ମଚାରୀ ଏବଂ ଭୋଟିଂ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଏହି ସୁବିଧା ପ୍ରଦାନ କରାଯାଉଥିଲା । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ପାଳନ କରାଯାଇଛି । ଅନ୍ୟ ପକ୍ଷରେ ଦିବ୍ୟାଙ୍ଗ ମାନଙ୍କୁ ମଧ୍ୟ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ କରାଯିବ ।

ଏଥର ଅନଲାଇନରେ ନାମାଙ୍କନ ଦାଖଲ କରିହେବ । ବେଆଇନ ଟଙ୍କା, ମଦ ଉପରେ ରହିବ କଡ଼ା ନଜର । ସବୁ ରାଜନୈତିକ ଦଳ ପାଇଁ ସୁବିଧା ଆପ୍ ପ୍ରସ୍ତୁତ କରାଯାଇଛି।  ଏଥିରେ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥି। ସେହିପରି ଭୋଟର ସଂଖ୍ୟା କମ କରାଯିବା ପରେ ପ୍ରତି ବୁଥରେ ହାରାହାରି ଭୋଟର ସଂଖ୍ୟା ଗୋଆରେ ୬୭୨, ମଣିପୁରରେ ୬୮୮, ଉତ୍ତରାଖଣ୍ଡରେ ୬୯୯, ଉତ୍ତର ପ୍ରଦେଶ ଓ ପଞ୍ଜାବରେ ୮୬୨ ରହିଛି । ଜାନୁୟାରୀ ୧୫ ଯାଏଁ ରୋଡ ଶୋ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ବିଜୟ ଶୋଭାଯାତ୍ରା ପାଳନ ଉପରେ ମଧ୍ୟ ରୋକ ଲଗାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର