ଚାରିଧାମ ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ଅନୁମତି, ଏଣିକି ଯେକୌଣସି ପରିସ୍ଥିତିରେ ଚୀନ୍‌ ସୀମାରେ ପ୍ରବେଶ କରିପାରିବେ ଭାରତୀୟ ସେନା

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ  ଚାରିଧାମ ପ୍ରକଳ୍ପକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ରାସ୍ତାର ଚଉଡା ବୃଦ୍ଧି ଏବଂ ସର୍ବକାଳୀନ ରାଜପଥ ପ୍ରକଳ୍ପରେ ଏକ ଡବଲ୍ ଲେନ୍ ରାଜପଥ ନିର୍ମାଣ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ସବୁଜ ସଙ୍କେତ ଦେଇଛନ୍ତି। ଏହି ଅନୁମତି ପାଇବା ପରେ ଚାରିଧାମ ପ୍ରକଳ୍ପ ଅଧୀନରେ ଚୀନ୍‌କୁ ଭାରତର ପ୍ରବେଶ ସହଜ ହେବ ଏବଂ ଯେକୌଣସି ପାଗରେ ଭାରତୀୟ ସେନା ଚୀନ୍‌ର ସୀମାରେ ପହଞ୍ଚିବାରେ ସକ୍ଷମ ହେବ । ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି […]

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ  ଚାରିଧାମ ପ୍ରକଳ୍ପକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ରାସ୍ତାର ଚଉଡା ବୃଦ୍ଧି ଏବଂ ସର୍ବକାଳୀନ ରାଜପଥ ପ୍ରକଳ୍ପରେ ଏକ ଡବଲ୍ ଲେନ୍ ରାଜପଥ ନିର୍ମାଣ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ସବୁଜ ସଙ୍କେତ ଦେଇଛନ୍ତି। ଏହି ଅନୁମତି ପାଇବା ପରେ ଚାରିଧାମ ପ୍ରକଳ୍ପ ଅଧୀନରେ ଚୀନ୍‌କୁ ଭାରତର ପ୍ରବେଶ ସହଜ ହେବ ଏବଂ ଯେକୌଣସି ପାଗରେ ଭାରତୀୟ ସେନା ଚୀନ୍‌ର ସୀମାରେ ପହଞ୍ଚିବାରେ ସକ୍ଷମ ହେବ । ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ରାଜପଥ ନିର୍ମାଣ ପାଇଁ ରାସ୍ତାର ଚଉଡା ବୃଦ୍ଧି କରିବାରେ ପ୍ରତିରକ୍ଷା ମନ୍ତ୍ରଣାଳୟର କୌଣସି ଅନିଷ୍ଟ ନାହିଁ। ସଶସ୍ତ୍ର ବାହିନୀର ଭିତ୍ତିଭୂମି ଆବଶ୍ୟକତାକୁ କୋର୍ଟ ପୂର୍ବାନୁମାନ କରିପାରିବେ ନାହିଁ |

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

ସୁରକ୍ଷା ଚିନ୍ତାଧାରାକୁ ବିଚାରକୁ ନେଇ ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ବେଞ୍ଚ ରାସ୍ତାର ପ୍ରଶସ୍ତିକୁ ଦୁଇଗୁଣ କରିବାକୁ ଅନୁମତି ଦେଇଛି ଏବଂ ପୂର୍ବତନ ଜଷ୍ଟିସ୍ ଏ.କେ ସିକ୍ରିଙ୍କ ନେତୃତ୍ୱରେ ଏକ ଯାଞ୍ଚ କମିଟି ଗଠନ କରି ଏହି ପ୍ରକଳ୍ପ ଉପରେ ସିଧାସଳଖ ରିପୋର୍ଟ କରିବାକୁ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ, ସଡକ ପରିବହନ ମନ୍ତ୍ରଣାଳୟ, ଉତ୍ତରପ୍ରଦେଶ ସରକାର ଏବଂ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମନିଟରିଂ କମିଟିରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ ଏବଂ ଚୀନ୍‌କୁ 'ନର୍କ' କହିଲେ ଟ୍ରମ୍ପ! ଜନ୍ମଗତ ନାଗରିକତ୍ୱକୁ ନେଇ କଲେ ବିବାଦୀୟ ପୋଷ୍ଟ

ଯମୁନେତ୍ରୀ, ଗାଙ୍ଗୋତ୍ରୀ, କେଦାରନାଥ ଓ ବଦ୍ରିନାଥକୁ ସବୁ ସମୟରେ ସଂଯୋଗ ଯୋଗାଇବାକୁ କେନ୍ଦ୍ର ସରକାରଙ୍କ ଚାରିଧାମର ପ୍ରକଳ୍ପ ମୂଳ ଲକ୍ଷ୍ୟ ରହିଛି। ଏହି ୯୦୦୦ କିଲୋମିଟର ଲମ୍ବା ପ୍ରକଳ୍ପର ମୂଲ୍ୟ ୧୨  ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। କେନ୍ଦ୍ର ସରକାର ଏହାର ଆବେଦନର ଶୁଣାଣି ବେଳେ କୋର୍ଟଙ୍କୁ କହିଛନ୍ତି ଯେ ଏହା ହେଉଛି ଭାରତ-ଚୀନ୍ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲକୁ ଯାଉଥିବା ସୀମାନ୍ତ ରାସ୍ତା ପାଇଁ ଫିଡର୍ ରାସ୍ତା।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ 'ନର୍କକୁଣ୍ଡ' ମନ୍ତବ୍ୟ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିକ୍ରିୟା: କହିଲେ, 'ଆମେ ରିପୋର୍ଟ ଦେଖିଛୁ'

ଏହି ପ୍ରକଳ୍ପ ଅଧୀନରେ ରାସ୍ତାର ଚଉଡାକୁ ୧୦  ମିଟରକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ର ତରଫରୁ ଏକ ପିଟିସନ ଦାଖଲ କରାଯାଇଥିଲା । ଯେଉଁଥିରେ ସେପ୍ଟେମ୍ବର ୮, ୨୦୨୦ ରେ ଦିଆଯାଇଥିବା ଆଦେଶରେ ସଂଶୋଧନ କରିବାକୁ କୋର୍ଟ ନିକଟରେ ଦାବି କରାଯାଇଥିଲା।  ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, ରାସ୍ତାର ମୋଟେଇ ୫.୫  ମିଟରରେ ସୀମିତ ରହିବାକୁ କୁହାଯାଇଥିଲା।

14 Dec 2021 By The Sakala

ଚାରିଧାମ ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ଅନୁମତି, ଏଣିକି ଯେକୌଣସି ପରିସ୍ଥିତିରେ ଚୀନ୍‌ ସୀମାରେ ପ୍ରବେଶ କରିପାରିବେ ଭାରତୀୟ ସେନା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ  ଚାରିଧାମ ପ୍ରକଳ୍ପକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ରାସ୍ତାର ଚଉଡା ବୃଦ୍ଧି ଏବଂ ସର୍ବକାଳୀନ ରାଜପଥ ପ୍ରକଳ୍ପରେ ଏକ ଡବଲ୍ ଲେନ୍ ରାଜପଥ ନିର୍ମାଣ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ସବୁଜ ସଙ୍କେତ ଦେଇଛନ୍ତି। ଏହି ଅନୁମତି ପାଇବା ପରେ ଚାରିଧାମ ପ୍ରକଳ୍ପ ଅଧୀନରେ ଚୀନ୍‌କୁ ଭାରତର ପ୍ରବେଶ ସହଜ ହେବ ଏବଂ ଯେକୌଣସି ପାଗରେ ଭାରତୀୟ ସେନା ଚୀନ୍‌ର ସୀମାରେ ପହଞ୍ଚିବାରେ ସକ୍ଷମ ହେବ । ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ରାଜପଥ ନିର୍ମାଣ ପାଇଁ ରାସ୍ତାର ଚଉଡା ବୃଦ୍ଧି କରିବାରେ ପ୍ରତିରକ୍ଷା ମନ୍ତ୍ରଣାଳୟର କୌଣସି ଅନିଷ୍ଟ ନାହିଁ। ସଶସ୍ତ୍ର ବାହିନୀର ଭିତ୍ତିଭୂମି ଆବଶ୍ୟକତାକୁ କୋର୍ଟ ପୂର୍ବାନୁମାନ କରିପାରିବେ ନାହିଁ |

ସୁରକ୍ଷା ଚିନ୍ତାଧାରାକୁ ବିଚାରକୁ ନେଇ ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ବେଞ୍ଚ ରାସ୍ତାର ପ୍ରଶସ୍ତିକୁ ଦୁଇଗୁଣ କରିବାକୁ ଅନୁମତି ଦେଇଛି ଏବଂ ପୂର୍ବତନ ଜଷ୍ଟିସ୍ ଏ.କେ ସିକ୍ରିଙ୍କ ନେତୃତ୍ୱରେ ଏକ ଯାଞ୍ଚ କମିଟି ଗଠନ କରି ଏହି ପ୍ରକଳ୍ପ ଉପରେ ସିଧାସଳଖ ରିପୋର୍ଟ କରିବାକୁ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ, ସଡକ ପରିବହନ ମନ୍ତ୍ରଣାଳୟ, ଉତ୍ତରପ୍ରଦେଶ ସରକାର ଏବଂ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମନିଟରିଂ କମିଟିରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଯମୁନେତ୍ରୀ, ଗାଙ୍ଗୋତ୍ରୀ, କେଦାରନାଥ ଓ ବଦ୍ରିନାଥକୁ ସବୁ ସମୟରେ ସଂଯୋଗ ଯୋଗାଇବାକୁ କେନ୍ଦ୍ର ସରକାରଙ୍କ ଚାରିଧାମର ପ୍ରକଳ୍ପ ମୂଳ ଲକ୍ଷ୍ୟ ରହିଛି। ଏହି ୯୦୦୦ କିଲୋମିଟର ଲମ୍ବା ପ୍ରକଳ୍ପର ମୂଲ୍ୟ ୧୨  ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। କେନ୍ଦ୍ର ସରକାର ଏହାର ଆବେଦନର ଶୁଣାଣି ବେଳେ କୋର୍ଟଙ୍କୁ କହିଛନ୍ତି ଯେ ଏହା ହେଉଛି ଭାରତ-ଚୀନ୍ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲକୁ ଯାଉଥିବା ସୀମାନ୍ତ ରାସ୍ତା ପାଇଁ ଫିଡର୍ ରାସ୍ତା।

ଏହି ପ୍ରକଳ୍ପ ଅଧୀନରେ ରାସ୍ତାର ଚଉଡାକୁ ୧୦  ମିଟରକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ର ତରଫରୁ ଏକ ପିଟିସନ ଦାଖଲ କରାଯାଇଥିଲା । ଯେଉଁଥିରେ ସେପ୍ଟେମ୍ବର ୮, ୨୦୨୦ ରେ ଦିଆଯାଇଥିବା ଆଦେଶରେ ସଂଶୋଧନ କରିବାକୁ କୋର୍ଟ ନିକଟରେ ଦାବି କରାଯାଇଥିଲା।  ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, ରାସ୍ତାର ମୋଟେଇ ୫.୫  ମିଟରରେ ସୀମିତ ରହିବାକୁ କୁହାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର