ଆଇଆଇଟି ବମ୍ବେର ଛାତ୍ର ପରାଗ ଅଗ୍ରୱାଲ ଟ୍ୱିଟରର ନୂଆ ସିଇଓ

The Sakala Picture
Published On

ନୂଆଦିଲ୍ଲୀ : ଭାରତ ଜନ୍ମିତ ପରାଗ ଅଗ୍ରୱାଲ ହେବେ ଟ୍ଵିଟରର ନୂଆ ସିଇଓ । କାରଣ ଟ୍ଵିଟରର ବର୍ତ୍ତମାନ ସିଇଓ ଥିବା ଜ୍ୟାକ୍ ଡୋର୍ସି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହାଫଳରେ ତାଙ୍କ ସ୍ଥାନରେ ପରାଗ ଅଗ୍ରୱାଲଙ୍କ କମ୍ପାନୀ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି। ଜ୍ୟାକ୍ ଡୋର୍ସ ଏ ସମ୍ପର୍କରେ ନିଜେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ପରାଗ ସମ୍ପ୍ରତି ଟ୍ଵିଟରର ସିଟିଓ ରହିଛନ୍ତି। ଜ୍ୟାକ୍ ତାଙ୍କ ଟ୍ଵିଟରେ ଲେଖୁଛନ୍ତି ଯେ, ‘ଏ ବିଷୟରେ କେହି ଜାଣନ୍ତି କି […]

ନୂଆଦିଲ୍ଲୀ : ଭାରତ ଜନ୍ମିତ ପରାଗ ଅଗ୍ରୱାଲ ହେବେ ଟ୍ଵିଟରର ନୂଆ ସିଇଓ । କାରଣ ଟ୍ଵିଟରର ବର୍ତ୍ତମାନ ସିଇଓ ଥିବା ଜ୍ୟାକ୍ ଡୋର୍ସି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହାଫଳରେ ତାଙ୍କ ସ୍ଥାନରେ ପରାଗ ଅଗ୍ରୱାଲଙ୍କ କମ୍ପାନୀ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି। ଜ୍ୟାକ୍ ଡୋର୍ସ ଏ ସମ୍ପର୍କରେ ନିଜେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ପରାଗ ସମ୍ପ୍ରତି ଟ୍ଵିଟରର ସିଟିଓ ରହିଛନ୍ତି। ଜ୍ୟାକ୍ ତାଙ୍କ ଟ୍ଵିଟରେ ଲେଖୁଛନ୍ତି ଯେ, ‘ଏ ବିଷୟରେ କେହି ଜାଣନ୍ତି କି ନାହିଁ ସେ ତାହା ତାଙ୍କୁ ଜଣା ନାହିଁ, କିନ୍ତୁ ସେ ଟ୍ଵିଟରରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଟ୍ଵିଟ୍ ସହିତ ସେ ଏକ ଚିଠି ମଧ୍ୟପୋଷ୍ଟ କରିଛନ୍ତି ଯେଉଁଥରେ ଲେଖା ଅଛି ଯେ, ସେ କମ୍ପାନୀର ସହ-ପ୍ରତିଷ୍ଠାତାଠାରୁ ଆରମ୍ଭ କରି ସିଇଓ, ଅଧ୍ୟକ୍ଷ, ମଧ୍ୟବର୍ତ୍ତୀକାଳୀନ ସିଇଓ ପର୍ଯ୍ୟନ୍ତ ବିଭିନ୍ନ ଭୂମିକା ଗ୍ରହଣ କରିଛନ୍ତି। ବର୍ତ୍ତମାନ କମ୍ପାନୀକୁ ୧୬ ବର୍ଷ ଦେବା ପରେ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପରେ କମ୍ପାନୀର ସିଟିଓ ପରାଗ ଅଗ୍ରୱାଲ ଟ୍ଵିଟରର ପରବର୍ତ୍ତୀ ସିଇଓ ହେବେ ।

ଆହୁରି ପଢ଼ନ୍ତୁ: ମୁମ୍ବାଇ ATSର ବଡ଼ କାର୍ଯ୍ୟାନୁଷ୍ଠାନ: ଜୈଶ-ଇ-ମହମ୍ମଦ ଓ ISIS ସହ ଲିଙ୍କ୍ ଥିବା ଇଞ୍ଜିନିୟରିଂ ଛାତ୍ର ଗିରଫ

ଜ୍ୟାକ୍ ଡୋସିଙ୍କ ଇସ୍ତଫା ପରେ ପରାଗ ଅଗ୍ରୱାଲ ମଧ୍ୟ ଏକ ଟୁଇଟ୍ କରିଛନ୍ତି । ପରାଗ ଟ୍ୱିଟ୍‌ କରି ଡୋର୍ସେ ଓ ପୂରା ଟ୍ୱିଟର ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି। ନୂଆ ଦାୟିତ୍ୱକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି ଟ୍ୱିଟ୍‌ କରି କହିଛନ୍ତି। ସମସ୍ତେ ତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ଓ ସହଯୋଗର ହାତ ବଢ଼ାଇଥିବାରୁ ସେ ଧନ୍ୟବାଦ ଦେଇଛନ୍ତି। ଏହା ସହିତ ସେ ନୂଆ ଦାୟିତ୍ୱ ପାଇବା ପରେ କମ୍ପାନୀକୁ ଲେଖିଥିବା ଚିଠିକୁ ଟ୍ୱିଟର ମାଧ୍ୟମରେ ସାର୍ବଜନନୀନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

୪୫ ବର୍ଷୀୟ ପରାଗ ଆଇଆଇଟି ବମ୍ବେର ଛାତ୍ର ଥିଲେ। ସେ ସେଠାରୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଆମେରିକା ଚାଲି ଯାଇଥିଲେ। ସେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ଡକ୍ଟରେଟ୍ ଲାଭ କରିଥିଲେ। ୨୦୧୧ରେ ସେ ଟ୍ୱିଟରରେ ଯୋଗ ଦେଇଥିଲେ। ୨୦୧୭ରୁ ସେ ଟ୍ୱିଟରର ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ।

୨୦୧୧ରେ ଟ୍ୱିଟରରେ ଯୋଗ ଦେବା ପୂର୍ବରୁ ସେ ମାଇକ୍ରୋସଫ୍ଟ, ଏଟି ଆଣ୍ଡ ଟି ଓ ୟାହୁରେ କାମ କରିଥିଲେ। ଏହି ସମସ୍ତ କମ୍ପାନୀରେ ତାଙ୍କ କାମ ବିଶେଷ କରି ଗବେଷଣାତ୍ମକ ଥିଲା।ପୂର୍ବତନ ସିଇଓ ଜ୍ୟାକ୍‌ ଡୋର୍ସେଙ୍କ ଅତି ପ୍ରିୟ ଥିଲେ ପରାଗ। ୨୦୧୧ରେ ଡୋର୍ସେ ହିଁ ତାଙ୍କୁ ଟ୍ୱିଟରରେ ନିଯୁକ୍ତି ଦେଇଥିଲେ। ଡୋର୍ସେ ଟ୍ୱିଟରରୁ ଇସ୍ତଫା ଦେବା ପରେ ଏହାର ସମସ୍ତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ପରାଗଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି। ପରାଗ ଏହି କମ୍ପାନୀ ଓ ଏହାର ଆବଶ୍ୟକତାକୁ ଭଲ ଭାବେ ବୁଝିଛନ୍ତି। ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ତାଙ୍କର ହାତ ରହିଛି, ଯାହା କମ୍ପାନୀକୁ ଲାଭ ପହଞ୍ଚାଇଛି। ସେ ଖୁବ୍ ଭଲ କାମ କରିବେ ବୋଲି ତାଙ୍କର ବିଶ୍ୱାସ ଥିବା ଡୋର୍ସେ ଏଥିରେ ଲେଖିଛନ୍ତି।

ଖବର ଅନୁସାରେ, ୪୫ ବର୍ଷିୟ ଜ୍ୟାକ ଡର୍ସି କ୍ରିପଟୋ-କରେନ୍ସି ଉପରେ ଆଗ୍ରହ ରଖୁଥିଲେ । ଟ୍ୱିଟର ସହ ସେ ଆଉ ଏକ କମ୍ପାନୀର ବି ସିଇଓ ଥିଲେ , ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଟ୍ୱିଟର ବର୍ତମାନ ଫେସବୁକ ଓ ଟିକଟକ ଭଳି ପ୍ରତିଦ୍ୱନ୍ଦୀଙ୍କ ସହ କଡା ମୁକାବିଲାର ସମ୍ମୁଖୀନ ହୋଇଛି । ୨୦୨୩ ସୁଦ୍ଧା ଦୁଇଗୁଣ ରାଜସ୍ୱ ସଂଗ୍ରହ କରିବାକୁ କମ୍ପାନୀ ଅନେକ ନୂଆ ରଣନୀତି ଘୋଷଣା କରିଛି ।

30 Nov 2021 By The Sakala

ଆଇଆଇଟି ବମ୍ବେର ଛାତ୍ର ପରାଗ ଅଗ୍ରୱାଲ ଟ୍ୱିଟରର ନୂଆ ସିଇଓ

ନୂଆଦିଲ୍ଲୀ : ଭାରତ ଜନ୍ମିତ ପରାଗ ଅଗ୍ରୱାଲ ହେବେ ଟ୍ଵିଟରର ନୂଆ ସିଇଓ । କାରଣ ଟ୍ଵିଟରର ବର୍ତ୍ତମାନ ସିଇଓ ଥିବା ଜ୍ୟାକ୍ ଡୋର୍ସି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହାଫଳରେ ତାଙ୍କ ସ୍ଥାନରେ ପରାଗ ଅଗ୍ରୱାଲଙ୍କ କମ୍ପାନୀ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି। ଜ୍ୟାକ୍ ଡୋର୍ସ ଏ ସମ୍ପର୍କରେ ନିଜେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ପରାଗ ସମ୍ପ୍ରତି ଟ୍ଵିଟରର ସିଟିଓ ରହିଛନ୍ତି। ଜ୍ୟାକ୍ ତାଙ୍କ ଟ୍ଵିଟରେ ଲେଖୁଛନ୍ତି ଯେ, ‘ଏ ବିଷୟରେ କେହି ଜାଣନ୍ତି କି ନାହିଁ ସେ ତାହା ତାଙ୍କୁ ଜଣା ନାହିଁ, କିନ୍ତୁ ସେ ଟ୍ଵିଟରରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଟ୍ଵିଟ୍ ସହିତ ସେ ଏକ ଚିଠି ମଧ୍ୟପୋଷ୍ଟ କରିଛନ୍ତି ଯେଉଁଥରେ ଲେଖା ଅଛି ଯେ, ସେ କମ୍ପାନୀର ସହ-ପ୍ରତିଷ୍ଠାତାଠାରୁ ଆରମ୍ଭ କରି ସିଇଓ, ଅଧ୍ୟକ୍ଷ, ମଧ୍ୟବର୍ତ୍ତୀକାଳୀନ ସିଇଓ ପର୍ଯ୍ୟନ୍ତ ବିଭିନ୍ନ ଭୂମିକା ଗ୍ରହଣ କରିଛନ୍ତି। ବର୍ତ୍ତମାନ କମ୍ପାନୀକୁ ୧୬ ବର୍ଷ ଦେବା ପରେ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପରେ କମ୍ପାନୀର ସିଟିଓ ପରାଗ ଅଗ୍ରୱାଲ ଟ୍ଵିଟରର ପରବର୍ତ୍ତୀ ସିଇଓ ହେବେ ।

ଜ୍ୟାକ୍ ଡୋସିଙ୍କ ଇସ୍ତଫା ପରେ ପରାଗ ଅଗ୍ରୱାଲ ମଧ୍ୟ ଏକ ଟୁଇଟ୍ କରିଛନ୍ତି । ପରାଗ ଟ୍ୱିଟ୍‌ କରି ଡୋର୍ସେ ଓ ପୂରା ଟ୍ୱିଟର ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି। ନୂଆ ଦାୟିତ୍ୱକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି ଟ୍ୱିଟ୍‌ କରି କହିଛନ୍ତି। ସମସ୍ତେ ତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ଓ ସହଯୋଗର ହାତ ବଢ଼ାଇଥିବାରୁ ସେ ଧନ୍ୟବାଦ ଦେଇଛନ୍ତି। ଏହା ସହିତ ସେ ନୂଆ ଦାୟିତ୍ୱ ପାଇବା ପରେ କମ୍ପାନୀକୁ ଲେଖିଥିବା ଚିଠିକୁ ଟ୍ୱିଟର ମାଧ୍ୟମରେ ସାର୍ବଜନନୀନ କରିଛନ୍ତି।

୪୫ ବର୍ଷୀୟ ପରାଗ ଆଇଆଇଟି ବମ୍ବେର ଛାତ୍ର ଥିଲେ। ସେ ସେଠାରୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଆମେରିକା ଚାଲି ଯାଇଥିଲେ। ସେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ଡକ୍ଟରେଟ୍ ଲାଭ କରିଥିଲେ। ୨୦୧୧ରେ ସେ ଟ୍ୱିଟରରେ ଯୋଗ ଦେଇଥିଲେ। ୨୦୧୭ରୁ ସେ ଟ୍ୱିଟରର ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ।

୨୦୧୧ରେ ଟ୍ୱିଟରରେ ଯୋଗ ଦେବା ପୂର୍ବରୁ ସେ ମାଇକ୍ରୋସଫ୍ଟ, ଏଟି ଆଣ୍ଡ ଟି ଓ ୟାହୁରେ କାମ କରିଥିଲେ। ଏହି ସମସ୍ତ କମ୍ପାନୀରେ ତାଙ୍କ କାମ ବିଶେଷ କରି ଗବେଷଣାତ୍ମକ ଥିଲା।ପୂର୍ବତନ ସିଇଓ ଜ୍ୟାକ୍‌ ଡୋର୍ସେଙ୍କ ଅତି ପ୍ରିୟ ଥିଲେ ପରାଗ। ୨୦୧୧ରେ ଡୋର୍ସେ ହିଁ ତାଙ୍କୁ ଟ୍ୱିଟରରେ ନିଯୁକ୍ତି ଦେଇଥିଲେ। ଡୋର୍ସେ ଟ୍ୱିଟରରୁ ଇସ୍ତଫା ଦେବା ପରେ ଏହାର ସମସ୍ତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ପରାଗଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି। ପରାଗ ଏହି କମ୍ପାନୀ ଓ ଏହାର ଆବଶ୍ୟକତାକୁ ଭଲ ଭାବେ ବୁଝିଛନ୍ତି। ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ତାଙ୍କର ହାତ ରହିଛି, ଯାହା କମ୍ପାନୀକୁ ଲାଭ ପହଞ୍ଚାଇଛି। ସେ ଖୁବ୍ ଭଲ କାମ କରିବେ ବୋଲି ତାଙ୍କର ବିଶ୍ୱାସ ଥିବା ଡୋର୍ସେ ଏଥିରେ ଲେଖିଛନ୍ତି।

ଖବର ଅନୁସାରେ, ୪୫ ବର୍ଷିୟ ଜ୍ୟାକ ଡର୍ସି କ୍ରିପଟୋ-କରେନ୍ସି ଉପରେ ଆଗ୍ରହ ରଖୁଥିଲେ । ଟ୍ୱିଟର ସହ ସେ ଆଉ ଏକ କମ୍ପାନୀର ବି ସିଇଓ ଥିଲେ , ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଟ୍ୱିଟର ବର୍ତମାନ ଫେସବୁକ ଓ ଟିକଟକ ଭଳି ପ୍ରତିଦ୍ୱନ୍ଦୀଙ୍କ ସହ କଡା ମୁକାବିଲାର ସମ୍ମୁଖୀନ ହୋଇଛି । ୨୦୨୩ ସୁଦ୍ଧା ଦୁଇଗୁଣ ରାଜସ୍ୱ ସଂଗ୍ରହ କରିବାକୁ କମ୍ପାନୀ ଅନେକ ନୂଆ ରଣନୀତି ଘୋଷଣା କରିଛି ।

https://www.thesakala.in/national-international/parag-agrawal-a-student-of-iit-bombay-is-the-new-ceo-of-twitter/article-7257
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର