ଭୋପାଳରେ ଅଭାବନୀୟ ଘଟଣା: କମଳା ନେହେରୁ ହସ୍ପିଟାଲରେ ଅଗ୍ନିକାଣ୍ଡ, ୪ ନବଜାତ ଶିଶୁ ମୃତ

The Sakala Picture
Published On

ଭୋପାଳ: ମଧ୍ୟପ୍ରଦେଶର ଭୋପାଳର ଏକ ସରକାରୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଚାରିଜଣ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।। କମଳା ନେହେରୁ ହସ୍ପିଟାଲର ଶିଶୁ ବିଭାଗରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୩୬ଜଣ ନବଜାତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ କମଳା ନେହେରୁ ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିଯାଇଥିଲା। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଶୀଘ୍ର ଚାରିଆଡ଼େ […]

ଭୋପାଳ: ମଧ୍ୟପ୍ରଦେଶର ଭୋପାଳର ଏକ ସରକାରୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଚାରିଜଣ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।। କମଳା ନେହେରୁ ହସ୍ପିଟାଲର ଶିଶୁ ବିଭାଗରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୩୬ଜଣ ନବଜାତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

ସୂଚନା ଅନୁଯାୟୀ, ଗତକାଲି ରାତିରେ କମଳା ନେହେରୁ ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିଯାଇଥିଲା। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଶୀଘ୍ର ଚାରିଆଡ଼େ ବ୍ୟାପିଯାଇଥିଲା। ତୁରନ୍ତ ଶିଶୁଙ୍କୁ ଅନ୍ୟ ଏକ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ନିଆଁକୁ ଆୟତ୍ତ କରିବାକୁ ୮ଟି ଦମକଳ ବାହିନୀ ଲାଗିଥିଲେ। ଏହା ଭିତରେ ୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି

ତେବେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି। ନିଆଁ ଲିଭାଇବା ପାଇଁ ହସ୍ପିଟାଲରେ କୌଣସି ବ୍ୟବସ୍ଥା ନଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ଉତ୍ତେଜନା: ଲୋହିତ ସାଗରରୁ ହରମୁଜ୍ ପ୍ରଣାଳୀ ଯାଏଁ ବିପଦରେ ଭାରତୀୟ ନାବିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର